ETV Bharat / state

ପୁରୀରେ ହେବ ଅକ୍ସିଜେନ ପ୍ଲାଣ୍ଟ, ସମୀର ଦାସ ଦେଲେ ସୂଚନା

author img

By

Published : May 4, 2021, 5:53 PM IST

ପୁରୀରେ ହେବ ଅକ୍ସିଜେନ୍‌ ପ୍ଲାଣ୍ଟ। ଜିଲ୍ଲାରେ କୋରୋନା ସ୍ଥିତି ସମୀକ୍ଷା ପରେ ସୂଚନା ଦେଲେ ମନ୍ତ୍ରୀ ସମୀର ଦାସ । ଅଧିକ ପଢନ୍ତୁ

କୋଭିଡ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ସମୀର ଦାଶ, ପୁରୀରେ ହେବ ଅକ୍ସିଜେନ ପ୍ଲାଣ୍ଟ

ପୁରୀ: ପୁରୀରେ ହେବ ଅକ୍ସିଜେନ୍‌ ପ୍ଲାଣ୍ଟ । ଜିଲ୍ଲାର କୋଭିଡ ସ୍ଥିତିକୁ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମୀକ୍ଷା କରିଛନ୍ତି । ପୁରୀରେ ଅକ୍ସିଜେନ୍‌ ପ୍ଲାଣ୍ଟ ହେବାକୁ ଯାଉଥିବାବେଳେ ଏହି ପ୍ଲାଣ୍ଟ କାର୍ଯ୍ୟ ମେ ୧୫ ସୁଦ୍ଧା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ।

କୋଭିଡ ସ୍ଥିତିର ସମୀକ୍ଷା ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଦେଇ କହିଛନ୍ତି ଜିଲ୍ଲାରେ ଏବେ ମୋଟ ୧୮୮୪ ଜଣ କୋଭିଡ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି । ୧୧ଟି ବ୍ଲକ ଓ ୩ ଏନଏସିରେ ୧୨ ଶହ ଶଯ୍ୟାର ବ୍ୟବସ୍ଥା ହୋଇଛି । ସେହିପରି ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ସପ୍ତାହକରେ କୋଭିଡ ଶଯ୍ୟା ଖୋଲିବ । ସେଠାରେ ଅକ୍ସିଜେନ ବ୍ୟବସ୍ଥା ଥିବା ୧୫୦ କୋଭିଡ ଶଯ୍ୟା କାର୍ଯ୍ୟକ୍ଷମ ହେବ । ସେହିପରି ମନ୍ତ୍ରୀ କହିଛନ୍ତି ପୁରୀରେ ୧ ଲକ୍ଷ ୯୨ ହଜାର ୪୮ ଜଣଙ୍କୁ ପ୍ରଥମ ଡୋଜ ଓ ୭ ହଜାର ୫୧୨ ଜଣଙ୍କୁ ଦ୍ବିତୀୟ ଡୋଜ୍‌ କୋଭିଡ ଟିକା ଦିଆଯାଇ ସାରିଛି ।

ସ୍ଥାନୀୟ ସର୍କିଟ୍‌ ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ, ସିଡିଏମଓ ଓ ଜିଲ୍ଲାର ଅନ୍ୟ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । କୋଭିଡର ଦ୍ବିତୀୟ ଷ୍ଟ୍ରେନ୍‌ ପ୍ରାଣଘାତକ ହୋଇଥିବାବେଳେ ସମସ୍ତ ଜନସାଧାରଣ ସଚେତନ ହେବା ସହ ସରକାରଙ୍କ କୋଭିଡ ନିୟମ ଓ ଲକଡାଉନକୁ କଡାକଡି ପାଳନ କରିବା ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.