ପୁରୀ: ନାବାଳିକା ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣା ଏମଧ୍ୟରେ 3ଦିନ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ମାମଲା ରୁଜୁ ହୋଇନଥିବା ଅଭିଯୋଗ ହୋଇଛି ।ଯାହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୀଡିତାଙ୍କ ପରିବାର ଓ ବସ୍ତିବାସିନ୍ଦା । ଅଭିଯୁକ୍ତକୁ ଗିରଫ ଦାବିରେ ଗୋପ ଥାନା ସମ୍ମୁଖରେ ଲୋକେ ଧାରଣା ଦେଇଥିଲେ ।
ସୂଚନା ଅନୁସାରେ, ଗୋପ ଥାନା ଅଞ୍ଚଳରେ ରହୁଥିବା ନାବାଳିକାକୁ ଅଭିଯୁକ୍ତ ପ୍ରଥମେ ପ୍ରେମ ନିବେଦନ କରିଥିଲା । ହେଲେ ସେଥିରେ ବିଫଳ ହେବାରୁ ନାବାଳିକା ପୋଖରୀରେ ଗୋଧେଇବା ବେଳେ ଅଶ୍ଲୀଳ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲିଂ କରିଥିଲା । ଏପରିକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ହେଲେ ବାରମ୍ବାର ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିବାରୁ ପୀଡିତା ରାଜି ହୋଇନଥିଲେ । ଶେଷରେ ଅଭିଯୁକ୍ତ ଫଟୋ ଗୁ଼ଡିକୁ ଭାଇରାଲ କରିଦେଇଥିଲା । ଏନେଇ ପୀଡିତାଙ୍କ ପରିବାର ଲୋକେ ଗତ 2ତାରିଖରେ ଗୋପ ଥାନାରେ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ ପରେ ବି ପୋଲିସ ମାମଲା ରୁଜ୍ଜୁ କରିନଥିବା ଲୋକେ ଅଭିଯୋଗ କରି ଧାରଣା ଦେଇଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