ETV Bharat / state

ନୀଳାଚଳେ ଜଗନ୍ନାଥ: ମହଣ ମହଣ ସୁନାରେ ବିଭୂଷିତ ହେବେ ଉତ୍କଳୀୟ ମଉଡ ମଣି

ଶ୍ରୀଜୀଉମାନଙ୍କ ତିନି ରଥରେ ବିଜେ ପରଦିନ ବଡ ଏକଦଶୀ । ଏହିଦିନ ରଥରେ ପ୍ରଭୁଙ୍କର ସୁନାବେଶ ଯାହା ବଡ଼ ତଢ଼ାଉ ବେଶ ନାମେ ବିଦିତ । ରଥ ଉପରେ ଏହି ବର୍ଣ୍ଣାଢ଼୍ୟ, ଅବର୍ଣ୍ଣନୀୟ ବେଶ ଦେଖି ସଚରାଚର ବିଶ୍ବ ବ୍ରହ୍ମାଣ୍ଡ ବିହ୍ବଳିତ ହୋଇଯାଏ । ଅଧିକ ପଢନ୍ତୁ...

author img

By

Published : Jul 2, 2020, 6:04 AM IST

ନୀଳାଚଳେ ଜଗନ୍ନାଥ: ମହଣ ମହଣ ସୁନାରେ ବିଭୂଷିତ ହେବେ ଉତ୍କଳୀୟ ମଉଡ ମଣି
ନୀଳାଚଳେ ଜଗନ୍ନାଥ: ମହଣ ମହଣ ସୁନାରେ ବିଭୂଷିତ ହେବେ ଉତ୍କଳୀୟ ମଉଡ ମଣି

ପୁରୀ: ଶ୍ରୀଜୀଉମାନଙ୍କ ତିନି ରଥରେ ବିଜେ ପରଦିନ ବଡ ଏକଦଶୀ । ଏହିଦିନ ରଥରେ ପ୍ରଭୁଙ୍କର ସୁନାବେଶ ଯାହା ବଡ଼ ତଢ଼ାଉ ବେଶ ନାମେ ବିଦିତ । ରଥ ଉପରେ ଏହି ବର୍ଣ୍ଣାଢ଼୍ୟ, ଅବର୍ଣ୍ଣନୀୟ ବେଶ ଦେଖି ସଚରାଚର ବିଶ୍ବ ବ୍ରହ୍ମାଣ୍ଡ ବିହ୍ବଳିତ ହୋଇଯାଏ । ପତିତ ପାବନଙ୍କର ସର୍ବଜନ-ମନ-ମୋହନ ପାଇଁ ଏହି ରାଜା ରାଜେଶ୍ବର ବେଶ ।

କୋଟି ଓଡିଆର ପ୍ରାଣ ଦେବତା, ଉତ୍କଳୀୟ ମଉଡ ମଣି ମହଣ ମହଣ ସୁନାରେ ବିଭୂଷିତ ହୋଇଥାନ୍ତି । ଏକ ବିତ୍ତଶାଳୀ ବେଶଭୂଷାରେ ଦର୍ଶନ ଦିଅନ୍ତି ମହାବାହୁ । ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡିଆଣି, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ବର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ହରିଡା କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି, ସେବତି ମାଳି, ତ୍ରିଖଣ୍ଡିକା, ତ୍ରିଖଣ୍ଡିକା କମର ପଟି ଧାରଣ କରିଥାନ୍ତି । ସେହିପରି ଶ୍ରୀବଳଭଦ୍ରଙ୍କ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡା ମାଳି, ବାଘନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି ବିଭୂଷିତ ହୋଇଥାନ୍ତି ।

ଭଉଣୀ ରାଣୀ ହଳଦିମୁହିଁ ଦେବୀ ସୁଭଦ୍ରା କିରୀଟ, ଓଡିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡା ମାଳି, କଦମ୍ବ ମାଳି, ତଗଡି ୨ଟି, ସେବତୀ ମାଳି ଆଭୂଷଣରେ ଆଭୂଷିତ ହୋଇଥାନ୍ତି । ଆପାଦ ମସ୍ତକ ସ୍ବର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇ ଦାଉଦାଉ ହୋଇ ଦିଶୁଥାନ୍ତି ତିନି ଠାକୁର । ମହାପ୍ରଭୁଙ୍କର ବର୍ଷକୁ ପାଞ୍ଚ ଥର ସୁନାବେଶ ହୋଇଥାଏ । ମାତ୍ର ସବୁଠାରୁ ଲୋଭନୀୟ, ଶୋଭନୀୟ, ଆକର୍ଷଣୀୟ ଏହି ରାଜରାଜେଶ୍ବର ବେଶ ବା ସୁନା ବେଶ ।

ସୁନାବେଶ ରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା। କପିଳେନ୍ଦ୍ର ଦେବ କୃଷ୍ଣାନଦୀ ପର୍ଯ୍ୟନ୍ତ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ବହୁ ରାଜାଙ୍କୁ ପରାସ୍ତ କରି ସେମାନଙ୍କର କିରିଟୀ, ମୁକୁଟ, ସିଂହାସନ ଏବଂ ସୁନା ୧୬ଟି ହାତୀ ପିଠିରେ ବୋଝେଇ ଆଣିଥିଲେ। ସେହି ସୁନାକୁ ନିଜ କାର୍ଯ୍ୟରେ ନଲଗାଇ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଇଥିଲେ। ସେହି ସୁନାରେ ପ୍ରଭୁଙ୍କର ସୁନା ଅଳଙ୍କାର ତିଆରି ହୋଇଛି ବୋଲି କୁହାଯାଉଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.