ETV Bharat / state

ପୁରୀରେ ଆତଙ୍କ ସୃଷ୍ଟି କରୁଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗ ଗିରଫ

ମୋବାଇଲ ଲୁଟେରା ଗ୍ୟାଙ୍ଗ ଗିରଫ। ପୁରୀରେ ଆତଙ୍କ ସୃଷ୍ଟି କରୁଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ। ଏହି ଘଟଣାରେ 5 ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ

mobile looters arrest in puri
ପୁରୀରେ ଆତଙ୍କ ସୃଷ୍ଟି କରୁଥିବା ମୋବାଇଲ ଲୁଟେରା ଗାଙ୍ଗ ଗିରଫ
author img

By

Published : Jan 17, 2022, 8:47 AM IST

ପୁରୀ: ମୋବାଇଲ ଲୁଟେରା ଗ୍ୟାଙ୍ଗ ଗିରଫ। ପୁରୀରେ ଆତଙ୍କ ସୃଷ୍ଟି କରୁଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ । ଏହି ଘଟଣାରେ 5 ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ପୁରୀରେ ଆତଙ୍କ ସୃଷ୍ଟି କରୁଥିବା ମୋବାଇଲ ଲୁଟେରା ଗାଙ୍ଗ ଗିରଫ

ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ଦିନରାତି ମୋବାଇଲ ଚୋରି କରି ସହରରେ ଆତଙ୍କ ସୃଷ୍ଟି କରୁଥିଲେ । ଅଭିଯୋଗ ମୁତାବକ, ଗତ ୧୧ ତାରିଖରେ ଅଙ୍କିତ ମିଶ୍ର ନାମକ ଜଣେ ଯୁବକ ଟ୍ୟୁସନରୁ ଫେରୁଥିବା ସମୟରେ ତିନିଜଣ ଲୁଟେରା ତାଙ୍କ ହାତରୁ ମୋବାଇଲ ଝାମ୍ପି ନେଇଥିଲେ‌। ସେହିପରି ଗତକାଲି ଏସିଏସ କଲେଜ ପାଖରେ ଅଜୟ ରାଣାସିଙ୍ଗ ନାମକ ଜଣେ ଯୁବକଙ୍କଠାରୁ ମଧ୍ୟ ଦୁଇଜଣ ଅଭିଯୁକ୍ତ ମୋବାଇଲ ଲୁଟି ନେଇଥିଲେ । ଏନେଇ ଉଭୟେ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ କରି ୫ ଜଣ ଲୁଟେରାଙ୍କୁ ଗିରଫ କରିଛି।

ଅଭିଯୁକ୍ତଙ୍କ ପାଖରୁ ୨୫ଟି ଦାମି ମୋବାଇଲ, ଗୋଟିଏ ସ୍କୁଟି ଓ ବାଇକ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ମାର୍କଣ୍ଡେଶ୍ବର ସାହିର ଶୁଭମ ସାହୁ, ଦାମୋଦର ତ୍ରିପାଠୀ, ରୋହନ କୁମାର ଦଳାଇ, ଆର୍ୟନ କୁମାର ପଲ୍ଲେଇ ଓ ମହାବୀର ବେହେରା ହୋଇଥିବା ଜଣାପଡ଼ିଛି । ତେବେ ଏହି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସିଟି ଡିଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗେ ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.