ପୁରୀ: ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୁର୍ଣ୍ଣିମା । ଏନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ ମହାପ୍ରଭୁ ଆଜି ବଡ଼ଦେଉଳର ରତ୍ନବେଦୀରୁ ବାହାରି ସ୍ନାନମଣ୍ଡପରେ ବିରାଜମାନ କରିବେ। ବର୍ଷକର ପ୍ରତୀକ୍ଷା ପରେ ଅଗଣତି ଭକ୍ତଙ୍କୁ ଦର୍ଶନ ଓ ମନ୍ଦିରର ପରିସର ଥିବା ସ୍ବର୍ଣ୍ଣକୂପର ୧୦୮ ଗରା ଜଳରେ ସ୍ନାନ କରିବେ ଶ୍ରୀଜୀଉ । ପରେ ପରେ ସ୍ନାନମଣ୍ଡପକୁ ଧାଡି ପହଣ୍ଡିରେ ବିଜେ କରାଯିବ ।
ଏହି ଦିନ ବଡ ଠାକୁର ବଳଭଦ୍ରଙ୍କୁ ତେତିଶ, ଜଗନ୍ନାଥଙ୍କୁ ପଇଁତିରିଶ , ସୁଭଦ୍ରାଙ୍କୁ ବାଇଶି ଓ ସୁଦର୍ଶନଙ୍କୁ ଅଠର କୁମ୍ଭ ଜଳ ଦ୍ବାରା ସ୍ନାନ କରାଯାଏ । ଏହି ସ୍ନାନଯାତ୍ରା ପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରାଯିବ।