ETV Bharat / state

ମାସମାସ ଧରି ଏଠାରେ ଜଳବନ୍ଦୀ ହୁଅନ୍ତି ଲୋକେ, ତଥାପି ନିରବ ପ୍ରଶାସନ - ବ୍ରହ୍ମଗିରି ଲାଟେଷ୍ଟ ନ୍ୟୁଜ୍‌

ସ୍ବାଧୀନତାର 73 ବର୍ଷ ପରେ ବି ଗାଁକୁ ଯିବାକୁ ରାସ୍ତାଟିଏ ନାହିଁ । ଟିକେ ବର୍ଷା ହେଲେ ବୁଡି ଯାଉଛି ଗନ୍ତବ୍ୟ ବାଟ । ଏ ହେଉଛି ବ୍ରହ୍ମଗିରି ବ୍ଲକ ଘଟକୁଡି ପଞ୍ଚାୟତ ଗୌଡରଣପଡା ବଡ ହରିଜନ ସାହିର ଅବସ୍ଥା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : Nov 5, 2019, 12:58 PM IST

ବ୍ରହ୍ମଗିରି: ସ୍ବାଧୀନତାର 73 ବର୍ଷ ପରେ ବି ଗାଁକୁ ଯିବାକୁ ରାସ୍ତାଟିଏ ନାହିଁ । ଟିକେ ବର୍ଷା ହେଲେ ବୁଡି ଯାଉଛି ଗନ୍ତବ୍ୟ ବାଟ । ଫଳରେ ଅଣ୍ଟାଏ ଅଣ୍ଟାଏ ପାଣିରେ ବୁଡି ଯିବା ଆସିବା କରିବା ସହ ଗରାରେ ପାଣି ବୋହୁଛନ୍ତି ଗାଁ ଲୋକେ । ଏ ହେଉଛି ବ୍ରହ୍ମଗିରି ବ୍ଲକ ଘଟକୁଡି ପଞ୍ଚାୟତ ଗୌଡରଣପଡା ବଡ ହରିଜନ ସାହିର ଅବସ୍ଥା । ଯେଉଁଠାରେ ରାସ୍ତା ନଥିବାରୁ ହଇରାଣ ହେଉଛନ୍ତି ନିର୍ଭରଶୀଳ 20 ପରିବାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ବିକାଶ ନାଁରେ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରତି ଗାଁକୁ ଗମନାଗମନ ପାଇଁ ରାସ୍ତା ନାମରେ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା । ହେଲେ ଏହି ଗାଁରେ ସବୁ ଯୋଜନା ଯେମିତି ଏକପ୍ରକାର ଫେଲ ମାରିଛି । ଫଳରେ ବର୍ଷକୁ 8 ମାସ ବିଲ ମଝି ଦେଇ ଲୋକେ ଯିବା ଆସିବା କରୁଥିବା ବେଳେ ବର୍ଷା ଦିନେ ଆଣ୍ଠୁଏ ପାଣିରେ ବୁଡି ଗମନାଗମନ କରନ୍ତି । ଗାଁର ଏହି ନିତିଦିନିଆ ଅସୁବିଧା ପାଇଁ ଛାତ୍ରଛାତ୍ରୀମାନେ ପାଣିରେ ପଶି ସ୍କୁଲ କଲେଜ ଯିବା ସହ ରୋଗୀମାନେ ବି ଏହି ବାଟ ଦେଇ ଯାଆନ୍ତି ମେଡିକାଲ ।

ବର୍ଷାଦିନେ ଜମୁଥିବା ପାଣି ଯୋଗୁଁ କେତେବେଳେ ଘରେ ସାପ ବେଙ୍ଗ ପଶୁଛନ୍ତି ତ କେତେବେଳେ ପୁଣି ଗୋଧି ପଶୁଥିବା ଦେଖିବାକୁ ମିଳୁଛି । ତେଣେ ମାସମାସ ଧରି ପାଣି ଘେରରେ ରହିବା ଦ୍ବାରା ଲାଗି ରହୁଛି ସ୍ବାସ୍ଥ୍ୟଜନିତ ସମସ୍ୟା । ଅନ୍ୟପଟେ ଗାଁର ସ୍ତ୍ରୀ ଲୋକମାନେ ପିଇବା ପାଣି ଯୋଗାଡ କରିବା ପାଇଁ ଆଣ୍ଠୁଏ ପାଣିରେ ପଶି ଗରାରେ ବୁହନ୍ତି ପାଣି । ଗତ ସେପ୍ଟେମ୍ବର 30ରେ ଗାଁର କୁନି ଭୋଇଙ୍କ ମୃତ୍ୟୁ ସମୟରେ କାଳ ସାଜିଥିଲା ପାଣି । ଫଳରେ ଚାରି କାନ୍ଧ ବଦଳରେ ଭେଳାରେ ରଖି ପାଣି ଭିତରେ ତାଙ୍କୁ ନେବାକୁ ପଡିଥିଲା ଶ୍ମଶାନ।

