ETV Bharat / state

ପେଣ୍ଠକଟା ବେଳାଭୂମିରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ - ପୁରୀର ପେଣ୍ଠକଟା ବେଳାଭୂମି

ପୁରୀ ପେଣ୍ଠକଟା ବେଳାଭୁମିରେ ଅଣ୍ଡାଦାନ କଲେ ଅଲିଭ ରିଡଲେ କଇଁଛ । ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପରିବେଶବିତ ମହଲରେ ଉଦବେଗ । ଅଧିକ ପଢନ୍ତୁ

olive ridley turtles
olive ridley turtles
author img

By

Published : Mar 12, 2023, 10:36 PM IST

olive ridley turtles

ପୁରୀ : ଆରମ୍ଭ ହୋଇଛି ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା । ପୁରୀର ପେଣ୍ଠକଟା ବେଳାଭୂମି ଅଣ୍ଡାଦାନ କରିଛନ୍ତି ଅଲିଭ ରିଡଲେ । ପୁରୀ ସହର ନିକଟରେ କଇଁଛ ଅଣ୍ଡା ଦେଇଥିବରୁ ପରିବେଶ ପ୍ରେମୀ ମହଲରେ ଉତ୍ସାହ ପ୍ରକାଶ ପାଇଛି । ହେଲେ ଆଶାମୁତାବକ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପାଇଁ ପୁରୀ ଉପକୂଳକୁ ଆସି ନଥିବାରୁ ପରିବେଶ ପ୍ରେମୀ ମହଲରେ ଉଦବେଗ ପ୍ରକାଶ ପାଇଛି । ବିଶେଷ କରି ସମୁଦ୍ରର ନିଶିଦ୍ଧାଞ୍ଚଳରେ ଅବାଧ ଟ୍ରଲର ଚଳପ୍ରଚଳ ଯୋଗୁଁ ଅନେକ କଇଁଛ ମୃତାହତ ହେଉଥିବା ବେଳେ ଟ୍ରଲରର ଅତ୍ୟଧିକ ଶବ୍ଦ ଯୋଗୁଁ ଉପକୂଳକୁ ଆସୁନାହାନ୍ତି ଅଲିଭ ରିଡଲେ । ତେବେ ଏନେଇ ପୁରୀ ଉପକୂଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପରିବେଶ ପ୍ରେମୀ ଦାବି କରିଛନ୍ତି ।

ପୁରୀ ପେଣ୍ଠକଟା ଉପକୂଳରୁ 113ଟି ଅଲିଭ ରିଡଲେ କଇଁଛ ଅଣ୍ଡା ଉଦ୍ଧାର ହୋଇଛି । ବିରଳ ଅଲିଭ ରିଡଲେ କଇଁଛ ଚଳିତ ବର୍ଷ ପୁରୀ ପେଣ୍ଠକଟା ବେଳାଭୂମିରେ ପ୍ରଥମ ଥର ପାଇଁ ଅଣ୍ଡାଦାନ କରିଛନ୍ତି । ଖବର ପାଇ ବନ ବିଭାଗ କର୍ମଚାରୀ ଅଣ୍ଡାକୁ ଉଦ୍ଧାର କରି ଏହାକୁ ନୁଆ ନଈ ହାଚେରିରେ ରଖାଯାଇଛି । ଅନ୍ୟପଟେ ଚଳିତ ବର୍ଷ ଅଲିଭ ରିଡଲେ କଇଁଛଙ୍କ ଆଗମନ ପୁରୀ ଉପକୂଳରେ ଯଥେଷ୍ଟ ହ୍ରାସ ପାଇଛି । ବିଶେଷ କରି ବନ ବିଭାଗର ଅବହେଳା ଯୋଗୁଁ ହ୍ରାସ ପାଇଥିବା ନେଇ ଦାୟୀ କରିଛନ୍ତି ପରିବେଶ ପ୍ରେମୀ ।

ନିଷିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର ଅବାଧରେ ଚଳପ୍ରଚଳ ଯୋଗୁଁ ଏହାର ମାଡ ରେ ଅନେକ ଅଲିଭ ରିଡଲେ ଙ୍କ ମୃତ୍ୟୁ ହେଉଛି। ସେହିପରି ଟ୍ରଲର ର ଉଚ୍ଚ ଶବ୍ଦ, ଜାଲ ବ୍ୟବହାର ଯୋଗୁଁ ଉପକୂଳ କୁ କଇଁଛ ଆସୁ ନ ଥିବା ପରିବେଶ ପ୍ରେମୀ ଅଭିଯୋଗ କରିଛନ୍ତି। ବନ ବିଭାଗ ଓ ମେରାଇନ ଫିସରି ବିଭାଗ ର କେତେକ ଅସାଧୁ କର୍ମଚାରୀ ମତ୍ସଜିବୀଙ୍କଠାରୁ ଅର୍ଥ ନେଇ ନିଷିଦ୍ଧ ଅଞ୍ଚଳରେ ମାଛ ମାରିବା ପାଇଁ ଟ୍ରଲର ଚଳାଚଳ ପାଇଁ ପ୍ରଶୟ ଦେବା ଯୋଗୁଁ ଅଲିଭ ରିଡ଼ଲେ ଉପକୂଳକୁ ଆସୁ ନଥିବା ଅଭିଯୋଗ ହୋଇଛି ।

ସେପଟେ ପୁରୀର ଦେବୀ ମୁହାଣଠାରୁ ବେଲେଶ୍ୱର ଉପକୂଳ ଯାଏଁ ଅଲିଭ ରିଡଲେ କଇଁଛ ଆସି ଅଣ୍ଡାଦାନ କରନ୍ତି । ଏଥିପାଇଁ ନଭେମ୍ବରରୁ ମେ ମାସ ଶେଷ ଯାଏଁ ସମୁଦ୍ରର ନିର୍ଦ୍ଦିଷ୍ଟ ଅଞ୍ଚଳର ଟ୍ରଲର ଯୋଗେ ମାଛମରା ନିଷିଦ୍ଧ ଥାଏ । ହେଲେ ଏହାକୁ ଖୁଲମଖୁଲା ଉଲଘଂନ କରାଯାଉଛି । ବନ ବିଭାଗ ଓ ମେରାଇନ ଫିସରି ବିଭାଗ ପକ୍ଷରୁ ଉପଯୁକ୍ତ ପାଟ୍ରୋଲିଂ ହେଉ ନଥିବା ବେଳେ ଟ୍ରଲର ମାଲିକଙ୍କ ଠାରୁ ବିପୁଳ ଅର୍ଥ ନେଇ ଚୁପ୍ ବସିବା ଅଲିଭ ରିଡ଼ଲେ ପାଇଁ ପୁରୀ ଉପକୂଳ ଏବେ ମୃତ୍ୟୁର ଯନ୍ତା ହୋଇଛି । ଏଣୁ ପ୍ରକୃତିର ଏହି ସୁନ୍ଦର ଜୀବର ସୁରକ୍ଷା ପାଇଁ ସମସ୍ତେ ସଚେତନ ନହେଲେ ଅଲିଭ ରିଡଲେ ବିଲୋପ ହୋଇଯିବ ବୋଲି ପରିବେଶ ପ୍ରେମୀ ଓ ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.