ETV Bharat / state

ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ବଢିଲା ଅଡ଼ୁଆ, ସଞ୍ଜୟଙ୍କୁ ବିରୋଧ ପାଇଁ ଶପଥ

author img

By ETV Bharat Odisha Team

Published : Oct 31, 2023, 10:38 PM IST

ଆଜି ଜିଲ୍ଲା ପରିଷଦ କୈଳାସ ପରିଡାଙ୍କ ନେତୃତ୍ଵରେ ବ୍ରହ୍ମଗିରିରେ ଏକ ବନ୍ଧୁ ମିଳନ ବୈଠକ ହୋଇଥିଲା । ଏଥିରେ ବିଜେଡି ନେତା କର୍ମୀ ବରିଷ୍ଠ ନାଗରିକ ସାମିଲ ହୋଇ ଶପଥ ପାଠ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀ ସଞ୍ଜୟଙ୍କୁ ବିରୋଧ କରିବା ପାଇଁ ଶପଥ ପରେ ସଞ୍ଜୟଙ୍କ ଅଡ଼ୁଆ ଏବେ ବଢ଼ିଛି। ବନ୍ଧୁ ମିଳନ ବୈଠକର ନେତୃତ୍ବ ନେଇଥିବା କୈଳାସ ପରିଡ଼ା କହିଛନ୍ତି ‘‘ସେ ଏକ ବର୍ଷ ତଳେ ବ୍ରହ୍ମଗିରି ବିକାଶ ମଞ୍ଚ ଗଠନ କରି ବିଜେଡି କର୍ମୀ ଙ୍କୁ ଏକଜୁଟ କରି ବ୍ରହ୍ମଗିରିର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରିଥଲେ।" ଅଧିକ ପଢନ୍ତୁ

ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ବଢିଲା ଅଡ଼ୁଆ, ସଞ୍ଜୟଙ୍କୁ ବିରୋଧ ପାଇଁ ଶପଥ
ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ବଢିଲା ଅଡ଼ୁଆ, ସଞ୍ଜୟଙ୍କୁ ବିରୋଧ ପାଇଁ ଶପଥ
ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ବଢିଲା ଅଡ଼ୁଆ, ସଞ୍ଜୟଙ୍କୁ ବିରୋଧ ପାଇଁ ଶପଥ

ପୁରୀ: ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ଦଳ ଭିତରୁ ବିରୋଧ। ଛାମୁଆ ସଂଗଠନ କରି ଶପଥ ନେଲେ ବ୍ରହ୍ମଗିରୀ ବିଜେଡି ନେତା କର୍ମୀ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର 28 ନମ୍ବର ଜୋନ ଜିଲା ପରିଷଦ ସଭ୍ୟ କୈଳାସ ପରିଡ଼ାଙ୍କ ଉପରେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ସମର୍ଥକ ଆକ୍ରମଣ ଘଟଣା ବେଶ ମହଙ୍ଗା ପଡିଛି ସଞ୍ଜୟ ଦାସବର୍ମାଙ୍କ ପାଇଁ। 28 ଜିଲା ପରିଷଦ ସଭ୍ୟ କୈଳାସ ପରିଡାଙ୍କ ନେତୃତ୍ବରେ ବିଜେଡ଼ି କର୍ମୀ ଏକାଠି ହୋଇ ଆଗାମୀ ଦିନରେ ସଞ୍ଜୟ ଦାସବର୍ମାଙ୍କୁ ବିରୋଧ କରିବା ପାଇଁ ଶପଥ ନେଇଛନ୍ତି। ଯାହା ଏବେ ପୁରୀ ରାଜନୀତିରେ ବେଶ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

