ପୁରୀ: ପାରିବାରିକ ବିବାଦ କରୁଣ ପରିଣତି । ଜ୍ବାଇଁର ଆକ୍ରମଣରେ ଶ୍ୱଶୁର ଘର ପରିବାର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 4 ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ପୁରୀରେ ଏପରି ଅଭାବନୀୟ ଘଟଣା ଘଟିଛି । କୁମ୍ଭାରପଡ଼ା ଥାନା ଅଧୀନ ମାଳିଜାଗା ନିକଟରେ ପାରିବାରିକ କଳହକୁ ଏପରି କାଣ୍ଡ ଘଟିଛି । ମୃତକ ହେଲେ ସୌମ୍ୟ ରଞ୍ଜନ ପ୍ରଧାନ । ଆହତମାନେ ମୃତ ସୌମ୍ୟଙ୍କ ମା’ ଗୀତାରାଣୀ ଦାସ, ବାପା ସୁକାନ୍ତ ପ୍ରଧାନ, ଆଈ ଟିକିନା ଦାସ, ଅଭିଯୁକ୍ତଙ୍କ ପତ୍ନୀ ନନ୍ଦିନୀ ମହାନ୍ତି ଭାବେ ଚିହ୍ନଟ ହୋଇଛନ୍ତି । ସମସ୍ତ ଆହତ ପୁରୀ ମେଡିକାଲରେ ଚିକିତ୍ସତ ହେଉଛନ୍ତି । ସୂଚନା ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଆରମ୍ଭ କରିଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳଛି ।
ସୂଚନା ଅନୁଯାୟୀ ଅଭିଯୁକ୍ତ ନୃସିଂହ ମହାନ୍ତି ଓ ତାଙ୍କ ପତ୍ନୀ ନନ୍ଦିନୀ ମହାନ୍ତିଙ୍କ ମଧ୍ଯରେ ସବୁବେଳେ ବିଭିନ୍ନ କାରଣକୁ ନେଇ ଝଗଡ଼ା ଲାଗି ରହୁଥିଲା । ସ୍ବାମୀ ନୃସିଂହ ନିଜ ପତ୍ନୀ ନନ୍ଦିନୀକୁ ସବୁବେଳେ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲା । ତେବେ ଏହି ନିର୍ଯାତନା ଅତିଶୟ ହେବାରୁ ପତ୍ନୀ ନନ୍ଦିନୀ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ନୃସିଂହ ଶଶୁର ଘରକୁ ଯାଇ ଗାଳିଗୁଲଜ କରିଥିଲା । ତେବେ ଆଜି ଅପରାହ୍ନ ପ୍ରାୟ ସାଢେ 2ଟାରେ ନୃସିଂହ ଶଶୁର ଘରେ ପହଞ୍ଚି ସେଠାରେ ନିଜ ପତ୍ନୀ ନନ୍ଦିନୀ ମହାନ୍ତିଙ୍କ ସହ ତାଙ୍କ ସଢ଼ୁ, ପୁତୁରା, ଦେଢ଼ଶାଶୁ, ଶାଶୁଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥଲା ।
ଏହା ମଧ୍ୟ ପଢନ୍ତୁ :-Naba Das Murder Case: ଗୋପାଳର ଓକିଲ କହିଲେ ଦରକାର ପଡ଼ିଲେ ସୁପ୍ରିମକୋର୍ଟ୍ ଯିବୁ
ତେବେ ଏହି ଆକ୍ରମଣରେ ସମସ୍ତେ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ସ୍ଥାନୀୟ ଲୋକେ ପୁରୀ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଆକ୍ରମଣରେ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ନୃସିଂହ ସବୁବେଳେ ଏପରି ହିଂସା ଓ ନିର୍ଯାତନା ଦେଉଥିବା ପତ୍ନୀ ଅଭିଯୋଗ କରିଛନ୍ତି । ସେପଟେ କୁମ୍ଭାରପଡ଼ା ଥାନାଧିକାରୀ କହିଛନ୍ତି, ଏହି ଆକ୍ରମଣ ପଛରେ ପାରିବାରିକ ବିବାଦ ରହିଥିବା ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଆକ୍ରମଣ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଟିମ୍ ପ୍ରୟାସ କରୁଛି ।
ଇଟିଭି ଭାରତ, ପୁରୀ