ETV Bharat / state

ଜାନୁୟାରୀ ୪ରେ ଆସୁଛି ଓଡିଆ ଚଳଚ୍ଚିତ୍ର 'ଦଶମ', ମହାପ୍ରଭୁଙ୍କ ଶରଣରେ ପୁରା ଟିମ

author img

By ETV Bharat Odisha Team

Published : Nov 22, 2023, 9:58 PM IST

ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଯେଉଁଥିରେ ସମସ୍ତ ମୁଖ୍ୟ ଚରିତ୍ରଙ୍କୁ ନାବାଳକ ଓ ନାବାଳିକା ଭାବେ ଦେଖିବାକୁ ମିଳିବ । ସ୍କୁଲବେଳର ଖଟାମିଟା କଥା ଏବଂ ଦଶମ ଶ୍ରେଣୀର ଅନୁଭୂତି ଭରି ରହିଛି । ଅଧିକ ପଢନ୍ତୁ

ଜାନୁୟାରୀ ୪ରେ ଆସିବ ଓଡିଆ ଚଳଚ୍ଚିତ୍ର 'ଦଶମ', ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୁରା ଟିମ

ଜାନୁୟାରୀ ୪ରେ ଆସିବ ଓଡିଆ ଚଳଚ୍ଚିତ୍ର ଦଶମ, ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୁରା ଟିମ

ପୁରୀ: ଜାନୁୟାରୀ ୪ରେ ଆସିବ ଓଡିଆ ଚଳଚ୍ଚିତ୍ର ଦଶମ, ଫିଲ୍ମର ସଫଳତା ପାଇଁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଲା ପୁରା ଟିମ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ହେବ ଦଶମ ଯେଉଁଥିରେ ସମସ୍ତ ମୁଖ୍ୟ ଚରିତ୍ରଙ୍କୁ ନାବାଳକ ଓ ନାବାଳିକା ଭାବେ ଦେଖିବାକୁ ମିଳିବ । ସ୍କୁଲବେଳର ଖଟାମିଟା କଥା, ଦଶମ ଶ୍ରେଣୀର ଅନୁଭୂତି ସବୁକୁ ମିଶାଇ ଏହି ସିନେମା ପ୍ରସ୍ତୁତ କରାଯାଇଛି ।

ଏହାଛଡ଼ା ଦଶମ ହେଉଛି ପ୍ରଥମ ଓଡ଼ିଆ ମ୍ୟୁଜିକାଲ ସିନେମା । ସିନେମାରେ ୯ଟି ଗୀତ ରହିଛି । ଓଲିଉଡ ଯେଉଁଭଳି ଭାବେ ନୂଆ ଧାରାରେ ଯୋଡ଼ି ହୋଇ ଆଗକୁ ବଢ଼ୁଛି । ସେଥିରେ ନିହାତି ରୂପେ ଦଶମ ଆଉ ଏକ ପାଦ ଆଗକୁ ବଢ଼ାଇ ନେବାରେ ସହାୟକ ହେବ । ପୂର୍ବରୁ ମୁକ୍ତିଲାଭ କରି ସାରିଥିବା ଦଶମର ଟିଜରକୁ ଦର୍ଶକ ମନଭରି ଭଲପାଇବା ଦେଇଛନ୍ତି । ଆଜି ଦଶମ ଟିମ ପହଞ୍ଚିଥିଲା ପୁରୀ ଶ୍ରୀ ମନ୍ଦିରରେ । ଏହି ଅବସରରେ ସିନେମାଟି ଆସନ୍ତା ଜାନୁୟାରୀ ୪ରେ ରୂପେଲି ପରଦାକୁ ଆସିବ ବୋଲି ଘୋଷଣା କରାଯାଇଥିଲା ।

ଟିମର ସଦସ୍ୟମାନେ ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରି ସିନେମାର ସଫଳତା କାମନା କରିଥିଲେ । ନିର୍ଦ୍ଦେଶକ ରାଜା ଡି, ପ୍ରଯୋଜକ ଦୀପକ ଜେନାଙ୍କ ସମେତଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନୀ ପ୍ରତିକ, ଅର୍ମାନ ମହାନ୍ତି, ଜଣ୍ଟି, ଜ୍ୟୋତି, ନିଳାକ୍ଷୀ ପାତ୍ର, ସିମରନ, ସୁମନ ପଟ୍ଟନାୟକଙ୍କ ସମେତ ଅଭିଜ୍ଞ ରବି ମିଶ୍ର ଏବଂ ସୁଶାନ୍ତ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଓଡ଼ିଆ ଚଳଚ୍ଚିତ୍ର ‘ଦଶମ’କୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଲାଣି । ବଡ ପରଦାରେ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଆଦୃତି ଲାଭ କରି ପାରିବ ବୋଲି ଆଶା କରୁଛନ୍ତି ଓଡିଆ ସିନେପ୍ରେମୀ ।

ଏହା ମଧ୍ୟ ପଢନ୍ତୁ....ଆନିମଲରେ ରଣବୀରଙ୍କ ଭୂମିକା ଅର୍ଜୁନ ରେଡ୍ଡୀ, କବୀର ସିଂଙ୍କ ଭଳି, ଖୁଲାସା କଲେ ଅଭିନେତା

ସ୍କୁଲବେଳର କାହାଣୀ ରୂପେଲି ପରଦାରେ ଦିଶିବ । ଚଳଚ୍ଚିତ୍ରର ପୃଷ୍ଠଭୂମୀ କେବଳ ଅଭିନେତାଙ୍କୁ ନେଇ ନୁହେଁ, ବରଂ ପ୍ରତିଟି ଦର୍ଶକଙ୍କୁ ଭାବାବେଗକୁ ନେଇ ତିଆରି କରାଯାଇଛି ବୋଲି ନିର୍ମାତାମାନେ ଜୋର ଦେଇ କହୁଛନ୍ତି । ତେବେ ଏହା ଭିତରେ ଆଉ ଏକ ଘଟଣା ‘ଦଶମ’ ପ୍ରସ୍ତୁତିକୁ ମଜବୁତ କରିସାରିଛି । ସୁପରଷ୍ଟାର ବାବୁଶାନ୍ ଦଶମ ଟିମ୍ ସହ ଯୋଡ଼ି ହୋଇଛନ୍ତି । ହେଲେ ତାଙ୍କୁ ପରଦାରେ ଦେଖିବାକୁ ମିଳିବ ନାହିଁ । ସିନେମାର ଏକ ପ୍ରମୁଖ ଗୀତରେ ବାବୁଶାନ କଣ୍ଠଦାନ କରିଛନ୍ତି । ଆଉ ଏହି ଗୀତଟି ମଧ୍ୟ ମନଛୁଆଁ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.