ETV Bharat / state

ବାଲୁକା କଳାରେ ନୂଆଖାଇ ଜୁହାର - ବାଲୁକା କଳା

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ବାଲୁକାକଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Sep 2, 2019, 11:03 PM IST

ପୁରୀ: ରାତି ପାହିଲେ ନୂଆଖାଇ । ସାରା ରାଜ୍ୟରେ ଏନେଇ ଉତ୍ସବର ମାହୋଲ। ବିଶେଷ କରି ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡିଶା । ତେବେ ପଶ୍ଚିମ ଓଡିଶାର ଏହି ଗଣପର୍ବ ପାଇଁ ବାଲୁକାକଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ବେଳାଭୂମିରେ ଝଲସି ଉଠୁଛି ପଶ୍ଚିମ ଓଡିଶାର ପରମ୍ପରା ସମ୍ବଲପୁରୀ ଶାଢୀର ସୌନ୍ଦର୍ଯ୍ୟ । 20 ଟନ ବାଲିର ବ୍ୟବହାରରେ ନିର୍ମିତ ଏହି ବାଲୁକାକଳାରେ ସମ୍ବଲପୁରୀ କଳାକୃତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥିସହ ବାଲୁକାକଳାରେ ଶୋଭା ପାଇଛି ଧାନକେଣ୍ଡାର ଚିତ୍ର ସହ ଇଷ୍ଟ ଦେବୀଙ୍କୁ ଆରାଧନା କରାଯିବାର ଦୃଶ୍ୟ ।

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ହାତର ଯାଦୁରେ ବିମୋହିତ ଦର୍ଶକ ତାଙ୍କର ଏହି ବାଲୁକାକଳା ଦେଖିବା ପାଇଁ ଭିଡ ଜମାଉଥିବା ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ନୂଆଖାଇ ପର୍ବ କୁ ନେଇ ବାଲୁକାକଳା Body:ନୂଆଖାଇ କୁ ନେଇ ସାରା ପଶ୍ଚିମ ଓଡ଼ିଶା ଚଳ ଚଞ୍ଚଳ। ପବିତ୍ର ନୂଆଖାଇ ପର୍ବ ଅବସରରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ପଶ୍ଚିମ ଓଡିଶାବାସୀଙ୍କୁ ଜଣାଇଛନ୍ତି ନୂଆଖାଇ ଜୁହାର। ନୂଆଖାଇକୁ ନେଇ ସୁଦର୍ଶନ ପ୍ରାୟ କୋଡିଏ ଟନ ବାଲି ବ୍ଯବହାର କରି ଅତି ଆକର୍ଷଣୀୟ ବାଲୁକାକୃତିଟିଏ ଗଢିଛନ୍ତି। ସେଥିରେ ପାରମ୍ପରିକ ସମ୍ବଲପୁରୀ କଳାକୃତି ସହିତ ଧାନକେଣ୍ଡାର ଚିତ୍ର ପ୍ରଦର୍ଶିତ ହୋଇଛି। ଏଥି ସହିତ ଦେବୀଙ୍କୁ ଆରାଧନା କରିବାର ଦୃଶ୍ଯ ନିଖୁଣ ଭାବେ ଗଢିବା ସହ ସମସ୍ତଙ୍କୁ ନୂଆଖାଇର ଜୁହାର ଜଣାଇ ଅଭିନନ୍ଦନ ଜଣାଇଛନ୍ତି।,,,,,Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.