ETV Bharat / state

ଆରମ୍ଭ ହେଲା ଇକୋ ରିଟ୍ରିଟ ଫେଷ୍ଟିଭାଲ, ପର୍ଯ୍ୟଟକଙ୍କୁ ଟାଣିବାକୁ ଖାସ୍ ପ୍ରୟାସ - odisha second edition of eco retreat begins

ଆରମ୍ଭ ହୋଇଛି ଦ୍ବିତୀୟ ଇକୋ ରିଟ୍ରିଟ ଫେଷ୍ଟିଭାଲ । ଆଜି(ବୁଧବର) କାର୍ଯ୍ୟକ୍ରମକୁ ଭିଡିଓ କନଫେନ୍ସିରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକୃତିର ନୈସର୍ଗିକ ଶୋଭାରାଜିରେ ନିଆରା ଅନୁଭୂତି ଆଣିଦେବ ଇକୋ-ରିଟ୍ରିଟ୍ ‌।

ଆରମ୍ଭ ହେଲା ଇକୋ ରିଟ୍ରିଟ ଫେଷ୍ଟିଭାଲ
ଆରମ୍ଭ ହେଲା ଇକୋ ରିଟ୍ରିଟ ଫେଷ୍ଟିଭାଲ
author img

By

Published : Dec 9, 2020, 6:03 PM IST

Updated : Dec 9, 2020, 7:44 PM IST

ପୁରୀ: ଆରମ୍ଭ ହୋଇଛି ଦ୍ବିତୀୟ ଇକୋ ରିଟ୍ରିଟ ଫେଷ୍ଟିଭାଲ । ପ୍ରକୃତି କୋଳରେ ଅସୀମିତ ମଜା । କେଉଁଠି ସମୁଦ୍ର ଜଳରାଶିରେ ତ ଆଉ କେଉଁଠି ଘଞ୍ଚ ଜଙ୍ଗଲରେ । ଜେଟ୍‌ ସ୍କାଏରେ ଆକାଶକୁ ଛୁଇଁବାର ପ୍ରୟାସ ସାଙ୍ଗକୁ ଜଳକ୍ରୀଡ଼ାରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି ସହ ଏକାକାର ହୋଇଯିବାର ଅନୁଭୂତି । ଯୁଆଡ଼େ ଗଲେ ସିଆଡ଼େ ପ୍ରକୃତିର ନୈସର୍ଗିକ ଶୋଭାରାଜି । ଏମିତି ନିଆରା ଅନୁଭୂତି ଆଣିଦେବ ଇକୋ-ରିଟ୍ରିଟ୍ ‌।

ଆରମ୍ଭ ହେଲା ଇକୋ ରିଟ୍ରିଟ ଫେଷ୍ଟିଭାଲ

ଦାରିଙ୍ଗବାଡ଼ିରୁ ସାତକୋଶିଆ, ହୀରାକୁଦରୁ ଭିତରକନିକା । ପୁଣି ବ୍ଲାକ ପାଗୋଡ଼ା କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି। ଏହି ୫ଟି ସ୍ଥାନରେ ଆରମ୍ଭ ହେବ ଇକୋ-ରିଟ୍ରିଟ୍‌। । ଯାହାକୁ ଆଜି(ବୁଧବର) କାର୍ଯ୍ୟକ୍ରମକୁ ଭିଡିଓ କନଫେନ୍ସିରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ମଧ୍ୟ ଉପସ୍ଥିତ ରହିଥିଲେ ।

ଏହାପରେ ପର୍ଯ୍ୟଟକମାନେ ପ୍ରକୃତି କୋଳରେ ରହିବା ସହ ବିଭିନ୍ନ ପ୍ରକାରର ଦୁଃସାହସିକ କ୍ରୀଡ଼ାର ମଜା ନେବା ସହ ଆଖାପାଖରେ ଥିବା ପର୍ଯ୍ୟଟନସ୍ଥଳୀ ବୁଲି ପାରିବେ । ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବେ। ଓଡ଼ିଶାର ଖାଦ୍ୟପେୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ନୂଆ ନୂଆ ଅନୁଭୂତି ସାଉଁଟିବେ।

ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୋଣାର୍କ ଇକୋ-ରିଟ୍ରିଟ୍‌ରେ ରହିବା ପାଇଁ ୪୦୦ ବୁକିଂ ହୋଇଛି । ସେହିପରି ଦାରିଙ୍ଗବାଡ଼ି ଓ ସାତକୋଶିଆରେ ୭୦ ଲେଖାଏଁ, ହୀରାକୁଦରେ ୨୫ ଓ ଭିତରକନିକାରେ ୮୫ ବୁକିଂ କରାଯାଇଛି। ଏହି ଇକୋ-ରିଟ୍ରିଟ୍‌ ଆସନ୍ତା ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଦୀର୍ଘ ତିନି ମାସ ଧରି ଚାଲିବ । ଗତବର୍ଷ ପ୍ରଥମ କରି କୋଣାର୍କରେ ଇକୋ-ରିଟ୍ରିଟ୍‌ ଆୟୋଜନ ହୋଇଥିଲା। ଏହାର ସଫଳତାକୁ ଦେଖି ଏଥର ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ କରାଯାଇଛି।

ମହାମାରୀ କୋରୋନା କଟକଣା ଯୋଗୁ ଅନ୍ତର୍ଜାତୀୟ ପର୍ଯ୍ୟଟକ ଆସିବାରେ ବାରଣ ରହିଛି । ହେଲେ ଦେଶୀୟ ଓ ପଡ଼ୋଶୀ ରାଜ୍ୟର ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ, ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଗକୁ ଇକୋ-ରିଟ୍ରିଟ୍‌ର କଳେବର ବୃଦ୍ଧି କରିବାକୁ ବଡ଼ ଯୋଜନା କରିଛି । ଯଦି ଏଥର ଇକୋ-ରିଟ୍ରିଟ୍‌ ସଫଳ ହୁଏ, ତେବେ ଆସନ୍ତାବର୍ଷଠୁ ନୁହେଁ ବରଂ ସବୁଦିନ ପାଇଁ ଏହାକୁ ସ୍ଥାୟୀ ଭାବେ କରାଯିବ। ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟରେ ଏଥିରେ ସାମିଲ କରାଯିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 9, 2020, 7:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.