ETV Bharat / state

ପୁରୀ ବେଳାଭୁମିରେ ଉଦଘାଟିତ ହେଲା ଜାତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଗାନ୍ଧୀ ଶିଳ୍ପ ବଜାର - ପୁରୀର ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୁଲ୍ୟ

ଜାତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଗାନ୍ଧୀ ଶିଳ୍ପ ବଜାର ପୁରୀ ବେଳାଭୁମିରେ ଉଦଘାଟିତ ହୋଇଯାଇଛି। ଅଧିକ ପଢନ୍ତୁ

National Handicraft Exhibition
National Handicraft Exhibition
author img

By

Published : Feb 21, 2023, 11:01 PM IST

Updated : Feb 22, 2023, 2:58 PM IST

ପୁରୀ ବେଳାଭୁମିରେ ଉଦଘାଟିତ ହେଲା ଜାତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଗାନ୍ଧୀ ଶିଳ୍ପ ବଜାର

ପୁରୀ: ପୁରୀ ବେଳାଭୁମିରେ ଉଦଘାଟିତ ହୋଇଛି ଜାତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଗାନ୍ଧୀ ଶିଳ୍ପ ବଜାର। ପୁରୀର ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୁଲ୍ୟରେ କେନ୍ଦ୍ର ହସ୍ତ ଶିଳ୍ପ ଆୟୁକ୍ତ ଓ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟର ମିଳିତ ସହଯୋଗରେ ଆୟୋଜନ କରଯାଇଛି ଜାତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଗାନ୍ଧୀ ଶିଳ୍ପ ବଜାର। ରାଜ୍ୟ ହସ୍ତ ଶିଳ୍ପ ତଥା ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯକ୍ରମକୁ ଉଦଘାଟନ କରିଥିଲେ। ୧୦ଦିନ ବ୍ୟାପି ପୁରୀ ବେଳାଭୁମିରେ ଏହି ଜାତିୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏହି ଅବସରରେ ମନ୍ତ୍ରୀ ରିତା ସାହୁ କହିଥିଲେ ହସ୍ତ ଶିଳ୍ପ ଓ ହସ୍ତ କଳାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିଶ୍ରୁତି ବଦ୍ଧ।

ଓଡ଼ିଶାର ହସ୍ତ ଶିଳ୍ପ ତଥା କୁଟୀର ଶିଳ୍ପୀ ମାନଙ୍କର ଆର୍ଥିକ ବିକାଶ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ସରକାର ଅହରହ ଚେଷ୍ଟା ଜାରି ରଖିଛନ୍ତି। ଗାନ୍ଧୀ ଶିଳ୍ପ ବଜାର ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଗାନ୍ଧୀ ଶିଳ୍ପ ବଜାର କମିଟିର ସମ୍ପାଦକ ରାଜେଶ କୁମାର ମହାନ୍ତିଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।

ତେବେ 10 ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଜାତିୟ ପ୍ରଦର୍ଶନୀ ମେଳାରେ ଓଡ଼ିଶା ସମେତ ୨୨ଟି ରାଜ୍ୟର ହସ୍ତକଳା ଓ ହସ୍ତ ଶିଳ୍ପ ଷ୍ଟଲ୍ ଖୋଲାଯାଇଛି। ଆସନ୍ତା ମାର୍ଚ୍ଚ ୧ ତାରିଖରେ ଏହି ପ୍ରଦର୍ଶନୀ ମେଳା ଉଦଯାପିତ ହେବ। ଏହି ମେଳା ପ୍ରତିଦିନ ଦିନ ୧୧ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ଚାଲିବ। ପ୍ରତି ସନ୍ଧ୍ୟାରେ ମନୋରଂଜନ କାର୍ଯ୍ୟକ୍ରମ ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଛି। ତେବେ ଉଦଘାଟନ ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ ସେବକ ରାମଚନ୍ଦ୍ର ମହାରଣା, ନନ୍ଦିଘୋଷ ରଥର ବିଶିଷ୍ଟ ରୂପକାର ରାଜେନ୍ଦ୍ର ମହାପାତ୍ର, ସତ୍ୟବାଦୀର ବିଶିଷ୍ଟ ସଙ୍ଗୀତ ଓ ନୃତ୍ୟଗୁରୁ ବଦ୍ରି ନାରାୟଣ ଖୁଣ୍ଟିଆଙ୍କୁ ମନ୍ତ୍ରୀ ରିତା ସାହୁ ସମ୍ବର୍ଦ୍ଧିତ କରିଥଲେ ।

ଇଟିଭି ଭାରତ, ପୁରୀ

Last Updated : Feb 22, 2023, 2:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.