ETV Bharat / state

ପୁରୀରେ କୋହଳ ହେବ ନାହିଁ ଲକଡାଉନ ନିୟମ - ପୁରୀ ଲକଡାଉନ

ପୁରୀ ଜିଲ୍ଲାରେ ଆସନ୍ତା ମେ 3 ତାରିଖ ଯାଏଁ ବଳବତ୍ତର ରହିବ ଲକଡାଉନ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ସେବା ଦୋକାନ ଖୋଲିବ । ଅନ୍ୟ କୌଣସି ଦୋକାନ ଖୋଲିବ ନାହିଁ । ଏହା ବ୍ୟବସାୟୀଙ୍କୁ କଷ୍ଟ ଦେଲେ ମଧ୍ୟ ଜନସାଧାରଣଙ୍କ ହିତ ପାଇଁ ନିଷ୍ପତ୍ତି ହୋଇଛି ।

ପୁରୀରେ କୋହଳ ହେବ ନାହିଁ ଲକଡାଉନ
ପୁରୀରେ କୋହଳ ହେବ ନାହିଁ ଲକଡାଉନ
author img

By

Published : Apr 26, 2020, 7:59 PM IST

Updated : Apr 26, 2020, 8:20 PM IST

ପୁରୀ: କେନ୍ଦ୍ର ସରକାର ଲକଡାଉନ ସମୟ ଭିତରେ ଦୋକାନ ଖୋଲିବା ନେଇ କିଛି କୋହଳ କରିଛନ୍ତି । କିନ୍ତୁ ଏନେଇ ସ୍ଥିତି ଦେଖି ଜିଲ୍ଲା ପ୍ରଶାସନ ଏହାର ନିଷ୍ପତ୍ତି ନେଇ ପାରିବ ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାରେ ମଧ୍ୟ ଲକଡାଉନ ଆସନ୍ତା ମେ 3 ତାରିଖ ଯାଏଁ ଦଳବତ୍ତର ରହିବ ।

ପୁରୀରେ କୋହଳ ହେବ ନାହିଁ ଲକଡାଉନ

କେବଳ ଅତ୍ୟାବଶ୍ୟକ ସାମଗ୍ରୀ ସେବା ଦୋକାନ ଖୋଲିବ । ଅନ୍ୟ କୌଣସି ଦୋକାନ ଖୋଲିବ ନାହିଁ । ଏହା ବ୍ୟବସାୟୀଙ୍କୁ କଷ୍ଟ ଦେଲେ ମଧ୍ୟ ଜନସାଧାରଣଙ୍କ ହିତ ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଗଲାବେଳେ ମାସ୍କ ପିନ୍ଧି ଯିବାକୁ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ନିୟମ ଉଲ୍ଲଂଘନ କଲେ ଜୋରିମାନା ହେବ ବୋଲି ସେ ଲୋକଙ୍କୁ ସତର୍କ କରାଇଛନ୍ତି ।

ଅନ୍ୟପଟେ ପୁରୀ ବାସିନ୍ଦା ଯେଭଳି ଲକଡାଉନ ନିୟମକୁ ସଠିକ ଭାବେ ପାଳନ କରୁଛନ୍ତି ସେ ନେଇ ଜିଲ୍ଲାପାଳ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 26, 2020, 8:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.