ETV Bharat / state

ଶ୍ରୀମନ୍ଦିରରେ ସୁରୁଖୁରୁ ଦର୍ଶନ ବ୍ୟବସ୍ଥା: ପ୍ରଶାସନର ଫୋକସରେ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତ

Puri Temple Darshan: ପୁରୀ ପ୍ରଶାସନର ଚେତା ପଶିଲା, ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କ ସୁରୁଖୁରୁ ଦର୍ଶନ ପାଇଁ ନେଲା ପଦକ୍ଷେପ । ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବନ୍ଦୋବସ୍ତ । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Nov 23, 2023, 6:08 PM IST

Updated : Nov 23, 2023, 6:30 PM IST

ଶ୍ରୀମନ୍ଦିରରେ ସୁରୁଖୁରୁ ଦର୍ଶନ ବ୍ୟବସ୍ଥା: ପ୍ରଶାସନର ଫୋକସରେ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତ
ଶ୍ରୀମନ୍ଦିରରେ ସୁରୁଖୁରୁ ଦର୍ଶନ ବ୍ୟବସ୍ଥା: ପ୍ରଶାସନର ଫୋକସରେ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତ
ଶ୍ରୀମନ୍ଦିରରେ ସୁରୁଖୁରୁ ଦର୍ଶନ ବ୍ୟବସ୍ଥା: ପ୍ରଶାସନର ଫୋକସରେ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତ

ପୁରୀ/ଭୁବନେଶ୍ବର : ଶେଷରେ ହେଜିଲେ ରାଜ୍ୟ ସରକାର, ଚେତିଲା ପୁରୀ ପ୍ରଶାସନ । ଶ୍ରୀମନ୍ଦିରରେ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କ ସୁରୁଖୁରୁ ଦର୍ଶନ ପାଇଁ ନିଆଗଲା ଠୋସ୍ ପଦକ୍ଷେପ । ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ପାଇଁ ଟିକନିଖ୍ ବ୍ୟବସ୍ଥା କରିଛନ୍ତି ଶ୍ରୀମନ୍ଦିର ଏବଂ ଜିଲ୍ଲା ପ୍ରଶାସନ । ଯେ କୌଣସି ପ୍ରକାର ଅଘଟଣ ଏଡ଼ାଇବା ପାଇଁ କରାଯାଇଛି ବ୍ୟବସ୍ଥା । ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ଫିଡବ୍ୟାକ ସେଣ୍ଟର ଖୋଲାଯାଇଛି । ସେବାୟତ, ପୋଲିସ ଏବଂ ମନ୍ଦିର ପ୍ରଶାସନର ମିଳିତ ଉଦ୍ୟମରେ ଏସବୁ କାମ ସୁରୁଖୁରୁରେ ଚାଲିଛି ।

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼, ଠେଲାପେଲା ଓ ଭକ୍ତ ଅଚେତ ହେବା ପରେ ବୟସ୍କଙ୍କୁ ମନ୍ଦିରକୁ ନଯିବା ପାଇଁ ପରାମର୍ଶ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ନେଇ ବିବାଦ ତେଜିବା ପରେ ଏବେ ସରକାରଙ୍କ ଚେତା ପଶିଛି । ଆବାଳ ବୃଦ୍ଧ ବନିତା ସବୁ ଭକ୍ତ ଯେପରି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ଠୋସ୍ ପଦକ୍ଷେପ ନେଇଛି ପ୍ରଶାସନ । ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ଏସବୁ ସମ୍ଭବ ହୋଇଛି । ପ୍ରତିଦିନ ପାଖାପାଖି ଦେଢ଼ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଯାହା ବିଗତ ବର୍ଷଗୁଡ଼ିକଠାରୁ 10 ଗୁଣା ଅଧିକ । ଏହା ସତ୍ତ୍ବେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହୋଇଛି । ବଡ଼ଦାଣ୍ଡରେ ଧାଡ଼ିରେ ଛିଡ଼ା ହୋଇ ଦର୍ଶନ କରିବା ପାଇଁ ସେଡ୍ ନିର୍ମାଣ ହୋଇଛି । ଯାହାକୁ ଅଧିକ ସମ୍ପ୍ରସାରଣ ପାଇଁ ଯୋଜନା କରାଯାଉଛି । ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ, ପାନୀୟ ଜଳ ଏବଂ ଆଶ୍ରୟ ସ୍ଥଳ ମଧ୍ୟ ନିର୍ମାଣ ହେଉଛି। ହବିଷ୍ୟାଳିଙ୍କ ସୁବିଧା ପାଇଁ ବୃନ୍ଦାବତି ନିବାସ ନିର୍ମାଣ ସରିଛି । ଯେଉଁଠାରେ ଦେୟମୁକ୍ତ ରହଣି ଓ ପ୍ରସାଦ ବ୍ୟବସ୍ଥା ରହିଛି । କାର୍ତ୍ତିକମାସରେ ଅଧିକ ଭକ୍ତଙ୍କ ଆଗମନକୁ ଦେଖି ସୁବ୍ୟବସ୍ଥିତ ଦର୍ଶନ ପାଇଁ ମାଇକ୍ ଯୋଗେ ସୂଚନା, ଧାଡ଼ିରେ ଦର୍ଶନ ବ୍ୟବସ୍ଥା ସହ ବରିଷ୍ଠ ନାଗରିକମାନଙ୍କୁ ସୁବିଧାରେ ଦର୍ଶନ ପାଇଁ ପୁଲିସ ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି । ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିର ପରିଚାଳନାରେ ଶୃଙ୍ଖଳା ଆସିଛି । ନୀତିକାନ୍ତି ସମୟରେ ଭକ୍ତଙ୍କ ଗହଳିକୁ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା କରାଯାଇଛି । ନୀତିକାନ୍ତି ସମୟରେ ଦୂରରୁ ଆସୁଥିବା ଭକ୍ତମାନଙ୍କୁ ଆଗୁଆ ସୂଚନା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଥିବା ବେଳେ, ଏହି କାର୍ଯ୍ୟ ଜାରି ରହିଥିବା କହିଛନ୍ତି ବିଜେଡି ବିଧାୟକ ଭାଗୀରଥି ସେଠୀ ।

