ETV Bharat / state

ବୁଧବାର ହେବ ତ ଶ୍ରୀଜିଉଙ୍କ ବନକଲାଗି ନୀତି ? ହୋଇନାହିଁ ବିବାଦର ସମାଧାନ

ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ସ୍ଵତ୍ଵଲିପିକୁ ନେଇ ବିବାଦ ଲାଗି ରହିଛି। ଏହାର ସମାଧାନ ହୋଇପାରୁନଥିବାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରୁନାହିଁ। ଆସନ୍ତାକାଲି ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି କିଭଳି କରାଯିବ ସେନେଇ ଏକ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

author img

By

Published : Jul 25, 2023, 10:22 PM IST

ବୁଧବାର ହେବତ ଶ୍ରୀଜିଉଙ୍କ ବନକଲାଗି ନୀତି? ହୋଇନାହିଁ ବିବାଦର ସମାଧାନ !

ପୁରୀ: ନିଳାଦ୍ରୀ ବିଜେ ପରଠାରୁ ହୋଇନାହିଁ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ଶୃଙ୍ଗାର । ମଳିନ ପଡିଲାଣି ଓଡିଆ ଜାତିର ମଉଡମଣୀଙ୍କ ଶ୍ରୀମୁଖ। ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଡ ଠାକୁରଙ୍କ ଶ୍ରୀମୁଖ ଦର୍ଶନ କରି ଧନ୍ୟ ହୋଇଥାନ୍ତି ଭକ୍ତ । ଶ୍ରୀଜିଉଙ୍କ ଶ୍ରୀମୁଖ ଟିକିଏ ଦର୍ଶନ ପାଇଗଲେ ଭକ୍ତ ହୋଇଥାଏ କୃତ୍ୟ କୃତ୍ୟ । ହେଲେ ବିବାଦ ପାଇଁ ଏବେ ସେହି କଳାଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇପାରୁନାହିଁ । ନିଳାଦ୍ରୀ ବିଜେକୁ ପୁରିଲାଣି 25 ଦିନ । ହେଲେ ବନକଲାଗି ନୀତି ହେବା ତ ଦୂରର କଥା । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ବଢିଚାଲିଛି ବିବାଦ । ଯାହାକୁ ନେଇ କୋଟି କୋଟି ଓ ଜଗନ୍ନାଥ ଭକ୍ତ ଦୁଃଖିତ ମର୍ମାହତ ।

ଏହାବି ପଢନ୍ତୁ- ନିଳାଦ୍ରୀ ବିଜେ ପରଠୁ ହୋଇନାହିଁ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର, ଭକ୍ତ ମହଲରେ ଅସନ୍ତୋଷ

ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ସ୍ଵତ୍ଵଲିପିକୁ ନେଇ ବିବାଦ ଲାଗି ରହିଛି। ଏହାର ସମାଧାନ ହୋଇପାରୁନଥିବାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରୁନାହିଁ। ଆସନ୍ତାକାଲି ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି କିଭଳି କରାଯିବ ସେନେଇ ଏକ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଛି ଆସନ୍ତାକାଲି ବୁଧବାର ବନକଲାଗି ନୀତି ହେବ। ଦତ୍ତମହାପାତ୍ର ସେବାୟତ ମାନେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ମାନିବେ ବୋଲି ଆଶା ରଖିଛନ୍ତି ଦଇତାପତି ନିଯୋଗ ସମ୍ପାଦକ। ଯଦି ଦତ୍ତମହାପାତ୍ର ସେବାୟତ ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି ନକରନ୍ତି ତେବେ ତାହାର ବିକଳ୍ପ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯିବ ବୋଲି ଦଇତାପତି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ। କେଉଁ ଆବାହମାନ କାଳରୁ ଏହି ନୀତି ଅନୁଷ୍ଠିତ ହୋଇଆସୁଛି। ତେବେ ୨୦୧୮ ମସିହାରେ ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହୋଇଆସୁଛି। ଚଳିତବର୍ଷ ନିଳାଦ୍ରୀ ବିଜେ ପରେ ୬ ତାରିଖ ଗୁରୁବାର ମାଜଣା ଏବଂ ଏକାନ୍ତ ନୀତି ରହିଥିବା ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ବନକଲାଗି ନୀତି ହୋଇପାରିନଥିଲା। ପରେ ବୁଧବାର ମଧ୍ୟ ନକ୍ଷତ୍ର ବନ୍ଦାପନା ନୀତି ଥିବାରୁ ବନକଲାଗି ନୀତିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା।

ଏହି ଘଟଣାରୁ ନେଇ ଦତ୍ତମହାପାତ୍ର ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପୂର୍ବରୁ ସ୍ଵତ୍ଵଲିପି ଅନୁଯାୟୀ ଗୁରୁବାର ବନକଲାଗି ନୀତି ଅନୁଷ୍ଠିତ ହୋଇ ଆସୁଥିବାବେଳେ ଏବେଠାରୁ ପୁଣି ଗୁରୁବାର ଦିନ ବନକଲାଗି ନୀତି କରିବା ପାଇଁ ଦତ୍ତମହାପାତ୍ର ସେବାୟତ ମାନେ ଅଡ଼ି ବସିଛନ୍ତି।

ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ‘‘ଯାହା ବି ସମସ୍ୟା ଅଛି ତା'ର ସମାଧାନ କରାଯାଉ ଏବଂ ମହାପ୍ରଭୁଙ୍କ ନୀତି ବନ୍ଦ କରାନଯାଉ।’’ ଏପଟେ ବନକଲାଗି ନୀତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିନ୍ତୁ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଆଉ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଆସନ୍ତାକାଲି ହେବ ବନକଲାଗି ନୀତି ।

ଏହାବି ପଢନ୍ତୁ- ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, ଚାରି ଦ୍ଵାରରେ ପ୍ରବେଶ ଅନୁମତି ଦେବାକୁ ଦାବି

ଅନ୍ୟପଟେ ଦତ୍ତମହାପାତ୍ର ସେବାୟତ କହିଛନ୍ତି, ‘‘ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସ ଅନୁସାରେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥାଏ । ସେହି ପରିପ୍ରେକ୍ଷୀରେ ଆସନ୍ତାକାଲି ପ୍ରସ୍ତୁତି କରି ଗୁରୁବାର ବନକଲାଗି ନୀତି କରାଯିବ । ଆମେ ଆମର ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦେଇଛୁ । ଶ୍ରୀମନ୍ଦିର ପ୍ରଶାସନ କଣ କହୁଛି ଆମେ ଜାଣିନାହୁଁ । ଶ୍ରୀମନ୍ଦିରର ରେକର୍ଡ ଅଫ ରାଇଟ୍ସ ଅନୁସାରେ ନୀତି ହେଉ ।’’

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.