ETV Bharat / state

ଆପାର୍ଟମେଣ୍ଟରେ ଫ୍ଲାଟ ଦେବା ନାଁରେ ଠକେଇ: ଘର ମାଲିକଙ୍କ ଦାବି, ବିଲଡରକୁ ତୁରନ୍ତ ବାନ୍ଧ - ଆପାର୍ଟମେଣ୍ଟରେ ଫ୍ଲାଟ ଦେବା ନାଁରେ ଠକେଇ ଅଭିଯୋଗ

ଆପାର୍ଟମେଣ୍ଟରେ ଫ୍ଲାଟ ଦେବା ନାଁରେ ଠକେଇ ଅଭିଯୋଗ । ବିଲଡରକୁ ଗିରଫ ଦାବିରେ ଘର ମାଲିକଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ

ଆପାର୍ଟମେଣ୍ଟରେ ଫ୍ଲାଟ ଦେବା ନାଁରେ ଠକେଇ ଅଭିଯୋଗ; ବିଲଡରକୁ ଗିରଫ ଦାବିରେ ଘର ମାଲିକଙ୍କ ବିକ୍ଷୋଭ

author img

By

Published : Apr 25, 2022, 10:33 AM IST

ପୁରୀ: ଆପାର୍ଟମେଣ୍ଟରେ ଫ୍ଲାଟ ଦେବା ନାଁରେ ଠକେଇ ଅଭିଯୋଗ । ବିଲଡରକୁ ଗିରଫ ଦାବିରେ ଘର ମାଲିକଙ୍କ ବିକ୍ଷୋଭ । ଜଣେ କି ଦୁଇ ଜଣ ନୁହେଁ ୬୦୩ ଜଣ ଠକେଇର ଶିକାର ହୋଇଛନ୍ତି ।

ଆପାର୍ଟମେଣ୍ଟରେ ଫ୍ଲାଟ ଦେବା ନାଁରେ ଠକେଇ ଅଭିଯୋଗ; ବିଲଡରକୁ ଗିରଫ ଦାବିରେ ଘର ମାଲିକଙ୍କ ବିକ୍ଷୋଭ

ପୁରୀ ବ୍ରହ୍ମଗିରି ରାସ୍ତାର ଗିରଳ ମଉଜାରେ ମହୋଦଧି ବିଲ୍ଡର୍ସର ପକ୍ଷରୁ ଏକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି । ଏହି ଆପାର୍ଟମେଣ୍ଟରେ ୧୧ଟି ବ୍ଲକ ରହିଛି ।‌ ଏଥିରେ ୬୦୩ଟି ରୁମ୍ ଥିବାବେଳେ (1 Bhk), (2 Bhk) ଓ (3 Bhk) ଫ୍ଲାଟ କିଣିବା ପାଇଁ ମହୋଦଧି ବିଲ୍ଡର୍ସ ପକ୍ଷରୁ ବିଜ୍ଞାପନ ଦିଆଯାଇଥିଲା । ସରକାରୀ ଚାକିରିଆଙ୍କ ସହ ପୁରୀ ଭୁବନେଶ୍ବର ସହ ରାଜ୍ୟର ବିଭିନ୍ନ ସ୍ଥାନର ଲୋକେ ଏହି ତୁଳସୀ ଆପାର୍ଟମେଣ୍ଟରେ ୧୦ ରୁ ୨୦ ଲକ୍ଷ ଟଙ୍କା ଦେଇ ଫ୍ଲାଟ କିଣିଥିଲେ ୬୦୩ ଜଣ ଘର ମାଲିକ ।

