ପୁରୀ: ବର୍ତ୍ତମାନ ସାରା ଦେଶରେ କୋରୋନା ମହମାରୀ ତାର କାୟା ବିସ୍ତାର କରିଚାଲିଛି । ଏହି କରୋନା ପାଇଁ ସାରା ଦେଶରେ ଲକଡାଉନ ପରେ ଅନଲକ ୩ ସରକାର ଘୋଷଣା କରିଛନ୍ତି । ଏହି ଅନଲକ ୩ ରେ ଜନଜୀବନ ସ୍ୱାଭାବିକ ହେବା ପରେ ଲୋକଙ୍କ ପାଇଁ ସରକାର ବହୁ ଘୋଷଣା କରୁଛନ୍ତି ।
ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିଲା ବେଳେ ପରୀକ୍ଷା ମଧ୍ୟ ବନ୍ଦ ହୋଇଥିଲା । NEET ଏବଂ JEEପରୀକ୍ଷା ବନ୍ଦ ହୋଇଥିବା ବେଳେ ସରକାର ନୂତନ ତାରିଖ ଘୋଷଣା କରିବା ପରେ ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ସେପଟେ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବେ ବୋଲି ଘୋଷମା କରିଛନ୍ତି ରାଜ୍ୟ ସରକାର ।
ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେବେ ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୋନ ନମ୍ବର ଓ ଇମେଲରେ ଯୋଗଯୋଗ କରିବା ପାଇଁ ଟ୍ୱିଟର ମାଧ୍ୟମରେ ପ୍ରକାଶ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ 9778391607 / 9439508767 ଦୁଇଟି ନମ୍ବର ଜାରି କରାଯାଇଛି । ଯାହାଦ୍ବାରା ପରୀକ୍ଷା କେନ୍ଦ୍ରକୁ ଯିବାକୁ ଜିଲ୍ଲ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାହାର୍ଯ୍ୟ ଯୋଗାଇଦିୂଆଯିବା ନେଇ କୁହା ଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