ETV Bharat / state

ନୀଳାଚଳେ ଜଗନ୍ନାଥ: ବଡ ଠାକୁରଙ୍କ ବଡ ଦେଉଳ ବାହୁଡା

ଗୁଣ୍ଡିଚା ଯାତ୍ରା, ଆଡପ ଅବସ୍ଥାନ ଓ ବାହୁଡା ଯାତ୍ରା ହେଉଛି ସମ୍ପୂର୍ଣ୍ଣ ରଥଯାତ୍ରାର ତିନୋଟି ପର୍ଯ୍ୟାୟ । ଏହିକ୍ରମରେ ଗୁଣ୍ଡିଚା ମନ୍ଦିରରେ ସପ୍ତଦିନ ବ୍ୟାପୀ ରହଣି ସାରି ଦଶମୀ ଦିବସ ତଥା ଆ।ଷାଢ ଶୁକ୍ଲପକ୍ଷରେ ମହାପ୍ରଭୁଙ୍କର ବାହୁଡା ଯାତ୍ରା ଆରମ୍ଭ ହୁଏ । ଏହି ଦିନ ଭାଇଭଉଣୀଙ୍କ ସହ ଜନ୍ମବେଦୀ ଛାଡି ରଥରେ ଚଢି ବଡ ଦେଉଳକୁ ଆସନ୍ତି ବଡଠାକୁର ।

author img

By

Published : Jul 1, 2020, 6:04 AM IST

nilachale-jagannath-story-of-bahuda-yatra
ନୀଳାଚଳେ ଜଗନ୍ନାଥ: ବଡ ଠାକୁରଙ୍କ ବଡ ଦେଉଳ ବାହୁଡା

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁ ମାନବୀୟ ଲୀଳାଖେଳା । ଏହି କ୍ରମରେ ମହାପ୍ରଭୁଙ୍କ ରଥଯାତ୍ରା ଅନ୍ୟତମ। ମହାପ୍ରଭୁଙ୍କ ପ୍ରମୁଖ ଯାତ୍ରା ହେଉଛି ଦୋଳ ଯାତ୍ରା , ସ୍ନାନ ଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରା । ତେବେ ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ମହାପ୍ରଭୁ ନିଜ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରକୁ ଯାତ୍ରାକୁ ଶ୍ରୀଗୁଣ୍ଡିଚା ଯାତ୍ରା କୁହାଯାଏ। ସେହିପରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନକୁ ବାହୁଡା଼ ଯାତ୍ରା କୁହାଯାଏ।

ମହାପ୍ରଭୁ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡା ଯାତ୍ରା ପୂର୍ବରୁ ଅନେକ ବିଶେଷ ନୀତିକାନ୍ତି ହୋଇଥାଏ। ମହାପ୍ରଭୁ ପ୍ରଥମେ ମଙ୍ଗଳ ଆଳତି ସମେତ ଅନ୍ୟାନ୍ୟ ନୀତିକାନ୍ତି ବଢି ଗୋପାଳ ବଲ୍ଲଭରେ ମହାପ୍ରଭୁ ଖେଚେଡ଼ି ଖାଇ ରଥ ଉପରକୁ ପହଣ୍ଡିରେ ଆସିଥାନ୍ତି। ମା' ଗୁଣ୍ଡିଚାଙ୍କ ହାତରନ୍ଧା ଖେଚୁଡ଼ି ଖାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଶେଷ ଆନନ୍ଦ ପାଇଥାନ୍ତି। ସେହିପରି ମହାପ୍ରଭୁ ଶ୍ରୀମନ୍ଦିର ଫେରିଲା ବେଳେ ବାଟରେ ମା' ମାଉସୀଙ୍କ ଠାରୁ ପ୍ରସ୍ତୁତ ପୋଡ଼ପିଠା ଖାଇବାର ପରମ୍ପରା ରହିଛି। ବଳଗଣ୍ଡି ଛକରେ ଥିବା ମାଉସୀ ମା' ମନ୍ଦିରରେ କିଛି ସମୟ ରଥ ରହିଥାଏ। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପୋଡ଼ପିଠା ଲାଗି ହୋଇଥାଏ। । ଏଠାରେ ମାଉସୀ ମାଆଙ୍କର ପୋଡ଼ପିଠା ଲାଗି ହୋଇ ସାରିବାପରେ ନନ୍ଦିଘୋଷ ରଥ ପୁଣି ଘୋର ଘଘର୍ର ନାଦରେ ବଡ଼ଦାଣ୍ଡରେ ଗଡ଼ି ଚାଲେ । ଏହି ବାହୁଡାଯାତ୍ରାରେ ଗଜପତିଙ୍କ ନଅର ଆଗରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ହୋଇଥାଏ । ଏଥିପାଇଁ ନନ୍ଦିଘୋଷରେ ଅଟକିଥାନ୍ତି ପ୍ରଭୁ ।