ଏହା ମଧ୍ଯ ପଢ଼ନ୍ତୁ : ପବିତ୍ର ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତ ଗହଳି; ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ବ୍ୟାପକ ବ୍ୟବସ୍ଥା

ଏହା ମଧ୍ଯ ପଢ଼ନ୍ତୁ: ଶ୍ରୀମନ୍ଦିରରେ ସୁଧୁରୁନି ଦର୍ଶନ ବ୍ୟବସ୍ଥା: ମିଳିଲାନି ଜଗା ଦର୍ଶନ, ନିରାଶ ହେଲେ ଭକ୍ତ

୨୩ ତାରିଖ ଗୁରବାରଠାରୁ ପଞ୍ଚୁକ ଆରମ୍ଭ ହୋଇଥିବା ବେଳେ, ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ଧାଡ଼ି ଏବଂ ବସିବା ପାଇଁ ସେଡ୍ ତିଆରି ହୋଇଛି । ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ଫିଡବ୍ୟାକ ସେଣ୍ଟର ଖୋଲାଯାଇଛି । ସେବାୟତ, ପୋଲିସ ଏବଂ ମନ୍ଦିର ପ୍ରଶାସନର ମିଳିତ ଉଦ୍ୟମରେ ଏସବୁ କାମ ସୁରୁଖୁରୁରେ ଚାଲିଛି । ଅଧିକାରୀମାନେ 24 ଘଣ୍ଟିଆ ମୋଡରେ କାମ କରୁଛନ୍ତି । ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ 50 ଜଣ ଭଲ୍ୟୁଣ୍ଟରଙ୍କୁ ନିୟୋଜିତ କରାଯାଇଛି । ବାରିକେଟ ମରିଚକୋଟ ଛକ ପର୍ଯ୍ୟନ୍ତ ହୋଇଛି । କାର୍ତ୍ତିକ ପୂର୍ଣ୍ଣମୀରେ ଏହା ମାର୍କେଟ ଛକ ପର୍ଯ୍ୟନ୍ତ ତିଆରି ହେବ । ଶାନ୍ତି ଶୃଙ୍ଖଳା ପାଇଁ 40 ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ଧାଡ଼ିରେ ଛିଡ଼ା ହୋଇଥିବା ବରିଷ୍ଠ ନାଗରିକଙ୍କ ଦେହ ଅସୁସ୍ଥ ହେଲେ, ସେମାନଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ ଭଲ୍ୟୁଣ୍ଟରମାନଙ୍କୁ ସଜାଗ ରଖାଯାଇଛି । ସେହିପରି ଜୋତା ଷ୍ଟାଣ୍ଡଠାରୁ ଅନ୍ୟାନ୍ୟ ସମସ୍ତ ବନ୍ଦବୋସ୍ତ କରିଛି ଶ୍ରୀମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ।

କାର୍ତ୍ତିକ ମାସ ଏବଂ ପଞ୍ଚୁକ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ବିଶେଷ କରି ଧର୍ମମାସରେ ବୃଦ୍ଧ-ବୃଦ୍ଧାଙ୍କ ସଂଖ୍ୟା ଅଧିକ ଥିବାରୁ, ଶୃଙ୍ଖଳିତ ଦର୍ଶନ ସହିତ ଯେ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ଟିକନିଖ୍ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ ଓ ଭୁବନେଶ୍ବର

Last Updated : Nov 23, 2023, 6:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.