ETV Bharat / state

କଣାସରେ ଅର୍ପଣ ରଥକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା - ଅର୍ପଣ ରଥକୁ ବିରୋଧ

Arpana Rath: କଣାସ ବ୍ଲକରେ କରାଯାଇଛି ରଥକୁ ବିରୋଧ । ତା’ ସାଙ୍ଗକୁ ବ୍ଲକରେ ଭଙ୍ଗାରୁଜା କରାଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଜଗନ୍ନାଥଙ୍କ ଅର୍ପଣ ରଥକୁ ବିରୋଧ
ଜଗନ୍ନାଥଙ୍କ ଅର୍ପଣ ରଥକୁ ବିରୋଧ
author img

By ETV Bharat Odisha Team

Published : Jan 10, 2024, 9:29 AM IST

ଜଗନ୍ନାଥଙ୍କ ଅର୍ପଣ ରଥକୁ ବିରୋଧ

ନିମାପଡ଼ା: ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ସେନେଇ ସାରା ରାଜ୍ୟରେ ଉତ୍ସାହର ମାହୋଲ । ପ୍ରତି ବ୍ଲକରେ ପରିକ୍ରମା ଆରମ୍ଭ କରିଛି ଜଗନ୍ନାଥ ଅର୍ପଣ ରଥ । ଗାଁ ଗାଁରେ ରଥକୁ ସ୍ଵାଗତ କରି ଅରୁଆ ଚାଉଳ, ଗୁଆ, ନଡ଼ିଆ ଦାନ କରୁଛନ୍ତି ଜଗନ୍ନାଥ ପ୍ରେମୀ । ତେବେ ସବୁଠାରେ ଆନନ୍ଦ ଓ ଉଲ୍ଲାସର ସହ ଅର୍ପଣ ରଥକୁ ସ୍ବାଗତ କରାଯାଉଥିବା ବେଳେ କଣାସ ବ୍ଲକରେ କରାଯାଇଛି ରଥକୁ ବିରୋଧ । ତା’ ସାଙ୍ଗକୁ ବ୍ଲକରେ ଭଙ୍ଗାରୁଜା କରାଯାଇଥିବା ସୂଚନା ମିଳିଛି । କିଛି ବ୍ୟକ୍ତି ବ୍ଲକ କାର୍ଯ୍ୟାଳୟ ଭିତରେ ପଶି ହୋଡିଂ ଓ ସିସିଟିଭି ଭଙ୍ଗାରୁଜା କରିବା ସହ ଅଶାନ୍ତ ମାହୋଲ ସୃଷ୍ଟି ହୋଇଛି ।

ଏହି ଘଟଣା ପଛରେ ରାଜନୈତିକ ବିବାଦ ରହିଥିବା ସନ୍ଦେହ କରାଯାଉଛି । କାରଣ ଅର୍ପଣ ରଥରେ ପଞ୍ଚାୟତ ପ୍ରତିନିଧିଙ୍କୁ ସାମିଲ କରିନଥିବା ଅଭିଯୋଗ କରାଯାଇଛି । ସେହି କାରଣରୁ କିଛି ବ୍ୟକ୍ତି ବିରୋଧ କରିବା ସହ ଏହିଭଳି କାଣ୍ଡ କରିଥିବା କୁହାଯାଉଛି । ଏଭଳି ଅଶାନ୍ତିକର ପରିବେଶ ସୃଷ୍ଚି ହେବାରୁ ଭୟରେ ବ୍ଲକ କର୍ମଚାରୀ ବ୍ଲକ କାର୍ଯ୍ୟାଳୟ ଛାଡି ପଳାଇ ଯାଇଥିଲେ । ପରେ କଣାସ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ସେହିପରି ଗୋପ ବ୍ଲକ ଅନ୍ତର୍ଗତ ବନାଖଣ୍ତି ପଞ୍ଚାୟତରେ ମଧ୍ୟ ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ଉଦଘାଟନ ସମୟରେ ବିବାଦ ଦେଖାଯାଇଛି । ଏହି ରଥ ଉଦଘାଟନ ସମୟରେ ବନାଖଣ୍ତି ପଞ୍ଚାୟତର ସମିତି ସଭ୍ୟା ଭାରତୀ ମଲ୍ଲିକଙ୍କୁ ବ୍ଲକ ପ୍ରଶାସନ ଓ ଦାୟିତ୍ବରେ ଥିବା ଗ୍ରାମ ପଞ୍ଚାୟତ ଅଧିକାରୀ ମନଦୀପ ଶତପଥୀ ଅବଗତ କରାଇ ନଥିଲେ । ସେହି କାରଣରୁ ମନ୍ଦୀପ ଶତପଥୀଙ୍କୁ ପ୍ଲାଷ୍ଟିକ ରଶିରେ ବାନ୍ଧିବାକୁ ଚେଷ୍ଟା କରିଥିଲେ ସମିତି ସଭ୍ୟା । ଫଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବାଲିପାଟଣାରେ ଅର୍ପଣ ରଥ, ଜଗନ୍ନାଥଙ୍କ ପାଇଁ ଚାଉଳ-ଗୁଆ ସଂଗ୍ରହ

ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସାରା ଓଡ଼ିଶାରେ ଅର୍ପଣ ରଥ ପରିକ୍ରମା ଆରମ୍ଭ ହୋଇଛି । ପୁରୀ ଜିଲ୍ଲାରେ ଥିବା 11ଟି ବ୍ଳକରେ ଏହି କାର୍ଯ୍ୟକ୍ରମ 15 ତାରିଖ ଯାଏଁ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ କାର୍ଯ୍ୟ ହୋଇଥିବାରୁ ହଜାର ହଜାର ଭକ୍ତ ଏହି ଅର୍ପଣ ରଥକୁ ସ୍ଵାଗତ କରୁଛନ୍ତି । ଗୁଆ, ଅରୁଆ ଚାଉଳ ଦେଇ ମହାପ୍ରଭୁଙ୍କ କାର୍ଯ୍ୟ ସଫଳ ହେଉ ବୋଲି ଭକ୍ତମାନେ ପ୍ରାର୍ଥନା କରୁଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.