ETV Bharat / state

ଜନ ଆନ୍ଦୋଳନର ରାଷ୍ଟ୍ରୀୟ ବୈଠକ ଉଦଘାଟିତ - ପୁରୀରେ ଜନ ଆନ୍ଦୋଳନ

ପୁରୀରେ ଜନ ଆନ୍ଦୋଳନର 25ତମ ରାଷ୍ଟ୍ରୀୟ ବୈଠକ ଉଦଘାଟିତ ହୋଇଛି। ଏହି ବୈଠକ ତିନି ଦିନ ଧରି ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ ସମାଜସେବୀ ମେଧା ପାଟେକର ଯୋଗ ଦେଇଥିଲେ।

ଜନ ଆନ୍ଦୋଳନର ରାଷ୍ଟ୍ରୀୟ ବୈଠକ ଉଦଘାଟିତ
author img

By

Published : Nov 23, 2019, 3:29 PM IST

ପୁରୀ: ଜନ ଆନ୍ଦୋଳନର 25 ତମ ରାଷ୍ଟ୍ରୀୟ ବୈଠକ ପୁରୀରେ ଉଦଘାଟିତ ହୋଇଛି। ଏହା ତିନି ଧରି ଚାଲିବ। ଏଥିରେ ମୁଖ୍ୟତ ଜଳ ଜମି ଜଙ୍ଗଲର ସୁରକ୍ଷା ସମେତ ଦେଶରେ ବେକାରୀ ବୃଦ୍ଧି, ଜାତି ଧର୍ମ ନାମରେ ରାଜନୀତି କିଭଳି ଦେଶ ପାଇଁ ବିପଦ ସାବ୍ୟସ୍ତ ହୋଇଛି ସେନେଇ ଆଲୋଚନା ହେବ।

ପ୍ରଥମ ଦିନ ବୈଠକରେ ବିଶିଷ୍ଟ ସମାଜସେବୀ ମେଧା ପାଟେକର ଯୋଗ ଦେଇଥିଲେ । ଏବେ କେନ୍ଦ୍ର ସରକାର ଯେଭଳି ଧର୍ମ ନାମରେ ରାଜନୀତି କରୁଛନ୍ତି ତାହା ଦେଶ ପାଇଁ ବିପଦ ବୋଲି ମେଧା ପାଟେକର ମତ ଦେଇଛନ୍ତି। ସେହିପରି ବେକାରୀ ଦୂରୀକରଣ,ପରିବେଶ ସୁରକ୍ଷା ଦିଗରେ ସରକାର ପଦକ୍ଷେପ ନେବା ଦିଗରେ ଅବହେଳାକୁ ସମାଲୋଚନା କରିଛନ୍ତି ସେ।

ଜନ ଆନ୍ଦୋଳନର ରାଷ୍ଟ୍ରୀୟ ବୈଠକ ଉଦଘାଟିତ

ସେହିପରି ଦିଲ୍ଲୀ ପ୍ରଦୂଷଣ ପାଇଁ ଆମ ଜୀବନ ଶୈଳୀ ଦାୟୀ ବୋଲୀ ମେଧା କହିଛନ୍ତି । ଗରିବ ଲୋକେ ଯେଭଳି ସରଳ ଉପାୟରେ ଚଳୁଛନ୍ତି ତାକୁ ଅନୁକରଣ କଲେ ଅନେକ ଲାଭ ହେବ ବୋଲି ସେ କହିଛନ୍ତି । ସେହିପରି ନଦୀ ସଂଯୋଗ କରଣକୁ ମଧ୍ୟ ସେ ବିରୋଧ କରିଛନ୍ତି । ଏହା ଦ୍ବାରା କମ୍ପାନୀ କୋଟି କୋଟି ଟଙ୍କା ବିନିଯୋଗ କରି ନଦୀକୁ ନେଇ ବେପାର କରିବେ । ଯାହାକି ଆଗାମୀ ଦିନରେ ଗଭୀର ଜଳ ସଙ୍କଟ ସୃଷ୍ଟି ହେବ। ଅଗାମୀ ଦିନରେ ସମସ୍ତେ ଗଣତନ୍ତ୍ରକୁ ବଞ୍ଚେଇ ରଖିବା ଓ ଦେଶରେ ସମବିକାଶ ନେଇ ଜନ ଆନ୍ଦୋଳନ ରାଷ୍ଟ୍ରୀୟ କମିଟିକୁ ସହଯୋଗ କରିବାକୁ ପ୍ରଫୁଲ ସାମନ୍ତରା କହିଛନ୍ତି ।

ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ 22 ଟି ରାଜ୍ୟର 8 ଶହରୁ ଅଧିକ ସଦସ୍ୟ ସାମିଲ ହେବେ । ଏଥିରେ ବହୁ ପ୍ରମୁଖ ସମାଜସେବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଜନ ଆନ୍ଦୋଳନ ରାଷ୍ଟ୍ରୀୟ ବୈଠକBody:ନେସନାଲ ଆଲା ଏନ୍ସ ଅଫ ପିପୁଲସ ମୁଭ ମେଣ୍ଟ ନେସନାଲ କମିଟି 25 ତମ ରାଷ୍ଟ୍ରୀୟ ବୈଠକ ପୁରୀ ରେ ଆରମ୍ଭ ହୋଇଛି। ଏହା ତିନି ଧରି ଚାଲିବ। ଏଥିରେ ମୁଖ୍ୟତ ଜଳ ଜମି ଜଙ୍ଗଲ ର ସୁରକ୍ଷା ସମେତ ଦେଶରେ ବେକାରୀ ବୃଧି, ଜାତି ଧର୍ମ ନାମରେ ରାଜନୀତି କୀଭଳି ଦେଶ ପାଇଁ ବିପଦ ହୋଇଛି ସେ ନେଇ ଆଲୋଚନା ହେବ। ଆଗାମୀ ଦିନରେ କୀଭଳି ଦେଶରେ ସୁସ୍ଥ ରାଜନୀତି ବ୍ୟବସ୍ଥା ହେବ ସେ ନେଇ ଆଲୋଚନା ହେବ। ବିଶେଷ କରି ଦେଶର ବିକାଶ ନେଇ କଣ ଆବଶ୍ୟକତା ଏବେ ରହିଛି ସେହି ବାର୍ତା ଯୁବ ସମାଜ କୁ ଦିଆଯିବ। ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଦିନରେ ବିଶିଷ୍ଟ ସମାଜସେବୀ ମେଧା ପାଟେକର ଯୋଗ ଦେଇଥିଲେ। ଏବେ କେନ୍ଦ୍ର ସରକାର ଯେଭଳି ଧର୍ମ ନାମରେ ରାଜନୀତି କରୁଛନ୍ତି ତାହା ଦେଶ ପାଇଁ ବିପଦ ବୋଲି ମେଧା ପାଟେକର ମତ ଦେଇଛନ୍ତି। ସେହିପରି ବେକାରୀ ଦୁରୀ କରଣ , ପରିବେଶ ସୁରକ୍ଷା ଦିଗରେ ସରକାର ପଦକ୍ଷେପ ନେବା ଦିଗରେ ଅବହେଳା କୁ ସମାଲୋଚନା କରିଛନ୍ତି ମେଧା ପାଟେକର। ସେହିପରି ଦିଲୀ ପ୍ରଦୂଷଣ ପାଇଁ ଆମ ଜୀବନ ଶୈଳୀ ଦାୟୀ ବୋଲୀ ମେଧା କହିଛନ୍ତି। ଗରିବ ଲୋକ ମାନେ ଯେଭଳି ସରଳ ଉପାୟ ରେ ଚଳୁଛନ୍ତି ତାକୁ ଅନୁକରଣ କଲେ ଅନେକ ଫାଇଫା ହେବ ବୋଲୀ ସେ କହିଛନ୍ତି । ସେହିପରି ନଦୀ ସଂଯୋଗ କରଣ କୁ ମଧ୍ୟ ସେ ବିରୋଧ କରିଛନ୍ତି । ଏହା ଦ୍ୱାରା କୋଟି କୋଟି ଟଙ୍କା କମ୍ପାନୀ ମାନେ ବିନିଯୋଗ କରି ନଦୀ କୁ ନେଇ ବେପାର କରିବେ। ଯାହାକି ଆଗାମୀ ଦିନରେ ଗଭୀର ଜଳ ସଙ୍କଟ ସୃଷ୍ଟି ହେବ। ବର୍ତ୍ତମାନ ସରକାର କମ୍ପାନୀ ଦ୍ୱାରା ପରିଚାଳିତ। ଯେଉଁଥି ରୋଜ ସୃଷ୍ଟି ହେବ ସେହି ଉଦ୍ୟୋଗ ସରକାର କରିବା ଉଚିବ ବୋଲୀ ବିଶିଷ୍ଟ ସମାଜ ସେବୀ ପ୍ରଫୁଲ୍ଲ ସାମନ୍ତ ରା କହିଛନ୍ତି। ଅଗାମୀ ଦିନରେ ସମସ୍ତେ ଗଣତନ୍ତ୍ର କୁ ବଞ୍ଚେଇ ରଖିବା ଓ ଦେଶରେ ସମ ବିକାଶ ନେଇ ଜନ ଆନ୍ଦୋଳନ ରାଷ୍ଟ୍ରୀୟ କମିଟି କୁ ସହଯୋଗ କରିବାକୁ ପ୍ରଫୁଲ ସାମନ୍ତ ରା କହିଛନ୍ତି। ତିନି ଦିନ ଧରି ଅନୁଷ୍ଠିତ ବୈଠକରେ 22 ଟି ରାଜ୍ୟର 8 ଶହ ରୁ ଅଧିକ ସଦସ୍ୟ ସମିଲ ହେବେ। 25 ତାରିଖରେ ଏହା
ଉଦଯାପିତ ହେବ। ଏହି କାର୍ଯ୍ୟକ୍ରମ ରେ ଅରୁଣା ରାୟ, ତିସ୍ଥା ଶୀତଳଭଜ, ଙ୍କ ଭଳି ବଡ଼ ସମାଜ ସେବୀ ଉପସ୍ଥିତ ରହିବେ।

ବାଇଟ1,, ମେଧା ପାଟେକର,, ସମାଜସେବୀ
ବାଇଟ2,, ପ୍ରଫୁଲ୍ଲ ସାମନ୍ତରା, ସମାଜସେବୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.