ପୁରୀ: ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କୁ ଏହି ଦିବ୍ୟ ବେଶରେ ଦର୍ଶନ କରୁଛନ୍ତି । ତେଣୁ ଏନେଇ ସେବାୟତ ଓ ପୋଲିସ ପ୍ରଶାସନରକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦିପ୍ତ କୁମାର ମହାପାତ୍ର ।
ଏଥିସହ ସେ କହିଛନ୍ତି ଦିନ 4ଟା ସୁଦ୍ଧା ଶ୍ରୀଜିଉଙ୍କ ସୁନାବେଶ ସାରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହା ସମୟ ଅନୁଯାୟୀ ସରିବା ସହ ବିନା ବାଦ ବିବାଦରେ ସମ୍ପନ୍ନ ହୋଇଛି । ତେବେ ରବିବାର ଏକ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ଦଇତାପତି ନିଯୋଗ ଏବଂ ସୁଆର ନିଯୋଗଙ୍କ ଭିତରେ ଅଧରପଣା ସମୟରେ ହୋଇଥିବା ବିବାଦର ଫଇସଲା ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