ETV Bharat / state

ବେଆଇନ ଟ୍ରଲର ମାଡ଼ରେ ଯାଉଛି କଇଁଛଙ୍କ ଜୀବନ ! ଅଲିଭ ରିଡଲେଙ୍କ ସୁରକ୍ଷା କଥା କିଏ ପଚାରେ - ଅଲିଭ ରିଡ଼ଲେ କଇଁଛ

Mass Nesting Of Olive Ridley Sea Turtles: ଓଡିଶାର ଜଳବାୟୁକୁ ସୁରକ୍ଷିତ ମନେ କରି ଅଣ୍ଡାଦାନ ପାଇଁ ଆସିଥାନ୍ତି ଅଲିଭ ରିଡଲେ କଇଁଛ । ହଜାର ହଜାର ମାଇମ ସମୁଦ୍ରର ନୀଳ ଜଳରାଶିକୁ ଅତିକ୍ରମ କରି ଓଡ଼ିଶାର ବିଭିନ୍ନ ବେଳାଭୂମୀରେ ପହଞ୍ଚିଥାନ୍ତି । ହେଲେ ସୁରକ୍ଷିତ ସ୍ଥାନ ଏବେ ଅଲିଭ ରିଡ଼ଲେ କଇଁଛଙ୍କ ପାଇଁ ଅସୁରକ୍ଷିତ ହୋଇଯାଇଛି । ଅଧିକ ପଢ଼ନ୍ତୁ...

ଅଲିଭ ରିଡ଼ଲେ କଇଁଛ
ଅଲିଭ ରିଡ଼ଲେ କଇଁଛ
author img

By ETV Bharat Odisha Team

Published : Jan 6, 2024, 10:43 PM IST

ଅଲିଭ ରିଡ଼ଲେ କଇଁଛ

ନିମାପଡ଼ା: ଓଡିଶାର ଜଳବାୟୁକୁ ସୁରକ୍ଷିତ ମନେ କରି ଆଣ୍ଡାଦାନ ପାଇଁ ଆସିଥାନ୍ତି ଅଲିଭ ରିଡ଼ଲେ କଇଁଛ । ହଜାର ହଜାର ମାଇଲ ସମୁଦ୍ରର ଜଳରାଶିକୁ ଅତିକ୍ରମ କରି ଆଣ୍ଡାଦାନ ପାଇଁ ଓଡ଼ିଶାର ବିଭିନ୍ନ ବେଳାଭୂମୀରେ ପହଞ୍ଚିଥାନ୍ତି କଇଁଛ । ତେବେ ଅତିଥି କଇଁଛମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ କଇଁଛମାନଙ୍କ ସୁରକ୍ଷାରେ ଅବ୍ୟବସ୍ଥା କରାଯାଉଥିବା ଅଭିଯୋଗ ହୋଇଛି । କଇଁଛମାନେ ଅଣ୍ଡାଦାନ କରୁଥିବା ଅଞ୍ଚକୁ ନିଷେଧାଞ୍ଚଳ ଘୋଷଣା କରିଥାଏ ପ୍ରଶାସନ । କିନ୍ତୁ ନିଷେଧାଞ୍ଚଳରେ ମାଳମାଳ ଟ୍ରଲର ଅବାଧରେ ଚଳ ପ୍ରଚଳ କରୁଥିବାରୁ ଟ୍ରଲର ମାଡ଼ରେ ଅଲିଭ ରିଡଲେ କଇଁଛଙ୍କ ମୃତ୍ୟୁ ହେଉଥିବା ନେଇ ଅଭିଯୋଗ ହେଉଛି ।

