ETV Bharat / state

୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ମାତ୍ର 3ଘଣ୍ଟା ଦେଖିବେ ଭକ୍ତ

ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଭକ୍ତମାନେ ୩ ଘଣ୍ଟା କରିପାରିବେ ଦର୍ଶନ । ଅଧିକ ପଢନ୍ତୁ

author img

By

Published : Jun 15, 2023, 4:10 PM IST

Etv Bharat
Etv Bharat
୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ

ପୁରୀ: ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନବଯୌବନ ଦର୍ଶନ ଓ ଆସନ୍ତା ୨୦ ତାରିଖରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଚୂଡାନ୍ତ ହୋଇଛି । ଭକ୍ତମାନେ ମାତ୍ର ୩ ଘଣ୍ଟା ମହାପ୍ରଭୁଙ୍କ ନବଯୌବନ ବେଶକୁ ଦର୍ଶନ କରିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ହେବ ପାରମାଣିକ ଟିକେଟ ଦର୍ଶନ ବ୍ୟବସ୍ଥା ହୋଇଛି । ଅର୍ଥାତ ଟିକେଟ୍ କରି ଭକ୍ତମାନେ ଦର୍ଶନ କରିବେ। ପାରମାଣିକ ଟିକେଟଧାରୀ ଭକ୍ତମାନେ ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ୧ ଘଣ୍ଟା ପାରମାଣିକ ଦର୍ଶନ ବ୍ୟବସ୍ଥା ପାଇଁ ସର୍ବମୋଟ ୭୦୦୦ଟି ଟିକେଟର ବ୍ୟବସ୍ଥା ହୋଇଥିବା ବେଳେ ପ୍ରତି ଟିକେଟର ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି । ସେହିପରି ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ସାହାଣ ମେଲା ଦର୍ଶନ ଜାରି ରହିବ। ସାହାଣମେଲା ଦର୍ଶନ ପାଇଁ ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବେ।

ଏହା ବି ପଢନ୍ତୁ- ରଥ ଖଳା ହାଲଚାଲ: ତିନି ରଥରେ ଲାଗିଲା ଦୁଆର ବେଢା

ସେପଟେ ରାତି ୯ଟାରୁ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ । ତେବେ ଦିନ ୧୧ଟାରୁ ସମ୍ପୂର୍ଣ୍ଣ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯିବ। ତେବେ ଯେଉଁ ଭକ୍ତମାନେ ଆସିବେ, ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରିପାରିବେ ବୋଲି କୁହାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଇତାପତି ନିଯୋଗର ସମ୍ପାଦକ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଅନ୍ୟପଟେ ନବଯୌବନ ଦର୍ଶନ ଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

ତେବେ ଚଳିତ ବର୍ଷ ନବ ଯୌବନ ଦର୍ଶନ ପରଦିନ ରଥ ଯାତ୍ରା ପଡୁଥିବାରୁ ମହାପ୍ରଭୁ ଅନେକ ନୀତିକାନ୍ତି ରହିଛି । ଅଧିକ ସମୟ ନବ ଯୌବନ ଦର୍ଶନ ନେଇ ବ୍ୟବସ୍ଥା ହେଲେ ମହାପ୍ରଭୁଙ୍କ ନୀତି ବାଧାପ୍ରାପ୍ତ ହେବ । ନବ ଯୌବନ ଦର୍ଶନ ଦିନ ଅନେକ ନୀତି ରହିଛି । ସେହିଦିନ ରାତିରେ ସେନାପଟା ଲାଗି ନୀତି ସହ ରଥ ଯାତ୍ରାର ନୀତି ମଧ୍ୟ ରହିଛି। ଏଣୁ ସମୟ ଅଭାବକୁ ଦୃଷ୍ଟିରେ ରଖାଯାଇ ନବ ଯୌବନ ଦର୍ଶନ ସମୟ ସଙ୍କୁଚିତ କରାଯାଇ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.