ETV Bharat / state

ଶାଖା ନଦୀମାନଙ୍କରେ ବଢୁଛି ଜଳସ୍ତର: ତଳି ଅଞ୍ଚଳରେ ପଶିଲା ପାଣି, କୂଳ ଲଙ୍ଘୁଛି ସମୁଦ୍ର

author img

By

Published : Aug 4, 2023, 4:04 PM IST

ମୁଖ୍ୟ ନଦୀରେ ବନ୍ୟା ପରେ ବିଭିନ୍ନ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ବୁଡିଲା ଦୋକନ୍ଦା ଗ୍ରାମ । ଅଧିକ ପଢନ୍ତୁ

ପୁରୀରେ ପୁଣି କୂଳ ଲଙ୍ଘୁଛି ସମୁଦ୍ର
ପୁରୀରେ ପୁଣି କୂଳ ଲଙ୍ଘୁଛି ସମୁଦ୍ର
ପୁରୀରେ ପୁଣି କୂଳ ଲଙ୍ଘୁଛି ସମୁଦ୍ର

ପୁରୀ: ପୁରୀ କଣାସରେ ବିଭିନ୍ନ ଗ୍ରାମରେ ପସିଲା ପ୍ରଥମ ବନ୍ୟା ଜଳ । ବୁଡିଲା ଦୋକନ୍ଦା ଗ୍ରାମ । ବନ୍ୟାଜଳ ଯୋଗୁଁ ଫୁଲିବାରେ ଲାଗିଛି ମହାନଦୀର ଶାଖା ନଦୀ ଦୟା, ମକରା, ରାଜୁଆ । ଶାଖାନଦୀର ତଳିଆ ଅଞ୍ଚଳରେ ଥିବା କଣାସ ବ୍ଲକ ପାଇଁ ବଢିଲା ବିପଦ। ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ ନଦୀ କୂଳିଆ ଗ୍ରାମବାସୀ । ଚିଲିକାରେ ଜଳସ୍ତର ଉଚ୍ଚ ରହିଥିବା ଯୋଗୁ ବନ୍ୟା ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ଫଳରେ କଣାସ ବ୍ଲକର ବିଭିନ୍ନସ୍ଥାନରେ ବନ୍ୟା ଜଳ ପ୍ରଭାବରେ ଜଳବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମବାସୀ ।

ଗତକାଲିଠୁ(ଗୁରୁବାର) ନଦୀ ପଠା ନିକଟରେ ଥିବା ଜମିରେ ବନ୍ୟାଜଳ ମାଡ଼ିଯାଇଛି । ଫଳରେ ଶହ ଶହ ଚାଷ ଜମି ଏବେ ବନ୍ୟାଜଳରେ ବୁଡ଼ି ରହିଛି । ପାରିବା ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେପଟେ ଦୋକନ୍ଦା ଗ୍ରାମରେ ବନ୍ୟାଜଳ ପ୍ରବେଶ ପରେ ଜଳବନ୍ଦୀ ଘେରରେ ଗ୍ରାମବାସୀ ଅଛନ୍ତି । ତେବେ ଜଳସ୍ତର ଉପରେ କଡ଼ା ନଜର ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଜଳସ୍ତର ବଢ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଶୁଖିଲା ଓ ରକ୍ଷା ଖାଦ୍ୟ ପ୍ରଦାନ ପାଇଁ ମଧ୍ଯ ବ୍ୟବସ୍ଥା ହୋଇଛି ।

ସେପଟେ ପୁରୀରେ ପୁଣି କୂଳ ଲଙ୍ଘୁଛି ସମୁଦ୍ର । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସମୁଦ୍ର ଦେଖାଇଛି ତା'ର ଉଗ୍ର ରୂପ। ପୁରୀ ପେଣ୍ଠକଟା ବେଳାଭୂମି ଅଞ୍ଚଳରେ ସମୁଦ୍ରରେ ବଡ଼ବଡ଼ ଜୁଆର ଆସୁଥିବା ବେଳେ ବେଳାଭୂମିର ବାଲି ସମୁଦ୍ର ଗର୍ଭ ଭିତରକୁ ଚାଲି ଯାଇଛି। ଯାହାକୁ ନେଇ ପେଣ୍ଠକଟାରେ ଥିବା ପାରମ୍ପରିକ ମତ୍ସ୍ୟଜୀବୀମାନେ ଭୟଭୀତ ହୋଇ ପଡିଛନ୍ତି । କିଛି ମତ୍ସ୍ୟଜୀବୀଙ୍କ ଡଙ୍ଗା ସମୁଦ୍ର ମଧ୍ୟକୁ ଭାସି ଯାଇଥିବାବେଳେ ମତ୍ସ୍ୟଜୀବୀ ମାନେ ନିଜ ନିଜ ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ଆଣି ରଖିଛନ୍ତି । ଚକ୍ରତୀର୍ଥ ରୋଡ଼ ବାଙ୍କିମୁହାଣଠାରୁ ପେଣ୍ଠକଟା ଦେଇ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ବେଳାଭୂମିର ଏକ ବଡ଼ ଅଂଶ ସମୁଦ୍ର ଗର୍ଭକୁ ଚାଲିଯାଇଛି । ତେବେ ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଦାବି ହୋଇଛି ।

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ସମୁଦ୍ର କୂଳର ପରିବେଶକୁ ସୁରକ୍ଷା ଦେବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଆଇନ୍ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବ । ସେହିପରି ପୁରୀ ଜିଲ୍ଲାରେ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି SRCଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବିଭାଗ ସହ ଆଲୋଚନା ସରିଛି । ସମସ୍ତ ବନ୍ୟାପ୍ରବଣ ଅଞ୍ଚଳରେ ବ୍ଲକର ବିଡିଓ, ତହସିଲଦାର, ପୋଲିସ, ଜଳସେଚନ ଓ ଅଗ୍ନିଶମ ବିଭାଗ ସତର୍କ ଅଛନ୍ତି‌ ବୋଲି କହିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.