ETV Bharat / state

ବରାଦି ଅବଢ଼ାରୁ ହଟିଲା କଟକଣା - ମହାକାର୍ତ୍ତିକ ମାସ

ଚଳିତବର୍ଷ ମହାକାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି କିଭଳି ଭାବରେ ସମସ୍ତ ଶ୍ରଦ୍ଧାଳୁ ମହାପ୍ରସାଦ ପାଇପାରିବେ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ ସୁଆର ମହାସୁଆର ନିଯୋଗ ସମ୍ପାଦକ। ଅଧିକ ପଢନ୍ତୁ:

puri abadha
ବରାଦି ଅବଢ଼ା
author img

By

Published : Oct 20, 2020, 10:34 PM IST

Updated : Oct 20, 2020, 10:49 PM IST

ପୁରୀ: ଏଥର ସମସ୍ତ ଭକ୍ତ ପାଇବେ ମହାପ୍ରଭୁଙ୍କ ବରାଦି ମହାପ୍ରସାଦ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର 7 ତାରିଖରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ବରାଦି ଅବଢ଼ା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ଅବଢା ନପାଇ ଭକ୍ତ ଓ ଶ୍ରଦ୍ଧାଳୁ କ୍ଷୋଭପ୍ରକାଶ କରିଥିଲେ। କୋରୋନା ବିପତ୍ତି ସମୟରେ ପୁରୀ ବାହାର ଲୋକଙ୍କୁ ବରାଦି ମହାପ୍ରସାଦ ମିଳିବ ନାହିଁ ବୋଲି ପୂର୍ବରୁ ସୁଆର ମହାସୁଆର ନିଯୋଗ ସୂଚନା ଦେଇଥିଲା।

ବରାଦି ଅବଢ଼ାରୁ ହଟିଲା କଟକଣା

ଚଳିତବର୍ଷ ମହାକାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି କିଭଳି ଭାବରେ ସମସ୍ତ ଭକ୍ତମାନେ ମହାପ୍ରସାଦ ପାଇପାରିବେ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ ସୁଆରମହାସୁଆର ନିଯୋଗ ସମ୍ପାଦକ। ତେବେ ଶ୍ରୀମନ୍ଦିର ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାରରେ ଟେଣ୍ଟ ଯୋଗେଁ କୋରୋନା କଟକଣା ମଧ୍ୟରେ ଗାଇଡଲାଇନ୍ ପାଳନ କରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବରାଦି ମହାପ୍ରସାଦ ମିଳିପାରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁଆରମହାସୁଆର ନିଯୋଗ ସମ୍ପାଦକ କୃଷ୍ନଚନ୍ଦ୍ର ପ୍ରତିହାରୀ।

କୋରୋନା ପାଇଁ ମାର୍ଚ୍ଚ ୨୦ ତାରିଖଠାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି । ତେବେ ପୁରୀ ସହରରେ କୋରୋନା ସଂକ୍ରମଣ ବୃଦ୍ଧି ଓ ମହାପ୍ରସାଦ ନେବାପାଇଁ ହେଉଥିବା ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର 7 ତାରିଖରେ ବରାଦି ମହାପ୍ରସାଦ ବିକ୍ରି ଉପରେ କଟକଣା ଲାଗିଥିଲା। କେବଳ ପୁରୀ ସହର ବାସୀନ୍ଦା ଓ ସେବାୟତଙ୍କ ପରିବାର ପାଇଁ ମହାପ୍ରସାଦ ଉଦ୍ଧିଷ୍ଟ ରହିଥିଲା।

ତେବେ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକମାନେ ବରାଦୀ ମହାପ୍ରସାଦ ପାଇବା ପାଇଁ ଅସୁବିଧା ଭୋଗିଥିଲେ। ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଦୀର୍ଘଦିନ ହେବ ମହାପ୍ରଭୁଙ୍କ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ପୁର୍ନବାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆସିବା ସହ ବରାଦୀ ମହାପ୍ରସାଦ ସମସ୍ତଙ୍କ ପାଇଁ ମିଳିବ ବୋଲି ସୁଆରମହାସୁଆର ନିଯୋଗ ତରଫରୁ ସ୍ପଷ୍ଟ ହେବାପରେ ଭକ୍ତଙ୍କ ମହଲରେ ଖୁସି ଦେଖାଦେଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 20, 2020, 10:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.