ETV Bharat / state

ଶ୍ରୀମନ୍ଦିର ଖୋଲିବା ନେଇ ବୁଦ୍ଧିଜୀବୀଙ୍କ ସହ ବୈଠକ - Shrimandir opening discussion

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୋରୋନା ମହାମାରୀ ସମୟରେ ଶ୍ରୀମନ୍ଦିର ଖୋଲିବା ନେଇ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ବର୍ଗର ଲୋକମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଆଗକୁ ମଧ୍ୟ କାର୍ତ୍ତିକ ମାସ ଓ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଆସୁଛି । ଏଥିଲାଗି ଭକ୍ତମାନେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆଶା ବାନ୍ଧି ବସିଛନ୍ତି । କିନ୍ତୁ ସେପଟେ କୋରୋନା ଟିକା ନ ବାହାରିବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ନ ଖୋଲିବାକୁ କିଛି ବୁଦ୍ଧିଜୀବୀଙ୍କ ସହ ସେବାୟତ ମତ ରଖିଛନ୍ତି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ଖୋଲିବା ନେଇ ବୁଦ୍ଧିଜୀବୀଙ୍କ ସହ ବୈଠକ

author img

By

Published : Oct 15, 2020, 7:23 PM IST

ପୁରୀ: କୋରୋନା ମହାମାରୀ ସମୟରେ ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର ଭର୍ଚୁଆଲ ମାଧ୍ୟମରେ ଗତ 9 ତାରିଖରୁ ଆଲୋଚନା ଜାରି ରଖିଛନ୍ତି । ଗୁରୁବାର ଏହି କ୍ରମରେ ବୁଦ୍ଧିଜୀବୀଙ୍କ ସହ ବୈଠକ କରାଯାଇଛି । କିଛି ବୁଦ୍ଧିଜୀବୀ ଅନଲାଇନ ଦର୍ଶନ ନେଇ ମତ ରଖିଥିବା ବେଳେ ଅନ୍ୟ କିଛି ଟିକା ନ ବାହାରିବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ନ ଖୋଲିବାକୁ କହିଥିବାର ଜଣାପଡିଛି ।

ଶ୍ରୀମନ୍ଦିର ଖୋଲିବା ନେଇ ବୁଦ୍ଧିଜୀବୀଙ୍କ ସହ ବୈଠକ

ଆଗକୁ ଆସୁଥିବା କାର୍ତ୍ତିକ ମାସ ଓ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ବିଶେଷକରି ଆଲୋଚନା କରାଯାଇଥିଲା । ଦୀର୍ଘ 26 ବର୍ଷ ପରେ ଏହି ବେଶ ପଡୁଥିବା ହେତୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଲେ ଲକ୍ଷ ଲକ୍ଷ ଭକ୍ତ ଆସିବାର ସମ୍ଭାବନା ରହିଛି। ଏଣୁ ବର୍ତ୍ତମାନ କୋଭିଡ ପରିସ୍ଥିତିକୁ ଦେଖି ଶ୍ରୀମନ୍ଦିର ନ ଖୋଲିବାକୁ ଉଭୟ ସେବାୟତ ଓ ବୁଦ୍ଧିଜୀବୀ ମତ ରଖିଛନ୍ତି। କିନ୍ତୁ କେତେକ ବୁଦ୍ଧିଜୀବୀ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶକୁ ଅନଲାଇନରେ ଲାଇଭ ଦର୍ଶନ ବ୍ୟବସ୍ଥା ପାଇଁ ମତ ରଖିଛନ୍ତି ।

ସେପଟେ କିନ୍ତୁ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଦର୍ଶନ ବ୍ୟବସ୍ଥା ଅନଲାଇନରେ କରାଯିବା ନେଇ ମତ ବିରୋଧରେ ଆପତ୍ତି ଆଣିଛନ୍ତି ସେବାୟତ। ଏହା ଦ୍ବାରା ଆଗାମୀ ଦିନରେ ମହାପ୍ରଭୁଙ୍କ ପରମ୍ପରା ନୀତିକାନ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଣୁ ଅନଲାଇନ ଦର୍ଶନ ବ୍ୟବସ୍ଥା ଶ୍ରୀମନ୍ଦିରରେ ଠିକ ନୁହେଁ । ତେବେ କୋଭିଡ ପାଇଁ ଔଷଧ ନ ବାହାରିବା ଯାଏଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିବା ଦରକାର ବୋଲି ବରିଷ୍ଠ ସେବାୟତ ମତ ପ୍ରକାଶ କରିଛନ୍ତି ।

ଗତ 9 ତାରିଖରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଭର୍ଚୁଆଲ ମିଟିଂ ମାଧ୍ୟମରେ ସେବାୟତଙ୍କ ମତ ନେଇଥିଲେ । ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ସେବାୟତ ଓ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୋଭିଡ ପରିସ୍ଥିତିରେ ମନ୍ଦିର ଖୋଲିବା ଉଚିତ କି ନାହିଁ ସେ ସଂପର୍କରେ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.