ETV Bharat / state

ପୁରୀ ସମୁଦ୍ରରେ ଲିନ ହେଲା ବୀର ଯବାନଙ୍କ ଚିତାଭସ୍ମ

ସୋମବାର ଶ୍ରୀମନ୍ଦିର ସିଂହ ଦ୍ବାରରେ ଦୁଇ ବୀର ସହିଦଙ୍କ ଚିତାଭସ୍ମ ନେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସମୁଦ୍ର କୂଳକୁ ନିଆଯାଇଥିଲା । ଏଥିସହ ଚିତା ଭସ୍ମକୁ ମଧ୍ୟ ସ୍ବର୍ଗ ଦ୍ବାରରେ ଦାହ କରାଯାଇଥିଲା । ଜଗନ୍ନାଥ ସେନା ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ପୁରୀ ସହରର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ ।

author img

By

Published : Feb 18, 2019, 11:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୁଲୱାମା ଆତ୍ମଘାତୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି । ଆଉ ସମଗ୍ର ଦେଶରେ ଛାଇ ଯାଇଛି ଶୋକର ଛାୟା । ସହିଦ ହୋଇଯାଇଛନ୍ତି 40ରୁ ଊର୍ଦ୍ଧ୍ବ ଯବାନ । ଆଉ ଏମାନଙ୍କ ମଧ୍ୟରେ ଥିଲେ ଓଡିଶାର ଦୁଇ ବୀର ସନ୍ତାନ । ବୀର ସନ୍ତାନଙ୍କ ଲିଭିଯାଇଛି ଚିତା ହେଲେ ମନରୁ ଲିଭୁନି ଦେଶ ପାଇଁ ଜୀବନ ଦେଇଥିବା ଯବାନଙ୍କ ବଳିଦାନ ।

ସମୁଦ୍ରରେ ଦୁଇ ସହିଦ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କ ଚିତା ଭସ୍ମକୁ ସମୁଦ୍ରରେ ବିଲୀନ କରାଯାଇଥିଲା । ଏଥିସହ ଚିତା ଭସ୍ମକୁ ମଧ୍ୟ ସ୍ବର୍ଗ ଦ୍ବାରରେ ଦାହ କରାଯାଇଥିଲା ।ସୋମବାର ଶ୍ରୀମନ୍ଦିର ସିଂହ ଦ୍ବାରରେ ଦୁଇ ବୀର ସହିଦଙ୍କ ଚିତାଭସ୍ମ ନେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସମୁଦ୍ର କୂଳକୁ ନିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
undefined

ଜଗନ୍ନାଥ ସେନା ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ପୁରୀ ସହରର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ସାମିଲ ହୋଇଥିବା ଲୋକେ ପାକିସ୍ତାନ ବିରୋଧରେ ନାରାବାଜି କରିବା ସହ ସରକାର ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.