ETV Bharat / state

ଶିକ୍ଷା ବ୍ୟବସ୍ଥାର ଉଜୁଡା ଚିତ୍ର, ମନ୍ତ୍ରୀଙ୍କ ଅଞ୍ଚଳରେ ଆଶ୍ରୟସ୍ଥଳୀରେ ପଢୁଛନ୍ତି ପିଲା

‘ଫନି’ର ଦେଢମାସ ପରେ ବି ସୁଧୁରିନି ବିଦ୍ୟାଳୟ ସ୍ଥିତି । ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳରେ ବିଦ୍ୟାଳୟ ବଦଳରେ ବାତ୍ୟା ଆଶ୍ରୟସ୍ଥଳୀରେ ପିଲା ପଢୁଛନ୍ତି ପାଠ ।

author img

By

Published : Jun 21, 2019, 11:31 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବାତ୍ୟା ଫନି ବିଧାରେ ଚୁରମାର ହୋଇଯାଇଛି ଶ୍ରେଣୀ ଗୃହ । ତଳେ ପଡିଛି ଶ୍ରେଣୀ ଗୃହ କାନ୍ଥ । ବର୍ଷା ପାଣି ଖାଉଛି ବ୍ଲାକବୋର୍ଡ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନିର୍ବାଚନ ମଣ୍ଡଳୀରେ । ନିମାପଡା ବ୍ଲକ ଧନୁଆ ପଞ୍ଚାୟତର ପ୍ରାଥମିକ ଓ ଉଚ୍ଚ ବିଦ୍ଯାଳୟରେ ଏପରି ଅବସ୍ଥା ଶିକ୍ଷା ବ୍ୟବସ୍ଥାର ଉଜୁଡା ଚିତ୍ରକୁ ପଦାରେ ପକାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏପଟେ ବିଦ୍ୟାଳୟ ଶୁକ୍ରବାର ଖୋଲିଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନେ ବାତ୍ୟା ଆଶ୍ରୟ ସ୍ଥଳୀରେ ପଢୁଛନ୍ତି । ‘ଫନି’ ମାଡକୁ ଇତି ମଧ୍ଯରେ ଦେଢମାସ ବିତିଛି । ତେବେ ଏପର୍ଯ୍ୟନ୍ତ ମଧ୍ୟ ବିଦ୍ୟାଳୟର ମରାମତି ହୋଇନାହିଁ ଏବଂ ପିଲାମାନେ ବିଦ୍ୟାଳୟ ବଦଳରେ ଆଶ୍ରୟ ସ୍ଥଳରେ ପଢୁଛନ୍ତି । ଯାହା ଶିକ୍ଷା ବିଭାଗର ପାରିବାପଣିଆକୁ ଅଙ୍ଗୁଳି ଉଠାଇଛି ।

ବିଦ୍ୟାଳୟ ଖୋଲିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ ସବୁ ବିଦ୍ୟାଳୟ ଠିକ୍‌ ରହିଛି । ଯେଉଁ ବିଦ୍ୟାଳୟ ଠିକ୍‌ ନାହିଁ ସେଠାକାର ଛାତ୍ରଛାତ୍ରୀଙ୍କୁ ପାଖ ବିଦ୍ୟାଳୟକୁ ନିଆଯିବାକୁ ଯୋଜନା ହୋଇଛି । ତେବେ ମନ୍ତ୍ରୀଙ୍କ ମୁହଁଫୁଟାଣି ତାଙ୍କ ନିର୍ବାଚନ ମଣ୍ଡଳୀରେ ଶିକ୍ଷାର ଦୟନୀୟ ଚିତ୍ର ଦେଖିଲେ ବାରି ହୋଇପଡୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଗଣଶିକ୍ଷାମନ୍ତ୍ରୀଙ୍କ ଅଂଚଳର ସ୍କୁଲ ଅବସ୍ଥା,
ଦେଖନ୍ତୁ କିପରି ଛାତ୍ରଛାତ୍ରୀ ହେଉଛନ୍ତି ହିନସ୍ଥା
Body:ଫନି ମାଡରେ ଚୁରମାର ଶ୍ରେଣି ଗୃହ।ତଳେପଡିଛି ଶ୍ରେଣିଗୃହ କାନ୍ଥ।ବର୍ଷା ପାଣି ଖାଉଛି ବ୍ଲାକବୋର୍ଡ।ଏ ଦୃଷ୍ଯ ହେଉଛି ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳିର ଦୃଷ୍ଯ। ନିମାପଡା ବ୍ଲକ ଧନୁଆ ପଂଚାୟତର ପ୍ରାଥମିକ ଓ ପଂଚାୟତ ଉଚ୍ଚ ବିଦ୍ଯାଳୟର ଦୃଷ୍ଯ। ଯେହେତୁ ଖରା ଛୁଟି ପରେ ସ୍କୁଲ ଖୋଲିଛି। କିନ୍ତୁ ଶ୍ରେଣି ଗୃହରେ ପାଠ ପଢିବା ହେଉନି ସମ୍ଭବ। ବିପଦ ସଂକୁଳ ଯୋଗୁ ଗୁରୁମା ଓ ଶିକ୍ଷକ ନେଇ ବାତ୍ଯା ଆଶ୍ରୟ ସ୍ଥଳରେ ପଢାଉଛନ୍ତି ପାଠ।
ବାଇଟ-ଶୁଭଶ୍ରି ଜେନା,ଛାତ୍ରୀ
ତେବେ ଫନି ମାଡରେ ଇତି ମଧ୍ଯରେ ଦେଢମାସ ବିତିଛି। ନା ସ୍କୁଲ କି ଶ୍ରେଣି ଗୃହର ପରିଦର୍ଶନ କରିଛନ୍ତି ନା ସ୍ଥାନିୟ ବ୍ଲକ ଏଜୁକେସନ ଅଫିସର କି ନା ପଡିଛି ସ୍ଥାନିୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ନଜର । କିନ୍ତୁ ମନ୍ତ୍ରୀ କହିଛନ୍ତି ଏନେଇ ସ୍କୁଲ ଖୋଲିବା ପରଠୁ ଯେଉଁ ସ୍କୁଲରେ ପାଖ ସ୍କୁଲରେ ସମ୍ଭବ ପାଠ ପଢାଯାଉଛି। ଏବଂ ଛାତ୍ର ଛାତ୍ରୀଂକ ପାଇଁ ଗସ୍ତ ଖର୍ଛ ଦେବାର ସୁବିଧା ରହିଛି। ତେବେ ବଡ ପ୍ରଶ୍ନ ଏନେଇ ନା ଛାତ୍ର ଛାତ୍ରୀଙ୍କୁ ଏଭଳି ସହାୟତା ମିଳୁଛି କି ନାହିଁ ସେ ନେହିଁ ମୁହଁ ଖୋଲିନାହାନ୍ତି ସ୍କୁଲ ର ଶିକ୍ଷକ।
ବାଇଟ-ସମିର ଦାସ,ଗଣଶିକ୍ଷା ମନ୍ତ୍ରୀ
ତେବେ ଫନିର ମାଡରେ ଚୁରମାର ପୁରି ଜିଲ୍ଲାର ଅନେକ ସ୍କୁଲର ଅବସ୍ଥା ସମାନ। ତେବେ କେବେ ପଡିବ ଏସବୁ ଉପରେ ପ୍ରଶାସନର ନଜର। କେବେ ସୁଧୁରିବ ସ୍ଥିତି
ପିଟିସି (ତାପସ ପରିଡା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.