ବିମାନ ବଡୁମାନ ମାଆ ମହାଲକ୍ଷ୍ମୀଙ୍କ ଚଳନ୍ତି ପ୍ରତିମା ଆଣି ସିଂହଦ୍ବାର ଉତ୍ତର ପାଶ୍ବସ୍ଥିତ ଚାହାଣି ମଣ୍ଡପରେ ରହି ଜଗନ୍ନାଥ ଙ୍କର ନନ୍ଦିଘୋଷ ରଥ ଆଡକୁ ମହୁଁ କରାଇଥାଆନ୍ତିା ଗଜପଜି ମହାରାଜାଙ୍କର ଆମନ୍ତ୍ରଣ ପାଇବା ପରେ ଲକ୍ଷ୍ମୀଙ୍କୁ ଶ୍ରୀନଅର ନିକଟରେ ଥିବା ଜଗନ୍ନାଥଙ୍କ ରଥ ନିକଟକୁ ନିଆଯାଏ । ଗଜପଜି ମହାରାଜା ଲକ୍ଷ୍ଣୀ ନାରାୟଣ ଭେଟ କରାନ୍ତି । ଶ୍ରୀ ଜଗନ୍ନାଥଙ୍କର ବନ୍ଦାପନା ପରେ ଲକ୍ଷ୍ମୀଙ୍କୁ ନନ୍ଦିଘୋଷ ରଥ ଚାରିପାଖରେ ପରିକ୍ରମା କରାଇ ଶ୍ରୀ ମନ୍ଦିରକୁ ପ୍ରର୍ତ୍ତ୍ୟାଗମନ କରନ୍ତିା ଏହାପରେ ନନ୍ଦିଘୋଷ ରଥ ସିଂହଦ୍ବାର ନିକଟକୁ ଆସିଥାଏ ।

ରଥ ଲାଗିବା ପରେ ମହାପ୍ରଭୁ ରଥ ଉପରେ ତିନି ଦିନ ରହିଥାନ୍ତି। ଏହି ସମୟରେ ରଥ ଉପରେ ସୁଖିଲି ଭୋଗ ଲାଗି ହୋଇ ଥାଏ। ବାହୁଡା ପର ଦିନ ମହାପ୍ରଭୁଙ୍କ ସୁନାବେଶ ହୋଇ ଥାଏ। ବିଭିନ୍ନ ସୁନା ଆଭୂଷଣରେ ମହାପ୍ରଭୁ ସଜାଇ ହୋଇଥାନ୍ତି। ପରଦିନ ପରମ୍ପରା ଅନୁଯାୟୀ ଅଧରପଣା ନୀତି ହୋଇଥାଏ। କୁହାଯାଏ ଏହି ଅଧରପଣା ପାଇବାକୁ ବିଭିନ୍ନ ଅଶିରିରୀ, ପ୍ରେତମାନେ ଆସିଥାନ୍ତି। ଏହାଦ୍ୱାରା ସେମାନଙ୍କ ଆତ୍ମା ମୁକ୍ତି, ମୋକ୍ଷ ପାଇଥାଏ। ଅଧରପଣା ପର ଦିନ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ଆରମ୍ଭ ହୋଇଥାଏ। ନିଳାଦ୍ରୀ ବିଜେ ପରଦିନ ପୁଣି ଆନନ୍ଦ ବଜ଼ାର ଅବଡା ମହାପ୍ରସାଦ ଭକ୍ତଙ୍କୁ ମିଳିଥାଏ। ଏହା ନୀଳାଚଳ ଅବଡା କୁହାଯାଏ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.