ETV Bharat / state

ପୁଲୱାମା ଆକ୍ରମଣକୁ 2 ବର୍ଷ, ବାଲୁକା କଳାରେ ବୀରପୁତ୍ରକୁ ମନେ ପକାଇଲେ ସୁଦର୍ଶନ

author img

By

Published : Feb 14, 2021, 8:50 AM IST

ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କ ସ୍ମତିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ଅଧିକ ପଢନ୍ତୁ...

ପୁଲୱାମା ଆକ୍ରମଣ, ଶହୀଦଙ୍କ ସ୍ମୃତିରେ ବାଲୁକା କଳା

ପୁରୀ: ପୁଲୱାମା ଆକ୍ରମଣକୁ ପୂରିଛି 2 ବର୍ଷ । ଘଟଣାରେ ଶହୀଦ ହୋଇଥିଲେ 44 ବୀର ଯବାନ। ଭାରତର ସାହାସୀ ପୁତ୍ରଙ୍କୁ ହରାଇ ଆଜିବି ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି । ଆଜି ସେହି ଦିନକୁ ମନେପକାଇ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା କରିଛନ୍ତି । ଯେଉଁଥିରେ ସେ ବୀର ଯବାନଙ୍କୁ ସାଲ୍ୟୁଟ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏପଟେ ସାହସୀଙ୍କ ବଳିଦାନକୁ ମନେ ପକାଇ ଦେଶବାସୀ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ CRPF ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବର୍ତ୍ତମାନ ପ୍ରାୟ 25,000 ଟ୍ବିଟ୍ ସହିତ # ପୁଲୱାମା ଆଟାକ ଟ୍ବିଟରରେ ଟ୍ରେଣ୍ଡ କରୁଛି।

ଘଟଣାକ୍ରମରେ ସେ ସେଦିନ ଥିଲା ଗୁରୁବାର । ଫେବୃୟାରୀ 14, 2019 । ସମୟ 3 ଟା ବାଜି 30 ମିନିଟ୍। ସ୍ଥାନ ଜମ୍ମୁକାଶ୍ମୀରର ପୁଲୱାମା । ଆରମ୍ଭ ହୋଇଥିଲା ଯବାନଙ୍କ ଯାତ୍ରା । ହେଲେ ଆଖି ପିଛୁଳାକେ ସବୁ କିଛି ଘଟିଯାଇଥିଲା । ମାଟି ମା' ହରାଇଥିଲା 44 ବୀରପୁତ୍ର ।

ଏହାର କିଛି ଦିନ ପରେ ପାକିସ୍ତାନର ବାଲାକୋଟ ଆତଙ୍କବାଦୀ ତାଲିମ ଶିବିରରେ ଭାରତ ଏୟାର ଷ୍ଟ୍ରାଇକ୍ କରିଥିଲା। ଆତଙ୍କବାଦୀ ଆକ୍ରମଣ ପରେ ଭାରତ ମଧ୍ୟ ପାକିସ୍ତାନଠୁ ମୋଷ୍ଟ ଫେଭରଡ ନେସନ (MFN) ମାନ୍ୟତା ପ୍ରତ୍ୟାହାର କରିନେଇଥିଲା। ଆତଙ୍କବାଦୀ ଆକ୍ରମଣ ପରେ ଅନ୍ତର୍ଜାତୀୟ ସମୁଦାୟ ଭାରତକୁ ଦୃଢ ସମର୍ଥନ ଜଣାଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.