ETV Bharat / state

ଓଡ଼ିଆ ବିଶ୍ଵବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମ ହେଲା ଶୁଭାରମ୍ଭ, ଉଦଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ - ପାନ୍ଥାଶାଳାରେ ଆରମ୍ଭ ହେଲା ଓଡ଼ିଆ ବିଶ୍ଵବିଦ୍ୟାଳୟ

ପବିତ୍ର ଗୁରୁଦିବସରେ ଓଡ଼ିଆ ବିଶ୍ଵବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ହେଲା ଶୁଭାରମ୍ଭ । ୭୨ଜଣ ଛାତ୍ରଛାତ୍ରୀ ପାନ୍ଥାଶାଳାରେ କଲେ ଶିକ୍ଷା ଆରମ୍ଭ । ଅଧିକ ପଢନ୍ତୁ

ଓଡ଼ିଆ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ

author img

By ETV Bharat Odisha Team

Published : Sep 5, 2023, 10:10 PM IST

ଓଡ଼ିଆ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ

ପୁରୀ: ପବିତ୍ର ଗୁରୁଦିବସରେ ଓଡ଼ିଆ ବିଶ୍ଵବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ଶୁଭାରମ୍ଭ ମହା ସମାରୋହରେ ଅନୁଷ୍ଠିତ । ପୁରୀ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ଚଳିତ ଶିକ୍ଷା ବର୍ଷ ପାଇଁ ନାମଲେଖା ଶେଷ ହୋଇଥିବା ବେଳେ ଆଜି ଠାରୁ ପାଠ ପଢା ଆରମ୍ଭ ହୋଇଛି । ଗୁରୁ ଦିବସ ଠାରୁ ଅସ୍ଥାୟୀ ଭାବରେ ସତ୍ୟବାଦୀର ପାନ୍ଥଶାଳାରେ ପାଠପଢା ଆରମ୍ଭ ହୋଇଛି । ବିଶ୍ବବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣାଧୀନ ରହିଛି । ତେଣୁ ବିଶ୍ବବିଦ୍ୟାଳୟରେ ତିନିଟି ବିଭାଗରେ ପ୍ରାୟ ୭୨ଜଣ ଛାତ୍ରଛାତ୍ରୀ ପାନ୍ଥାଶାଳାରେ ଶିକ୍ଷା ଆରମ୍ଭ କରିଛନ୍ତି । ଗୁରୁ ଦିବସରେ ଛାତ୍ରଛାତ୍ରୀମାନଙ୍କର ପାଠ ପଢା ଆରମ୍ଭ ହୋଇଛି ।

ମୁଖ୍ୟଅତିଥି ଭାହେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ବିଶ୍ଵ ବିଦ୍ୟାଳୟରେ ପାଠପଢାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ପାଠ ପଢା ଆରମ୍ଭ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଗୁରୁ ଦିବସ ଅବସରରେ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପାଠ୍ୟକ୍ରମ ଶୁଭାରମ୍ଭ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଶ୍ଵବିଦ୍ୟାଳୟ କୁଳପତି ଡ ସବିତା ପ୍ରଧାନ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ରମାକାନ୍ତ ନାୟକ, ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏଡିଏମଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ..ପ୍ରଥମ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ସବିତା ପ୍ରଧାନ

ତେବେ ଆଜି ଗୁରୁ ଦିବସରେ ଓଡିଆ ବିଶ୍ୱବିଦ୍ୟାଳୟରେ ପାଠପଢା ଶୁଭାରମ୍ଭ ହୋଇଥିବାରୁ ଛାତ୍ର ଛାତ୍ରୀ ବେଶ୍ ଖୁସି ଅଛନ୍ତି। ଓଡ଼ିଆ ଭାଷାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ଛାତ୍ରଛାତ୍ରୀ ବେଶ ପ୍ରଶଂସା କରିଛନ୍ତି । ଓଡିଆ ଭାଷାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନେ ଉଦ୍ୟମ କରିବେ ବୋଲି କହିଛନ୍ତି ।

ତେବେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ‘‘ସତ୍ୟବାଦୀର ଓଡିଆ ବିଶ୍ଵ ବିଦ୍ୟାଳୟ ଓଡ଼ିଆ ଭାଷାକୁ ସାରା ବିଶ୍ଵ ଦରବାରରେ ଉତ୍କର୍ଷତା ପାଇଁ ଏକ ପ୍ରମୁଖ ମାଧ୍ୟମ ପାଲଟିବ । ଓଡ଼ିଆ ବିଶ୍ଵ ବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜୋର୍ ସୋରରେ ଆଗେଇ ଚାଲିଛି। ଆଉ ଦୁଇ ମାସ ଭିତରେ ସବୁ ନିର୍ମାଣ କାର୍ଯ ସରିବା । ଏହା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପାଇଁ ଆସିବେ।’’

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.