ETV Bharat / state

ବେଆଇନ ମଦ କାରବାର, ଜଣେ ଗିରଫ

author img

By

Published : Oct 30, 2020, 10:06 PM IST

ପୁରୀ ଡେଲାଙ୍ଗ ଅଞ୍ଚଳରେ ବେଆଇନ ଦେଶୀ ମଦ କାରବାର ବଢିବାର ଲାଗିଛି । ଏନେଇ ପୋଲିସ ଅଭିଯୁକ୍ତ ସଂଞ୍ଜୟ ସାହୁକୁ ଗିରଫ କରିଛି ।

One arrested
ମଦ କାରବାରରେ ଜଣେ ଗିରଫ

ପୁରୀ: ବେଆଇନ ଦେଶୀମଦ କାରବାର ଅଭିଯୋଗରେ ଜଣେ ଗିରଫ । ପୁରୀ ଡେଲାଙ୍ଗ ଅଞ୍ଚଳରେ ବେଆଇନ ଦେଶୀ ମଦ କାରବାର ବଢିବାର ଲାଗିଛି । ଏନେଇ ପୋଲିସ ଅଭିଯୁକ୍ତ ସଞ୍ଜୟ ସାହୁକୁ ଗିରଫ କରିଛି ।

ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପରେ ବେଆଇନ ମଦ କାରବାର ଉପରେ କଡା ନଜର ରଖିଛି ପୁରୀ ଡେଲାଙ୍ଗ ପୋଲିସ । ତେବେ ବେଆଇନ ଦେଶୀମଦ କାରବାର ଅଭିଯୋଗକୁ ନେଇ ଡେଲାଙ୍ଗ ପୋଲିସ ପକ୍ଷରୁ ସ୍ତାନୀୟ ଘୋରଡିଆ ଅଞ୍ଚଳର ସଞ୍ଜୟ ସାହୁଙ୍କ ଘରେ ଚଢ଼ାଉ ହୋଇଥିଲା ।

ଚଢାଉ ସମୟରେ ତାଙ୍କ ଘରୁ 50 ଲିଟର ଦେଶୀମଦ ତଥା 40 ବୋତଲ ଆସ୍କା-40 ଜବତ କରିଛି ପୋଲିସ । ଗତ କିଛିଦିନ ହେବ ଅଭିଯୁକ୍ତ ସଞ୍ଜୟ ସାହୁ ବେଆଇନ ଦେଶୀମଦ କାରବାର କରିଆସୁଥିଲା । ତେବେ ପୋଲିସ ଏନେଇ ଚଢାଉ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.