ସେ ସମୟରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅଞ୍ଚଳର ଅନେକ ସମସ୍ୟା ଏବେ ବି ସାମାଧାନ ହୋଇପାରୁନାହିଁ । ଏନେଇ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ବି ଫଳ ଶୂନ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ପକା ରାସ୍ତା ନାହିଁ,ଆଣ୍ଠୁଏ ପାଣିରେ ପଶି ଯାଉଛନ୍ତି ଗ୍ରାମବାସୀ।

ସ୍ଥାୟୀ ରାସ୍ତା ଟିଏ ନାହିଁ।ବର୍ଷକର 4 ମାସ ଆଣ୍ଠୁଏ ପାଣିରେ ପଶି ଯାଇଥାନ୍ତି ଗ୍ରାମର ଲୋକମାନେ।ସ୍ୱାଧୀନତା ର 73 ବର୍ଷ ପରେ ବିକାଶ ର ଅପହଞ୍ଚରେ 20 ପରିବାର।

Body:ବିକାଶ ନାଁରେ ଓଡିଶା ସରକାର ଡିଡିମ୍ବ ପିଟୁଛନ୍ତି।ପ୍ରତି ଗାଁ କୁ ରାସ୍ତା ଓ ଗମାନଗମ ବ୍ୟବସ୍ତାର ଦ୍ୱୟହୀ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ ର ହିସାବ ଦେଉଛନ୍ତି।ସ୍ୱାଧୀନତାର 73 ବର୍ଷ ଚାଲିଯାଇଥିଲେ ମଧ୍ୟ ବ୍ରହ୍ମଗିରି ବ୍ଲକ ଘଟକୁଡି ପଞ୍ଚାୟତ ଗୌଡ଼ରଣପଡା ବଡହରିଜନ ସାହିକୁ ସ୍ଥାୟୀ ରାସ୍ତାଟିଏ ନାହିଁ।ବର୍ଷକ 8ମାସ ବିଲ ମଝିରେ ଯାଉଥିବା ବେଳେ ବର୍ଷା ଦିନରେ ଆଣ୍ଠୁଏ ପାଣିରେ ପଶି ଯାଇଥାନ୍ତି ଲୋକେ।
ଛାତ୍ର ଛାତ୍ରୀ ମାନେ ପାଣିରେ ପଶି ସ୍କୁଲ କଲେଜ ପ୍ରତିଦିନ ଯାଇଥାନ୍ତି।ପାଣି ହୋଇଗଲେ ପିଲାଙ୍କ ସାଇକେଲ ଘରୁ ବହାରିପରେ ନାହିଁ।ରୋଗୀଟିକୁ ଡାକ୍ତରଖାନା ନେବାକୁ ହେଲେ ସହାରା ହୋଇଥାଏ ଭେଳାର।
ଏହି ରାସ୍ତାରେ ଜେଟଦିନ ପାଣି ବୁଡିକି ଥାଏ 20 ପରିବାର ଲୋକେ ହୋଇଥାନ୍ତି ହନ୍ତସନ୍ତ।କେତେବେଳେ ଘରଭିତରେ ସାପ ପସିଯାଏତ କେତେବେଳେ ଗୋଧି।ମାସ ମାସ ଧରି ପାଣି ଘେରରେ ରହିବା ଦ୍ୱାରା ଛୋଟ ପିଲା ଓ ବୁଢା ବୁଢ଼ୀଙ୍କୁ ଜ୍ଵର ଲାଗିକି ରହିଥାଏ।
ଗାଁ ର ସ୍ତ୍ରୀଲୋକ ମାନେ ପିଇବା ପାଣି ଆଣିବା ପାଇଁ ଆଣ୍ଠୁଏ ପାଣିରେ ପଶି ଯିବାକୁ ପଡିଥାଏ।କେବେ କେବେ ପାଣି ଭିତରେ ପଡି ସେତକ ନଷ୍ଟ ହେଉଥିବାର କହିଥାନ୍ତି ସେମାନେ।
ଗତ ସେପ୍ଟେମ୍ବର ମାସ 30 ତାରିଖରେ ସେହି ଗ୍ରାମର କୁନି ଭୋଇଙ୍କ ଦେହାନ୍ତ ହୋଇଥିଲା।ତାଙ୍କୁ ଚାରି କାନ୍ଧ ବଦଳରେ ଭେଳାର ଥୋଇ ପାଣି ଭିତରେ ସ୍ମସାନ ନେବାକୁ ପଡିଥିଲା।ସେତେବେଳେ ତାହା ଏକ ଚର୍ଚ୍ଚାର ବିଷୟ ହୋଇଥିଲା।
ଗ୍ରାମକୁ ସ୍ଥାୟୀ ରାସ୍ତା ଟିଏ ପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ତାର ସମାଧାନ କେହି କରୁନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ।

Conclusion: Byte 1. kumunda paikara,grama mahila
Byte 2. Kali charan Bhoi.gramabasi
visual and byte send by mojo.
ଦେବାଶିଷ ଦାସ,ବ୍ରହ୍ମଗିରି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.