ପୁରୀ : ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ । ଏହି ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ଦେଖିବାକୁ ମିଳିଛି ବାଲୁକା କଳା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି।
ସେ ଏହି ବାଲୁକା କଳାରେ ଯୋଗ କରିବା ଦ୍ୱାରା ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ୧୭ଫୁଟ ଓସାର ବିଶିଷ୍ଟ ଏବଂ ୧୫ ଟନ୍ ବାଲି ବାଲୁକା କଳାରେ "International Yoga Day" ର ବାର୍ତ୍ତା ଦେବାସହିତ "Yoga for humanity" ର ବାର୍ତ୍ତା ଦେଇଛନ୍ତି । ସକାଳର ସୂର୍ଯ୍ୟ କିରଣରେ ବସି ଯୋଗ ମୁଦ୍ରାର ଚିତ୍ରଣ କରିଛନ୍ତି ।
ଯୋଗ ହିଁ ଏକ ମାତ୍ର ଉପାୟ ଯାହାଦ୍ୱାରା ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିବା ସହିତ ନିଜ ଜୀବନ ଶୈଳୀକୁ ସୁଚାରୁ ରୂପେ ସଞ୍ଚାଳନ କରିପାରିବ। ଏହି ବାଲୁକା କଳାକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ।
ଇଟିଭି ଭାରତ, ପୁରୀ