ETV Bharat / state

ପୋଖରୀ ପାଣିରେ ରନ୍ଧା ଚାଲିଛି ମଧ୍ୟାହ୍ନ ଭୋଜନ

ସଭିଏଁ ପଢିବେ ସଭିଏଁ ବଢିବେ ନାରା ଦେଇ ସରକାର ଆଗେଇ ନେଇଛନ୍ତି ସର୍ବଶିକ୍ଷା ଅଭିଯାନ । କିନ୍ତୁ ଏହି ଅଭିଯାନ ଯେ ପ୍ରକୃତରେ କେତେ ଅବହେଳିତ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମଗିରି ବ୍ଲକରେ। ଅଧିକ ପଢନ୍ତୁ...

irregularity in mid-day meal preparation, bramhagiri latest news, mid-day meal issue in bramhagiri, ବ୍ରହ୍ମଗିରିରେ ମଧ୍ୟାହ୍ନ ଭୋଜନରେ ଅବହେଳା, ଅବହେଳିତ ସର୍ବଶିକ୍ଷା ଅଭିଯାନ, ବ୍ରହ୍ମଗିରି ଲାଟେଷ୍ଟ ନ୍ୟୁଜ୍‌
ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : Dec 6, 2019, 5:07 PM IST

ବ୍ରହ୍ମଗିରି: ସଭିଏଁ ପଢିବେ ସଭିଏଁ ବଢିବେ ନାରା ଦେଇ ସରକାର ଆଗେଇ ନେଇଛନ୍ତି ସର୍ବଶିକ୍ଷା ଅଭିଯାନ । କିନ୍ତୁ ଏହି ଅଭିଯାନ ଯେ ପ୍ରକୃତରେ କେତେ ଅବହେଳିତ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମଗିରି ବ୍ଲକରେ। ବ୍ଲକ ଅଧିନସ୍ଥ କାଣ୍ଡଗୋଦା ବିଦ୍ୟାଳୟ ଓ ମୁଣ୍ଡଳ ଜାଡିପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହାର ହେଉଛି ପୋଖରୀ ପାଣି। ଆଶ୍ଚର୍ଯ୍ୟର କଥା କି ଏହା କେବଳ ଏହି ଦୁଇ ସ୍କୁଲ ନୁହେଁ ବରଂ ବ୍ଲକର ପ୍ରାୟତଃ ବିଦ୍ୟାଳୟରେ ଏହିପରି ଅବହେଳା ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ସମ୍ପୃକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପିଲାଏ ପାଠ ପଢନ୍ତି। ଏମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲ ପାଖରେ ଥିବା ପୋଖରୀ ପାଣିକୁ ପ୍ରତିଦିନ ବ୍ୟବହାର କରାଯାଉଥିବା ପ୍ରକାଶ କରିଛନ୍ତି ସ୍କୁଲର ପାଚିକା । ଏହି ପୋଖରୀରେ ପ୍ରତିଦିନ ଗ୍ରାମର ଲୋକମାନେ ଓ ଗାଈଗୋରୁ ଗାଧୋଇବା ସହ ପାଣି ଅତ୍ୟନ୍ତ ଦୂଷିତ ଅବସ୍ଥାରେ ରହିଛି । ତଥାପି ଏହି ପୋଖରୀର ପାଣିକୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ରାନ୍ଧିବାରେ ବ୍ୟବହାର କରାଯିବା ଅତି କ୍ଷୋଭର ବିଷୟ ।

କେବଳ ସେତିକି ନୁହେଁ ସ୍କୁଲର ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଇ ସାରିବା ପରେ ଅତି ବିପଦସଙ୍କୁଳ ଅବସ୍ଥାରେ ପୋଖରୀକୁ ଯାଇ ଥାଳି ଧୋଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏନେଇ ସ୍କୁଲର ପ୍ରଧାନଶିକ୍ଷକ ପ୍ରତିକ୍ରିୟା ଦେଇ କହିଛନ୍ତି କି ସ୍କୁଲରେ ପାନୀୟ ଜଳର ଅଭାବ ଓ ଅବ୍ୟବସ୍ଥା ନେଇ ବାରମ୍ବାର ବିଇଓ ଓ ସିଆରସିଙ୍କୁ ଅଭିଯୋଗ କଲେ ମଧ୍ୟ ମିଳିପାରୁ ନାହିଁ କୌଣସି ସୁବିଧା ।

ଫଳରେ ବାଧ୍ୟ ହୋଇ ପୋଖରୀ ପାଣିର ବ୍ୟବହାର କରାଯାଉଛି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏଥିପ୍ରତି କେବେ ଦୃଷ୍ଟି ଦେଉଛି ଓ କୁନି କୁନି ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି କେବେ ପଡୁଛି ଦୃଷ୍ଟି ।

