ETV Bharat / state

ଶ୍ରୀମନ୍ଦିରରେ ପାଳିତ ନୃସିଂହ ଜନ୍ମ ନୀତି

author img

By

Published : May 14, 2022, 4:51 PM IST

ଶ୍ରୀଜଗନ୍ନାଥଙ୍କ ଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରି ଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି । ସେହି ସ୍ମୃତିରେ ପ୍ରତିବର୍ଷ ଶୁକ୍ଳ ଚତୁର୍ଦ୍ଦଶୀରେ ବଡ଼ଦେଉଳରେ ଶ୍ରୀନୃସିଂହଙ୍କ ଜନ୍ମ ପାଳିତ ହେଉଛି । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ପାଳିତ ନୃସିଂହ ଜନ୍ମ ନୀତି, ଚଳଚଞ୍ଚଳ ଶ୍ରୀମନ୍ଦିର

ପୁରୀ: ଆଜି(ଶନିବାର) ଶ୍ରୀମନ୍ଦିର ଅନୁଷ୍ଠିତ ହେଉଛି ନୃସିଂହ ଜନ୍ମନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଅବତାରୀ ହେଉଛନ୍ତି । ତାଙ୍କଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରି ଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି । ସେହି ସ୍ମୃତିରେ ପ୍ରତିବର୍ଷ ଶୁକ୍ଳ ଚତୁର୍ଦ୍ଦଶୀରେ ବଡ଼ଦେଉଳରେ ଶ୍ରୀନୃସିଂହଙ୍କ ଜନ୍ମ ପାଳିତ ହେଉଛି । ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତଥା ନୃସିଂହ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଥାଏ । ଯାତ ଭୋଗ ସରିବା ପରେ ଠାକୁର ଚନ୍ଦନକୁ ଯାଇଥାନ୍ତି । ଏହାପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢିଥାଏ । ଚନ୍ଦନରୁ ଠାକୁର ଫେରିବା ପରେ ହୋମ ପାଳିଆପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଘଣ୍ଟ, ଛତା, କାହାଳୀ ସହ ସିଂହଦ୍ବାର ଓ ଦୋଳମଣ୍ଡପ ସାହି ଦେଇ ଚକ୍ରନାରାୟରଣ ମନ୍ଦିରକୁ ଯାଆନ୍ତି । ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଚକ୍ରନାରାୟଣଙ୍କୁ ଲାଗି କରାଯାଇଥାଏ । ମହାପ୍ରଭୁଙ୍କ ମଇଲମ ହୋଇ ଆଳତି ବଢେ । ପରେ ତିନିବାଡ଼ରେ ଠାକୁରଙ୍କ ପଞ୍ଚାମୃତ ମହାସ୍ନାନ ହୁଏ ।

ସର୍ବାଙ୍ଗ ବଢିବା ପରେ ଠାକୁର ନୂଆ ଲୁଗା ଲାଗିହୋଇ ୬ ମୂର୍ତ୍ତି ଅଳଙ୍କାର ଲାଗିହୋଇଥାଏ । ପାଣି ପଡ଼ି ସନ୍ଧ୍ୟା ଧୂପ ନୀତି ବଢିବା ପରେ ମହାଜନ ସେବକ ମୁକ୍ତିମଣ୍ଡପ ଉପରକୁ ନୃସିଂହଙ୍କୁ ଖଟୁଲିରେ ବିଜେ କରାଇଥାନ୍ତି । ନୃସିଂହ ମନ୍ଦିର ଭିତରେ ପତି ମହାପାତ୍ର ଏବଂ ମଣ୍ଡପ ଉପରେ ବିଜେ ନୃସିଂହଙ୍କ ପାଖରେ ପଣ୍ଡା ମହାସ୍ନାନ ପୂଜା କରିଥାନ୍ତି । ଏହାପରେ ଉଭୟଙ୍କ ପାଖରେ ଶୀତଳ ଭୋଗ ପଞ୍ଚ ଉପଚାରରେ ପୂଜା ବଢି ବନ୍ଦାପନା ହୋଇଥାଏ । ମହାଜନେ ନୃସିଂହଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରାଇଥାନ୍ତି । ବିମାନବଡ଼ୁ ମାନେ ନୃସିଂହଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭକୁ ବିଜେ କରାନ୍ତି । ସେଠାରେ ଭୋଗ ବନ୍ଦାପନା ସରିବା ପରେ ଠାକୁର ବାହୁଡ଼ା ବିଜେ କରିଥାନ୍ତି । ନୃସିଂହ ବିଜେ କରିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଳତ ଲାଗିହୋଇ ଅନ୍ୟାନ୍ୟ ନୀତି ବଢିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.