ETV Bharat / state

ଭୁବନେଶ୍ବରରେ ହେବ ମହାରଥୀଙ୍କ ଶୁଣାଣି - puri

ଫ୍ଲାଇଂ ସ୍କ୍ବାଡ ମ୍ୟାଜିଷ୍ଟ୍ରେଟଙ୍କୁ ଯାଞ୍ଚ ସମୟରେ ଆକ୍ରମଣ ଅଭିଯୋଗରେ ପୁରୀ ପୋଲିସ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଗିରଫ କରି ଭୁବନେଶ୍ବର କୋର୍ଟକୁ ନିଆଯାଇଛି । ସେଠାରେ ମାମଲାର ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ଇଚିଭି ଭାରତ
author img

By

Published : Apr 22, 2019, 11:09 PM IST

ପୁରୀ: ଫ୍ଲାଇଂ ସ୍କ୍ବାଡ ମ୍ୟାଜିଷ୍ଟ୍ରେଟଙ୍କୁ ଯାଞ୍ଚ ସମୟରେ ଆକ୍ରମଣ ଅଭିଯୋଗରେ ପୁରୀ ପୋଲିସ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି । ତେବେ ଗିରଫ ପରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ନ୍ୟାୟିକ ଅଦାଲତକୁ ପଠାଯାଇଛି । ତେବେ ପିପିଲିରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭୁବନେଶ୍ବର କୋର୍ଟକୁ ନିଆଯାଇଛି । ମାତ୍ର ସ୍ୱତନ୍ତ୍ର କୋର୍ଟରେ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ ରହିଛି। ମହାରଥୀଙ୍କୁ ଝାଡପଡା ଜେଲକୁ ପଠାଇ ଦିଆଯାଇଛି । ଆସନ୍ତା ୨୪ ତାରିଖରେ ପୁଣି ହେବ ଶୁଣାଣି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ଇଚିଭି ଭାରତ

ସୂଚନାମୁତାବକ ପିପିଲି କୋର୍ଟରେ ସେ ହାଜର ହେବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଭୁବନେଶ୍ବର କୋର୍ଟକୁ ମାମଲାରେ ବିଚାର ପାଇଁ ସ୍ଥାନାନ୍ତର କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.