ETV Bharat / state

ଅନଲାଇନରେ ପାଠ ପଢୁଥିବା ବେଳେ ଫାଟିଲା ମୋବାଇଲ, ଛାତ୍ରୀ ଆହତ - ବିସ୍ଫୋରଣ ହେଲା ମୋବାଇଲ

ଅନଲାଇନରେ ପାଠ ପଢୁଥିଲା ବେଳେ ବ୍ଲାଷ୍ଟ ହୋଇଛି ମୋବାଇଲ । ଅନ୍‌ଲାଇନ୍‌ରେ ପାଠପଢା ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି । ଅଧିକ ପଢନ୍ତୁ...

ଅନଲାଇନରେ ପାଠ ପଢ଼ୁଥିବା ବେଳେ ବିସ୍ଫୋରଣ ହେଲା ମୋବାଇଲ

author img

By

Published : Jul 28, 2020, 10:04 PM IST

ପୁରୀ: ପାଠ ପଢୁଥିଲା ବେଳେ ବ୍ଲାଷ୍ଟ ହୋଇଛି ମୋବାଇଲ। ଅନ୍‌ଲାଇନ୍‌ରେ ପାଠପଢା ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ ଜଣେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ବାଲିଘାଇ ଆଦର୍ଶ ନଗର ଅଞ୍ଚଳରେ । ସୂଚନା ଅନୁସାରେ ପୁରୀ ବାଲିଘାଇର ଆଦର୍ଶ ନଗରରେ ବିଦ୍ୟାଧର ପଲାଇଙ୍କ ଝିଅ କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି ।

ଅନଲାଇନରେ ପାଠ ପଢ଼ୁଥିବା ବେଳେ ବିସ୍ଫୋରଣ ହେଲା ମୋବାଇଲ

ଛାତ୍ରୀ ଜଣକ ଅନ୍‌ଲାଇନ୍‌ରେ ପାଠ ପଢୁଥିବା ବେଳେ ହତାଠ୍ ଫୋନ୍‌ଟି ଫାଟି ଯାଇଥିଲା । ମୋବାଇଲ ଫାଟିବା ପରେ ମୋବାଇଲ୍‌ଟି ଖଣ୍ଡବିଖଣ୍ଡ ହୋଇଯାଇଥିଲା । ବ୍ଳାଷ୍ଟ ପରେ ମୋବାଇଲ ପଛଭାଗରେ ଥିବା ଅଂଶଟି ଜଳୁଥିଲା । ହାତରେ ଆଘାତ ଲାଗିଥିଲେ ମଧ୍ୟ ବଡ଼ ଅଘଟଣ ବର୍ତ୍ତିଯାଇଛନ୍ତି ଛାତ୍ରୀ । କରୋନା କଟକଣା ଯୋଗୁ ରାଜ୍ୟରେ ସ୍କୁଲ, କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇଯାଇଛି । ବିକଳ୍ପରେ ସ୍କୁଲରେ ଅନଲାଇନରେ ପଢାଯାଉଛି । ମୋବାଇଲ ମାଧ୍ୟମରେ ପଢୁଛନ୍ତି ଛାତ୍ରଛାତ୍ରୀ । ମଙ୍ଗଳବାର ମୋବାଇଲରେ ପାଠ ପଢ଼ୁ ଥିବା ସମୟରେ ଏଭଳି ଅଘଟଣ ଘଟିବାକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.