ଆଜି ଜିଲ୍ଲା ପରିଷଦ କୈଳାସ ପରିଡାଙ୍କ ନେତୃତ୍ଵରେ ବ୍ରହ୍ମଗିରିରେ ଏକ ବନ୍ଧୁ ମିଳନ ବୈଠକ ହୋଇଥିଲା । ଏଥିରେ ବିଜେଡି ନେତା କର୍ମୀ ବରିଷ୍ଠ ନାଗରିକ ସାମିଲ ହୋଇ ଶପଥ ପାଠ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀ ସଞ୍ଜୟଙ୍କୁ ବିରୋଧ କରିବା ପାଇଁ ଶପଥ ପରେ ସଞ୍ଜୟଙ୍କ ଅଡ଼ୁଆ ଏବେ ବଢ଼ିଛି। ବନ୍ଧୁ ମିଳନ ବୈଠକର ନେତୃତ୍ବ ନେଇଥିବା କୈଳାସ ପରିଡ଼ା କହିଛନ୍ତି, ‘‘ସେ ଏକ ବର୍ଷ ତଳେ ବ୍ରହ୍ମଗିରି ବିକାଶ ମଞ୍ଚ ଗଠନ କରି ବିଜେଡି କର୍ମୀ ଙ୍କୁ ଏକଜୁଟ କରି ବ୍ରହ୍ମଗିରିର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରିଥଲେ। ବ୍ରହ୍ମଗିରି ବିକାଶ ମଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ଯୋଜନା କିଭଳି ତୃଣମୂଳ ସ୍ତରରେ ପହଞ୍ଚିବ। ହେଲେ ଏହାକୁ ସଞ୍ଜୟଙ୍କ ସମର୍ଥକ ସହଯୋଗ କରିବା ପରିବର୍ତ୍ତେ ବିରୋଧ କରିଥିଲେ। ଏପରିକି ତାଙ୍କୁ କିଛି ଦିନ ତଳେ ସଞ୍ଜୟଙ୍କ ସମର୍ଥକ ଆକ୍ରମଣ କରିଥିଲେ। ଅହିଂସା ଉପରେ ବିଶ୍ବାସ କରୁଥିବା ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ଦଳ ଏହାକୁ ଗ୍ରହଣ କରିବନି। ସଞ୍ଜୟଙ୍କ ଗଣ୍ଡଗୋଳ, ବିଶୃଙ୍ଖଳାକୁ ବ୍ରହ୍ମଗିରିର ବିଜେଡି କର୍ମୀ ବିରୋଧ କରିଛନ୍ତି। ସେ କାହାକୁ ଭୟ କରନ୍ତି ନାହିଁ। ଛାତ୍ର ରାଜନୀତିରୁ ଆରମ୍ଭ କରି ସକ୍ରିୟ ରାଜନୀତିରେ ସେ ବହୁତ ବିରୋଧର ସମ୍ମୁଖୀନ ହୋଇଛନ୍ତି। ହେଲେ ସେ ଏହାକୁ ଖାତିର କରନ୍ତି ନାହିଁ। ଆଗାମୀ ଦିନରେ ବ୍ରହ୍ମଗିରି ବିକାଶ ମଞ୍ଚ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା କିଭଳି ବ୍ରହ୍ମଗିରିବାସୀଙ୍କ ପାଖରେ ପହଞ୍ଚିବ ସେ ନେଇ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।’’

ଅଧିକ ପଢନ୍ତୁ- କୃଷ୍ଣପ୍ରସାଦରେ ଜନସମ୍ପର୍କ ପଦଯାତ୍ରା, ଶକ୍ତି ପ୍ରଦର୍ଶନ କଲେ ସଞ୍ଜୟ

ସେହିପରି ଆଗାମୀ ଡିସେମ୍ବର ମାସରେ 5 ହଜାର ବିଜେଡିକର୍ମୀ ଙ୍କୁ ନେଇ ବ୍ରହ୍ମଗିରିରେ ବିଶାଳ ସମାବେଶ ହେବ ବୋଲି କୈଳାସ ପରିଡ଼ା କହିଛନ୍ତି। ଏହି ବୈଠକରେ ଯୋଗ ଦେଇଥିବା ବିଜେଡି କର୍ମୀ ସଞ୍ଜୟ ଦାସ ଵର୍ମାଙ୍କୁ ଆଗାମୀ ଦିନ ରେ ସବୁ ବ୍ଳକ, ପଞ୍ଚାୟତରେ ଦୃଢ଼ ବିରୋଧ କରାଯିବ ବୋଲି ଶପଥ କରିଛନ୍ତି। ସଞ୍ଜୟ ଦାସ ବର୍ମାଙ୍କ ହିଂସାତ୍ମକ ଆଚରଣକୁ ବରଦାସ୍ତ କରାଯିବନି ବୋଲି ବିଜେଡି କର୍ମୀ କହିଛନ୍ତି। ବ୍ରହ୍ମଗିରି ରେ 2019 ନିର୍ବାଚନରେ ସଞ୍ଜୟ ଦାସବର୍ମା ହାରିବା ପରେ ବିଜେଡି ସୁପ୍ରିମୋଙ୍କ ଗୁଡ ବୁକରେ ନାହାନ୍ତି । ଚର୍ଚ୍ଚା ହେଉଛି ସଞ୍ଜୟଙ୍କ ବଦଳରେ ଆଉ ଜଣେ ନୂଆ ଚେହେରାଙ୍କୁ ଦଳ ଏଠାରେ ପ୍ରାର୍ଥୀ କରିପାରେ । ଏଣୁ ବିଜେଡିର କିଛି ବରିଷ୍ଠ ନେତା ଜିଲା ପରିଷଦ ସଭ୍ୟ କୈଳାସ ପରିଡ଼ାଙ୍କ ଜରିଆରେ ସଞ୍ଜୟଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ସଞ୍ଜୟ ଏକ କର୍ମୀ ସମ୍ମିଳନୀରେ 5ଟି ସଚିବଙ୍କ କାର୍ଯ୍ୟକଲାପକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥଲା। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଦୁଇ ଗୋଷ୍ଠୀ ମଧ୍ୟରେ ଫାଟ ବଢୁଥିବା ବେଳେ ଆଗାମୀ ଦିନରେ ସଞ୍ଜୟଙ୍କ ଅଡ଼ୁଆ ଆହୁରି ବଢିବାର ସମ୍ଭାବନା ରହିଛି। ଏପରିକି ଆଗାମୀ 2024 ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେବାର ସମ୍ଭାବନା କମ ଥିବା ଚର୍ଚ୍ଚା ହେଉଥିବା ବେଳେ ସଞ୍ଜୟ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଜେପିରୁ ଠିଆ ହେବା ଚର୍ଚ୍ଚା ମଧ୍ୟ ଜୋର ଧରିଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.