ମହୋଦଧି ବିଲ୍ଡର୍ସର ମାଲିକ ହିମାଂଶୁ ମିଶ୍ର ଛଅ ମାସ ମଧ୍ୟରେ ଘର କିଣିଥିବା ମାଲିକଙ୍କୁ ପାଣି, ବିଦ୍ୟୁତ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ତ ମୌଳିକ ସୁବିଧା ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ମୌଳିକ ସୁବିଧା ଯୋଗାଇ ଦେବା ତ ଦୂରର କଥା ଆପାର୍ଟମେଣ୍ଟର ଉଦ୍ଧିଷ୍ଟ ଫ୍ଲାଟ ଗୁଡିକୁ ଘର ମାଲିକଙ୍କୁ ହସ୍ତାନ୍ତର କରାଯାଇନାହିଁ । ଏପରିକି ଗୋଟିଏ ଗୋଟିଏ ଫ୍ଲାଟକୁ ଦୁଇ ଜଣଙ୍କୁ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ ଗୋଟିଏ ବ୍ଲକରେ ଘର ଦେଖାଇ ଅନ୍ୟ ବ୍ଲକରେ ଘର ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଘର ସମ୍ପୁର୍ଣ୍ଣ ଭାବେ ନିର୍ମାଣ ସରିନଥିବା ବେଳେ ମହୋଦଧି ବିଲ୍ଡର୍ସର ମାଲିକ ଘର ମାଲିକଙ୍କୁ ଧରା ଛୁଆଁ ଦେଉନାହାନ୍ତି । ନିୟମ ଅନୁଯାୟୀ ଆପାର୍ଟମେଣ୍ଟ ନିର୍ମାଣ ହେବା ପରେ ଏଥିସହ ସମ୍ପୃକ୍ତ ବିଭାଗ କ୍ଷେତ୍ର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବା ପରେ ଆବଶ୍ୟକ ଅନୁମତି ପ୍ରଦାନ କରିଥାନ୍ତି ।

କିନ୍ତୁ ତୁଳସୀ ଆପାର୍ଟମେଣ୍ଟରେ ସବୁ ନିୟମକାନୁନର ବ୍ୟତିକ୍ରମ ହୋଇଥିବା ଘର ମାଲିକ ଅଭିଯୋଗ ଆଣିଛନ୍ତି । ଏନେଇ ତୁଳସୀ ବିହାର ଘର ମାଲିକ ଓ୍ବେଲଫେୟାର ସୋସାଇଟିର ଆବାହକ କମିଟି ପକ୍ଷରୁ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ସେପଟେ ମହୋଦଧି ବିଲ୍ଡର୍ସ ମାଲିକ ଆପାର୍ଟମେଣ୍ଟ ମାଲିକଙ୍କ ବିରୋଧରେ ଥାନାରେ ପାଲଟା ମିଥ୍ୟା ଅଭିଯୋଗ କରିଥିବା ଅଭିଯୋଗ ହୋଇଛି।

ନ୍ୟାୟ ପାଇଁ ପ୍ରଶାସନ ଠାରୁ ସରକାରଙ୍କ ପର୍ଯ୍ୟନ୍ତ ସବୁଠି ଆପାର୍ଟମେଣ୍ଟ ମାଲିକ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଆପାର୍ଟମେଣ୍ଟ ସମ୍ମୁଖରେ ଘର ମାଲିକ ମାନେ ଧାରଣା ଦେଇଥିଲେ। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର ମାଲିକଙ୍କୁ ବୁଝାସୁଝା କରିଥିଲା । ସବୁଠାରୁ ବଡ଼କଥା ହେଲା ଆପାର୍ଟମେଣ୍ଟ ନିର୍ମାଣ କରିଥିବା ମହୋଦଧି ବିଲ୍ଡର୍ସ ମାଲିକ ଘର ମାଲିକଙ୍କୁ ଧରା ଛୁଆଁ ଦେଉନଥିବା ବେଳେ ଭୁବନେଶ୍ବରରେ ଥିବା ତାଙ୍କ କାର୍ଯ୍ୟାଳୟ ବନ୍ଦ ହୋଇଯାଇଛି । ଏଭଳି ସ୍ଥଳେ ଘର କିଣିଥିବା ମାଲିକ ମାନେ କିଭଳି ନ୍ୟାୟ ପାଇବେ ସେନେଇ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.