ETV Bharat / state

ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ଆଶାୟୀ ପ୍ରାର୍ଥୀ - ପଞ୍ଚାୟତ ନିର୍ବାଚନ ଖବର

ଶାନ୍ତି ଶୃଙ୍ଖଳା ସହ ପୁରୀରେ ନାମାଙ୍କନ ପତ୍ର ଦାଖଲ କଲେ ଆଶାୟୀ ପ୍ରାର୍ଥୀ । ଅଧିକ ପଢନ୍ତୁ

ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ଆଶାୟୀ ପ୍ରାର୍ଥୀ

author img

By

Published : Jan 21, 2022, 9:04 PM IST

ପୁରୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ । ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ କୋଭିଡ କଟକଣା ମାନି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସବୁ ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ଆଶାବାଦୀ ଥିବା କହି ଥିବାବେଳେ କୋଭିଡ ନିୟମ ମାନି ଏଥର ପ୍ରଚାର କରିବେ ବୋଲି କହିଛନ୍ତି ।

ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ଆଶାୟୀ ପ୍ରାର୍ଥୀ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତିନି ପ୍ରମୁଖ ରାଜନୈତିକ ଦଳର ହେଭିୱେଟ ନେତାଙ୍କ ସହ ପ୍ରାର୍ଥୀମାନେ କୋଭିଡ କଟକଣା ମାନି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୩୩ ରୁ ୩୧ ଜିଲ୍ଲା ପରିଷଦ ଜୋନ୍ ଦାଖଲ କରି ଥିବାବେଳେ ଏଥର ବିଜେଡି ୩୩ ଟି ଜିଲ୍ଲା ପରିଷଦ ଜୋନ୍ ହାତେଇବ ବୋଲି କହିଛି ।

ତେବେ ଜନସାଧାରଣ ପରିବର୍ତ୍ତନ ଚାହୁଁଥିବରୁ ବିଜେପିକୁ ଲୋକେ ବହୁଳ ମାତ୍ରାରେ ଭୋଟ ଦେଇ ବିଜୟ ମୁକୁଟ ପିନ୍ଧାଇବେ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ । ସେପଟେ କଂଗ୍ରେସ ପ୍ରାର୍ଥୀ କହିଛନ୍ତି, ପଞ୍ଚାୟତସ୍ତରରେ ବିଜେଡି ସରକାର ବ୍ୟାପକ ଦୁର୍ନୀତିକୁ ମୁଖ୍ୟ ମୁଦ୍ଦା କରିବ କଂଗ୍ରେସ । ସରକାରଙ୍କ ପ୍ରତି ଜନସାଧାରଣଙ୍କ ଥିବା ଅସନ୍ତୋଷ ହିଁ କଂଗ୍ରେସକୁ ଜିତାଇବ ।

ପୁରୀ ଜିଲ୍ଲାରେ ସମୁଦାୟ ୩୩ଟି ଜିଲ୍ଲା ପରିଷଦ ଜୋନ୍, ୨୬୮ଟି ସରପଞ୍ଚ ଓ ସମିତି ସଭ୍ୟ ସହ ୩୮୦୪ ୱର୍ଡ ମେମ୍ବର ପାଇଁ ନିର୍ବାଚନ ହେବ। ତେବେ କଣାସ ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ, ୨୮ଟି ପଞ୍ଚାୟତ, ୩୫୯ ୱାର୍ଡ ଓ ୧,୧୭,୬୬୯ ଭୋଟର ଅଛନ୍ତି। ନିମାପଡା ବ୍ଲକରେ ୪ଟି ଜିଲ୍ଲା ପରିଷଦ ଜୋନ, ୩୨ଟି ପଞ୍ଚାୟତ, ୪୮୧ ୱାର୍ଡ ଓ ୧, ୧୩ଟି ଜିଲ୍ଲା ପରିଷଦ ଜୋନ, ୨୮ଟି ପଞ୍ଚାୟତ, ୩୫୯ ୱାର୍ଡ ଓ ୧,୫୭,୭୩୬ ଭୋଟର, ସତ୍ୟବାଦୀ ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ, ୨୪ଟି ପଞ୍ଚାୟତ, ୩୦୫ ୱାର୍ଡ ଓ ୯୪,୧୭୨ଭୋଟର ଅଛନ୍ତି ।

ଡେଲାଙ୍ଗ ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ, ୨୧ଟି ପଞ୍ଚାୟତ, ୨୯୧ ୱାର୍ଡ ଓ ୧,୦୨,୫୫୨ ଭୋଟର ଅଛନ୍ତି।କାକଟପୁର ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ,୧୬ଟି ପଞ୍ଚାୟତ,୨୮୮ ୱାର୍ଡ ଓ ୯୩,୦୨୮ ଭୋଟର ଅଛନ୍ତି। ବ୍ରହ୍ମଗିରି ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ, ୨୫ଟି ପଞ୍ଚାୟତ, ୩୭୪ ୱାର୍ଡ ଓ ୧,୧୫,୩୧୨ ଭୋଟର ଅଛନ୍ତି । ସେହିପରି ଗୋପ ବ୍ଲକରେ ୪ଟି ଜିଲ୍ଲା ପରିଷଦ ଜୋନ,୩୧ଟି ପଞ୍ଚାୟତ, ୪୫୯ ୱାର୍ଡ ଓ ୧,୪୫,୭୯୧ ଭୋଟର ଅଛନ୍ତି । ପୁରୀ ସଦର ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ,୩୦ଟି ପଞ୍ଚାୟତ, ୪୨୩ ୱାର୍ଡ ଓ ୧,୨୪,୪୦୧ ଭୋଟର ।

ପିପିଲି ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ, ୨୫ଟି ପଞ୍ଚାୟତ, ୩୫୪ ୱାର୍ଡ ଓ ୧,୧୬,୧୨୯ ଭୋଟର। ଅସ୍ତରଙ୍ଗ ବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନ, ୧୫ଟି ପଞ୍ଚାୟତ,୨୩୦ ୱାର୍ଡ ଓ ୭୩,୬୨୦ ଭୋଟର ଏବଂ କୃଷ୍ଣପ୍ରସାଦବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନ,୨୧ଟି ପଞ୍ଚାୟତ, ୨୪୦ ୱାର୍ଡ ଓ ୭୩,୫୯୨ ଭୋଟର ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୬ ରେ ପୁରୀ ଜିଲ୍ଲାର କଣାସ ଓ ବ୍ରହ୍ମଗିରି, ୧୮ ରେ ନିମାପଡା ଓ ଗୋପ, ୨୦ରେ ସତ୍ୟବାଦୀ ଓ ପୁରୀ ସଦର, ୨୨ ରେ ଡେଲାଙ୍ଗ ଓ ପିପିଲି ଏବଂ ୨୪ ରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ପାଇଁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.