ETV Bharat / state

ମଠ ଛାଡୁ ନାହାନ୍ତି ମହନ୍ତ, ଚିନ୍ତାରେ ପ୍ରଶାସନ

ପ୍ରାଶସନ ପାଇଁ ଅଡୁଆ ବଢାଉଛନ୍ତି ଏମାର ମଠର ମହନ୍ତ । ମୁଖ୍ୟ ମଠ ଛାଡିବାକୁ ନାରାଜ ମହନ୍ତ ରାଜ ଗୋପାଳ ରାମାନୁଜ ଦାସ ।

author img

By

Published : Aug 31, 2019, 11:20 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଚତୁର୍ଥ ଦିନରେ ପହଞ୍ଚିଛି ଏମାର ମଠର ଉଚ୍ଛେଦ ପ୍ରକ୍ରିୟା। ପ୍ରଶାସନ ପାଇଁ ଅଡୁଆ ବଢାଉଛନ୍ତି ମହନ୍ତ । ଏମାର ମଠର ମହନ୍ତ ରାଜ ଗୋପାଳ ରାମାନୁଜ ଦାସ, ମୁଖ୍ୟ ମଠରୁ ବାହାରିବାକୁ ନାରାଜ। ଯାହା ଫଳରେ ପୁରୁଣା ଗୃହ ଭାଙ୍ଗି ପାରିନି ପ୍ରଶାସନ ।

ପ୍ରଶାସନ ବିନା ଆଲୋଚନାରେ ରଘୁନନ୍ଦନ ଲାଇବ୍ରେରୀକୁ ଭାଙ୍ଗିଛି । ଯାହାର ବିରୋଧ କରି ପ୍ରତିବାଦ କରୁଛନ୍ତି ମହନ୍ତ। ଅନ୍ୟପଟେ ପୁରୀ ଅତିରିକ୍ତ ଜିଲ୍ଲାପାଳ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏମାର ମଠ ମହନ୍ତଙ୍କ ସହିତ ସମସ୍ତ ପ୍ରକାର ଆଲୋଚନା ସରିଛି। ତାଙ୍କୁ ମଠ ନିକଟରେ ରହିବା ପାଇଁ ଏକ କଣ୍ଟେନର ଗୃହ ଯୋଗାଇ ଦିଆଯିବାର ମଧ୍ୟ ବ୍ୟବସ୍ଥା ହୋଇଛି।

ମଠ ମହନ୍ତ ଓ ତାଙ୍କ ଶିଷ୍ୟ ସେଠାରେ ରହି ପାରିବେ। ମଠର ମନ୍ଦିରକୁ ଭଙ୍ଗାଯିବ ନାହିଁ। ସେମାନେ ସେଠି ରହି ମନ୍ଦିରର ପୂଜାର୍ଚ୍ଚନା କରିବେ। ପରବର୍ତ୍ତୀ ସମୟରେ ପ୍ରଶାସନ ମହନ୍ତଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅନ୍ୟପଟେ ମଠ ମହନ୍ତ ମୁଖ୍ୟ ମଠ ଗାଦି ନଛାଡିବା ନେଇ ଚର୍ଚ୍ଚା ବଢିବାରେ ଲଗିଛି। ମଠ ତଳେ ଅନେକ ଦୁର୍ମୂଲ୍ୟ ଜିନିଷ ତଥା ସୁନା, ହୀରା ଆଦି ସାମଗ୍ରୀ ଥାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଯେଉଁ କାରଣରୁ ମହନ୍ତ ମଠ ଛାଡୁ ନାହାନ୍ତି।

ଏଠାରେ ସୂଚନାଯୋଗ୍ୟ, ପୁର୍ବରୁ ଏହି ମଠରୁ 2011 ମସିହାରେ 5 ଶହରୁ ଅଧିକ ରୁପା ଇଟା ବାହାରି ଥିଲା । ରାଜ୍ୟର ଏକ ଧନୀଶାଳୀ ମଠ ଭାବେ ଏମାର ମଠ ପରିଗଣିତ । ଏଣୁ ମଠ ତଳେ ଆହୁରି ଭୂତଳ ଗୃହ ଥିବା ବେଳେ ଅନେକ ମୂଲ୍ୟବାନ ସାମଗ୍ରୀ ଥିବା ଚର୍ଚ୍ଚା ହେଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:, ଏମାର ମଠ ମହନ୍ତ ଛାଡୁ ନାହାଁନ୍ତି ମଠ

