ETV Bharat / state

ବେଆଇନ ବାଲି ଚାଲାଣ ବିରୋଧରେ ତହସିଲ ଆଗରେ ଗଣଧାରଣା - ଆଦିବାସୀ ମାଇନରଟି ମହାସଂଘର ଗଣଧାରଣା

ବାଲି ଚୋରା ଚାଲାଣ ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ପୁରୀ ତହସିଲ ଆଗରେ ଗଣଧାରଣା କଲେ ଆଦିବାସୀ ମାଇନରଟି ମହାସଂଘ । ଅଧିକ ପଢନ୍ତୁ...

ନଦୀରୁ ବେଆଇନ ବାଲି ଚାଲାଣ ନେଇ ତହସିଲ ଆଗରେ ଗଣଧାରଣା

author img

By

Published : Jun 5, 2021, 9:05 AM IST

ପୁରୀ: ଜିଲ୍ଲାରେ ବିଭିନ୍ନ ନଦୀ ପଠାରୁ ଖୁଲମଖୁଲା ଚୋରା ବାଲି ଚାଲାଣ ହେଉଥିବା ବେଳେ ନଦୀଘାଟରୁ ପ୍ରତିଦିନ ବିଭିନ୍ନ ଗାଡି ଦ୍ବାରା ଚୋରା ବାଲି ଚାଲାଣ କରୁଛନ୍ତି ବଡ଼ ବଡ଼ ମାଫିଆ l ଏହି ପ୍ରତିବାଦରେ ଦଳିତ ଆଦିବାସୀ ମାଇନରଟି ମହାସଂଘ ତରଫରୁ ନିମାପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା । ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ ମଧ୍ୟ କରାଯାଇଛି।

ନଦୀରୁ ବେଆଇନ ବାଲି ଚାଲାଣ ନେଇ ତହସିଲ ଆଗରେ ଗଣଧାରଣା

ଭାର୍ଗବୀ ନଦୀର ଜଗନ୍ନାଥପୁର,ପଦନପୁର ଓ ବଳଙ୍ଗା ଏବଂ କୁଶଭଦ୍ରା ନଦୀର ଝାମ୍ପୁଲା କୁଦ, ଧୀରପୁର ଓ ଦୀଘାଳ ଆଦି ଘାଟରୁ ଦିନ ରାତି ଜେସିବି, ହାଇୱ ଦ୍ବାରା ଶହଶହ ଟ୍ରିପ୍ ବାଲି ବିନା ନିଲାମରେ ଘାଟରୁ ଚୋରି କରି ଲାଭବାନ ହେଉଛନ୍ତି ମାଫିଆ । ଯାହା ସରକାରଙ୍କ ରାଜସ୍ବ ହାନିର ଏକ ଜ୍ଵଳନ୍ତ ଉଦାହରଣ ଅଟେ ।

ବାଲି ମାଫିଆମାନେ ବିଭିନ୍ନ ମାରଣାସ୍ତ୍ର ସହିତ ସୁସଜ୍ଜିତ ହୋଇ ଗୁଣ୍ଡାରାଜ ବଳରେ ପ୍ରତି ଦିନ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିବା ବେଳେ ରାଜସ୍ବ କର୍ମଚାରୀ ସବୁ ଦେଖି ଶୁଣି ଚୁପ୍ ବସୁଛନ୍ତି । ଆଗାମୀ ଦିନରେ ବାଲି ଚୋରା ଚାଲାଣ ବନ୍ଦ କରାନଗଲେ ମହାସଂଘ ତରଫରୁ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ତହସିଲଦାର ଦୁଇଦିନ ମଧ୍ୟରେ ତଦାରଖ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.