ETV Bharat / state

ଶ୍ରୀମନ୍ଦିରର କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ସ୍ନାନପୂର୍ଣ୍ଣିମା ପୂର୍ବରୁ ସରିବ କାମ

author img

By

Published : May 18, 2019, 11:54 PM IST

ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦ୍ବାରପାଳ ଜୟ ମୂର୍ତ୍ତି, ଭୋଗ ମଣ୍ଡପର କଳସ, କଳ୍ପବଟ ବୃକ୍ଷ, ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରରେ ହୋଇଥିବା କ୍ଷତିର ଯଥାଶୀଘ୍ର ଭରଣା କରଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ବାତ୍ୟା ଫନି ପରେ ହୋଇଥିବା କ୍ଷୟକ୍ଷତିର କରିଛନ୍ତି ଅନୁଧ୍ୟାନ। ଆସନ୍ତା ଦେବ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ତଥା ଜୁନ 17 ତାରିଖ ସୁଦ୍ଧା ଶ୍ରୀମନ୍ଦିରର ସମସ୍ତ କାର୍ଯ୍ୟ ସରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରେ ପହଁଞ୍ଚିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁଖ୍ୟମନ୍ତ୍ରୀଙ୍କୁ ମନ୍ଦିର ଭିତରକୁ ନେଇଯାଇଥିଲେ । ବରିଷ୍ଟ ପ୍ରଶାସନିକ ଅଧିକାରୀଙ୍କ ସମେତ ଏଏସଆଇର ପ୍ରତିନିଧି ମଧ୍ୟ ନବୀନଙ୍କ ସହ ରହି ମନ୍ଦିରର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦ୍ବାରପାଳ ଜୟ ମୂର୍ତ୍ତି, ଭୋଗ ମଣ୍ଡପର କଳସ, କଳ୍ପବଟ ବୃକ୍ଷ, ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରରେ ହୋଇଥିବା କ୍ଷତିର ଯଥାଶୀଘ୍ର ଭରଣା କରଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଶ୍ରୀମନ୍ଦିର ଅପେକ୍ଷା ଗୁଣ୍ଡିଚା ମନ୍ଦିରରେ ଅଧିକ କ୍ଷତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ ମଧ୍ୟ କରାଇଛନ୍ତି । ତେବେ ଆସନ୍ତା 17 ତାରିଖ ସୁଦ୍ଧା ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସମସ୍ତ ମରାମତି କାର୍ଯ୍ୟ ସରିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

SLUG-ELECTION REPOLLING
PKG-MRUTYUNJAY SENAPATI,MAYURBHANJ
DATE-15.05.2019
ANCHOR-ପୁଣି ହେବାକୁ ଯାଉଛି ସାନି ମତଦାନ। ଯାନ୍ତ୍ରିକ ତ୍ରୁଟିକୁ ଦାୟିକରି ସାନି ମତଦାନ ପାଇଁ ନିଷ୍ପତ୍ତି ଘୋଷଣା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ପାଞ୍ଚ ଟି ବୁଥରେ ହେବ ସାନି ମତଦାନ। ଆସନ୍ତା 19 ତାରିଖ ସାନି ମତଦାନ ଗ୍ରହଣ ପାଇଁ ଘୋଷଣା ହୋଇଛି ତାରିଖ। ଗତ ଏପ୍ରିଲ 29 ତାରିଖ ହୋଇଥିବା ଚତୁର୍ଥ ପର୍ଯ୍ୟାୟର ମତଦାନ ବେଳେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀର ଗୋଟିଏ ବୁଥ ଓ ବାରିପଦା ମଣ୍ଡଳୀର 4ଟି ବୁଥରେ ଇଭିଏମ ମେସିନରେ ଦେଖାଦେଇଥିବା ତ୍ରୁଟିକୁ ନେଇ ସାନି ମତଦାନ ପାଇଁ ଦାବି ହୋଇଥିଲା। ଏହି ଦାବିକୁ ବିଚାରକୁ ନେଇ ନିର୍ବାଚନ କମିଶନ ଆସନ୍ତା 19 ତାରିଖ ଏହି ପାଞ୍ଚଟି ବୁଥରେ ସାନି ମତଦାନ ପାଇଁ ଘୋଷଣା କରିଛି । ସେଥିମଧ୍ୟରୁ ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିପଦା ପୌରପରିଷଦର 26 ନଂ ୱାର୍ଡର 16 ନଂ ବୁଥ, 21 ନଂ ୱାର୍ଡର 19 ନଂ ବୁଥ, ଖୁଣ୍ଟା ବ୍ଲକର ବିସିପୁର ଆଠପଡ଼ାରେ 166 ନଂବୁଥ, ବଡ଼ସାହି ବ୍ଲକ ଅଧୀନରେ ଥିବା ଖାଁନୂଆ ର 248 ନଂବୁଥ ସହିତ ବାଙ୍ଗରିପୋଷି ନିର୍ବାଚନ ମଣ୍ଡଳୀର କଖାରୁଶୋଳ ର 104 ନଂ ବୁଥ୍ ରେ ସାନି ମତଦାନ ହେବ। ଏହି ପାଞ୍ଚଟି ବୁଥରେ ମୋଟ ୪ ହଜାର ୯ ଶହ ୬୭ଜଣ ଭୋଟର ଅଂଶ ଗ୍ରହଣ କରି ନିଜନିଜର ମତଦାନ ଅଧିକାର ସାନି ସାବ୍ୟସ୍ତ କରିବେ। ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।
ବାଇଟ-ଭିନିତ ଭରଦ୍ୱାଜ-ଜିଲ୍ଲାପାଳ -ମୟୁରଭଞ୍ଜ

Visual Byte Mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.