Body:ଏମାର ମଠର ଉଛେଦ ପ୍ରକ୍ରିୟା ର ଆଜି ଚତୁର୍ଥ ଦିନ। ତେବେ ପ୍ରଶାସନ ପାଇଁ ବଡ଼ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ଏମାର ମଠର ମହନ୍ତ ଙ୍କ ପାଇଁ । ଏମାର ମଠର ମହନ୍ତ ରାଜ ଗୋପାଳ ରାମାନୁଜ ଦାସ ମୁଖ୍ୟ ମଠ ରୁ ବାହାରୁ ନାହାଁନ୍ତି। ଫଳରେ ପୁରୁଣା ଗୃହ ଭାଙ୍ଗିବାରେ ପ୍ରଶାସନ ପଦକ୍ଷେପ ନେଇ ପାରୁ ନାହିଁ। ରଘୁନନ୍ଦନ ଲାଇ ବ୍ରେରୀ କୁ ପ୍ରଶାସନ ବିନା ଆଲୋଚନା ରେ ଭାଙ୍ଗି ଥିବାରୁ ପ୍ରତିବାଦ ରେ ମହନ୍ତ ସହଯୋଗ କରୁ ନାହାନ୍ତି। ଅନ୍ୟପଟେ ପୁରୀ ଅତିରିକ୍ତ ଜିଲାପାଳ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଏମାର ମଠ ମହନ୍ତ ଙ୍କ ସହିତ ସବୁ ଆଲୋଚନା ସରିଛି। ତାଙ୍କୁ ମଠ ନିକଟରେ ରହିବା ପାଇଁ ଏକ କଣ୍ଟେନର ଗୃହ ଯୋଗାଇ ଦିଆଯିବ ର ବ୍ୟବସ୍ଥା ରହିଛି। ମଠ ମହନ୍ତ ଓ ତାଙ୍କ ଶିଷ୍ୟ ସେଠାରେ ରହି ପାରିବେ। ମଠ ର ମନ୍ଦିର କୁ ଭଙ୍ଗାଯିବ ନାହିଁ। ସେଠି ରହି ମନ୍ଦିର ର ପୂଜାର୍ଚ୍ଚନା କରିବେ। ପରବର୍ତ୍ତୀ ସମୟ ରେ ପ୍ରଶାସନ ଥଇଥାନ ବ୍ୟବସ୍ଥା କରିବ। ଅନ୍ୟପଟେ ମଠ ମହନ୍ତ ମୁଖ୍ୟ ମଠ ଗାଦି ନ ଛାଡିବା ନେଇ ବିଭିନ୍ନ ଚର୍ଚ୍ଚା ବଢ଼ି ବାରେ ଲଗିଛି। ମଠ ତଳେ ଆହୁରି ଅନେକ ଦୁର୍ମୂଲ୍ୟ ଜିନିଷ ତଥା ସୁନା , ହୀରା ଆଦି ସାମଗ୍ରୀ ଥାଇ ପାରେ ବୋଲି ଚର୍ଚା ହେଉଛି। ସେଥିପାଇଁ ମହନ୍ତ ମଠ ଛାଡୁ ନାହାନ୍ତି। ପୁର୍ବ ରୁ 2011 ମସିହାରେ 5 ସହ ରୁ ଅଧିକ ରୁପା ଇଟା ବାହାରି ଥିଲା ଏହି ମଠ ରୁ । ରାଜ୍ୟର ଏକ ଧନୀ ଶାଳୀ ମଠ ଭାବେ ଏମାର ମଠ ପରିଗଣିତ ।ଏଣୁ ମଠ ତଳେ ଆହୁରି ଭୁତଳ ଗୃହ ଥିବା ବେଳେ ଅନେକ ମୂଲ୍ୟ ବା ନ ସାମଗ୍ରୀ ଥିବା ଚର୍ଚ୍ଚା ହେଉଚି।

ବାଇଟ1,, ବିନୟ କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ, ପୁରୀ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.