ବ୍ରହ୍ମଗିରିରରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ସର୍ବଶିକ୍ଷା ଅଭିଯାନରେ ଅବହେଳା,ପୋଖରୀ ପାଣିରେ ରନ୍ଧା ହେଉଛି ମଧ୍ୟାନ ଭୋଜନ।

ବିଦ୍ୟାଳୟ ରେ ପିଲାଙ୍କ ମଧ୍ୟାନ ଭୋଜନ ପାଈଁ ବ୍ୟବହାର ହେଉଛି ପୋଖରୀ ପାଣି।ସର୍ବଶିକ୍ଷା ଅଭିଯାନ ଅବହେଳାର ଏହା ଏକ ନମୁନା।

Body:ସଭିଏଁ ପଢିବା ସଭିଏଁ ସୁସ୍ତ ରହିବା ନାରା ଦେଇ ସରକାର ସର୍ବଶିକ୍ଷା ଅଭିଯାନକୁ ଆଗେଇ ନେଇଛନ୍ତି।କିନ୍ତୁ ଏହି ଅଭିଯାନର ଅବହେଳା ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମଗିରି ବ୍ଲକରେ।
ଉକ୍ତ ବ୍ଲକ ଅଧିନ କାଣ୍ଡଗୋଦା ବିଦ୍ୟାଳୟ ଓ ମୁଣ୍ଡଳ ଜାଡ଼ିପୁର ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାନ ଭୋଜନ ପାଇଁ ବ୍ୟବହାର ହେଉଛି ପୋଖରୀ ପାଣି। କହିବାକୁ ଗଲେ ବ୍ଲକ ର ପ୍ରାୟତଃ ବିଦ୍ୟାଳୟରେ ଏହିପରି ଅବହେଳା ଦେଖିବାକୁ ମିଳିଥାଏ।
ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପଯ୍ୟନ୍ତ ପିଲା ପାଠ ପଢ଼ନ୍ତି। ଏମାନଙ୍କ ପାଇଁ ମଧ୍ୟାନ ଭୋଜନ ପାଇଁ ନିକଟରେ ଥିବା ପୋଖରୀ ପାଣି କୁ ପ୍ରତିଦିନ ବ୍ୟବହାର କରାଯାଏ ବୋଲି ପାଚିକା କହିଛନ୍ତି।ଏହି ପୋଖରୀ ଟି ରେ ପ୍ରତିଦିନ ଗ୍ରାମର ଲୋକମାନେ ଓ ଗାଈଗୋରୁ ଗାଧୋଇବା ସହ ପିଣୀ ଦୂଷିତ ହୋଇଥାଏ।
ଆହୁରି ମଧ୍ୟ ଛାତ୍ର ଛାତ୍ରୀ ମାନେ ଖାଦ୍ୟ ଖାଇ ଥାଳି ଧୋଇବା ପାଇଁ ସେହି ପୋଖରୀକୁ ଯାଇଥାନ୍ତି।ପୋଖରୀ ପସି ଥାଳି ଧୋଇବା ବେଳେ କେତେବେଳେ ଅଘଟଣ ନ ହେବ ତାହାକୁ ଏଡାଇ ହେବ ନାହିଁ।
ପ୍ରଧାନ ଶିକ୍ଷକ ଙ୍କ ପ୍ରତି କ୍ରିୟାରେ ସେ ଅମଙ୍କୁ କହିଛନ୍ତି ସେ ବାରମ୍ବାର ବେଇଓ ଓ ସି ଅର ସି ଙ୍କୁ ଏହି ବିଷୟରେ ଅଭିଯୋଗ କଲେ ମଧ୍ୟ ପାଣିର କୌଣସି ବ୍ୟବସ୍ଥା କରାଯାଉ ନାହିଁ । ପୋଖରୀ ପାଣି ବ୍ୟବହାର ପାଇଁ ଆମେ ବାଧ୍ୟ ହେଉଛୁ।
ଦେଖିବାକୁ ବାକି ରହିଲା ପ୍ରଶାସନ ଏଥି ପ୍ରତି କେବେ ଦୃଷ୍ଟି ଦେଉଛି।

Conclusion:byte 1. Narendra Nayak. H.M kandagada school.
byte 2 . Gauri Pradhan. pachika
byte 3. student

all byte and visual send by mojo and some visual send by wrap.
ଦେବାଶିଷ ଦାସ, ବ୍ରହ୍ମଗିରି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.