ବିଶେଷ କରି କେନ୍ଦ୍ରାପଡ଼ାର ଗହୀରମାଥା ଓ ଗଞ୍ଜାମର ଋଷିକୁଲ୍ୟା ମୁହାଣ ଭଳି ଚନ୍ଦ୍ରାଭାଗା ମୁହାଣକୁ ମଧ୍ୟ ଅଣ୍ଡାଦାନ କରିବାକୁ ଆସିଥାନ୍ତି ଅଲିଭ ରିଡ଼ଲେ କଇଁଛ । କଇଁଛମାନେ ଅଣ୍ଡାଦାନ କରୁଥିବା ଅଞ୍ଚଳକୁ ପ୍ରତିବର୍ଷ ନଭେମ୍ଵର ୧ ତାରିଖ ଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଯାଇଥାଏ । ଏନେଇ ଚନ୍ଦ୍ରଭାଗର ଦେବୀ ମୁହାଣ ଠାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ମାଛ ଧରାକୁ ବନ୍ଦ କରାଯାଇଥିବା ବେଳେ ସମୁଦ୍ରରେ ଯାନ୍ତ୍ରୀକ ଯାନ ଚଳାଚଳ ଉପରେ କଟକଣା ଜାରି କରିଥାଏ ପ୍ରଶାସନ । ଏଥିପାଇଁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା ବେଳେ ଅମାନିଆ ହୋଇ ସମୁଦ୍ର ଭିତରକୁ ଯାଇ ମାଛ ଧରିଲେ ସେମାନରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ରରୁ ମାଛମାରିବା ପାଇଁ କଟକଣା ଜାରି କରିବା ସହିତ ଜନ ସଚେତନା କରାଯାଇ ମାଛ ମାରିବା ଉପରେ କଟକଣା ଲଗାଇଥାଏ ପ୍ରଶାସନ । ମାତ୍ର ଦାୟିତ୍ଵରେ ଥିବା ଅଧିକାରୀ ଓ ଟ୍ରଲର ମାଲିକ ମଧ୍ୟରେ ଭିତିରିଆ ବୁଝାବଣା ପାଇଁ ବିପଦ ମୁହଁକୁ ଠେଲି ହୋଇ ଯାଉଛି ଅଲିଭ ରିଡ଼ଲେ କଇଁଛଙ୍କ ଜୀବନ । ଅବାଧରେ ଚାଲୁଥିବା ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ପାଇଁ ବହୁ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି କଇଁଛ । ଦେବୀ ନଦୀ ମୁହାଣ ଓ ସମୁଦ୍ର ଠାରୁ 20 କିଲୋମିଟର ପରିଧୀ ପର୍ଯ୍ୟନ୍ତ କଟକଣା ଲାଗି ରହିଥିବା ବେଳେ କେମିତି ଓ କିଭଳି ଟ୍ରଲର ଚାଲୁଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନିୟ ବାସିନ୍ଦା ଓ ବୁଦ୍ଧିଜୀବୀ ।

ସେପଟେ ପ୍ରାକୃତିକ ସନ୍ତୁଳନ ପାଇଁ ଅଲିଭ ରିଡଲେଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣଥିବା ବେଳେ ଏମାନଙ୍କ ସୁରକ୍ଷା କେବଳ କାଗଜ କଲମ ଭିତରେ ସିମିତ ରହିଯାଇଛି ବୋଲି ପରିବେଶବିତ ଅଭିଯୋଗ କରିଛନ୍ତି । ଅଲିଭ ରିଡଲେଙ୍କ ସୁରକ୍ଷା ପ୍ରତି ଦାୟିତ୍ଵରେ ଥିବା ବିଭାଗ ଅବହେଳା କରୁଛି ବୋଲି ଅଭିଯୋଗ ହେଉଛି । ମେ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ରହିଥିବା ବେଳେ କାହା ବଳରେ ନିଷିଧାଞ୍ଚଳରେ ମାଳମାଳ ଟ୍ରଲର ଚାଲୁଛି ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବନ ବିଭାଗ ଏସିଏଫ ଉତ୍ତମ କୁମାର ଗଡନାୟକ କହିଛନ୍ତି, "ନିଷିଧା ଅଞ୍ଚଳରେ ବେଆଇନ ଟ୍ରଲର/ ବୋଟ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦୈନଦିନ ପାଟ୍ରୋଲିଂ କରାଯାଉଛି । ବିଭିନ୍ନ ସ୍ଥାନରେ ଅଲିଭ ରିଡଲେଙ୍କ ସୁରକ୍ଷା ନେଇ ସଚେତନତା କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ.....ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା; ବନ ବିଭାଗକୁ ଖୋଲା ଚ୍ୟାଲେଞ୍ଜ, ନିଷେଦ୍ଧାଞ୍ଚଳରେ ବଢୁଛି ମାଛମାରିବା, ପାଟ୍ରୋଲିଂ ସମୟରେ ଛାଡିଦେଲେ ଲଞ୍ଚ !

ସୂଚନାଯୋଗ୍ୟ, ବିଶ୍ୱରେ ଅଲିଭ ରିଡ୍‌ଲେଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ଓଡ଼ିଶା ଉପକୂଳରେ ଏମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ଅଣ୍ଡାଦାନ କରିଥାନ୍ତି । ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ଅଲିଭ ରିଡ୍‌ଲେ କଇଁଛ ପ୍ରଜନନ ପାଇଁ ଉତ୍କୃଷ୍ଟ ସ୍ଥାନ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ଗହୀରମଥା ଓ ପୁରୀ ଜିଲ୍ଲାର ଦେବୀ ମୁହାଣ ସବୁଠୁ ନିରାପଦ ସ୍ଥାନ । ନଭେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ଲକ୍ଷାଧିକ ଅଲିଭ ରିଡ୍‌ଲେ କଇଁଛ ଓଡ଼ିଶା ଉପକୂଳକୁ ଅଣ୍ଡାଦାନ ପାଇଁ ଆସିଥାନ୍ତି । ଜାନୁୟାରୀରୁ ମେ ମାସ ପର୍ଯ୍ୟନ୍ତ ଅଣ୍ଡାଦାନ ପ୍ରକ୍ରିୟା ଚାଲିଥାଏ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.