ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଆରମ୍ଭ ହେଲା ମହାଯଜ୍ଞ, ଉତ୍ସବମୁଖର ଶ୍ରୀକ୍ଷେତ୍ର - ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

Maha Yajna begins in Puri: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଆଜିଠୁ ଆରମ୍ଭ ହେଲା ମହାଯଜ୍ଞ । ଏ ନେଇ ଉତ୍ସବମୁଖର ହୋଇ ଉଠିଛି ଶ୍ରୀକ୍ଷେତ୍ର । ଅଧିକ ପଢନ୍ତୁ

Maha Yajna begins in Puri
Maha Yajna begins in Puri
author img

By ETV Bharat Odisha Team

Published : Jan 15, 2024, 7:46 PM IST

Updated : Jan 15, 2024, 8:01 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଆରମ୍ଭ ହେଲା ମହାଯଜ୍ଞ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ: ପରିକ୍ରମା ପ୍ରକଳ୍ପକୁ ନେଇ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ବେଦଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଆଉ 2 ଦିନ ଥିବା ବେଳେ ଆଜି(ସୋମବାର)ଠାରୁ ମହାଯଜ୍ଞ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଐଶାନ୍ୟ କୋଣ ଯଜ୍ଞ ମଣ୍ଡପରେ ଆଚାର୍ଯ୍ୟ ବ୍ରାହ୍ମଣମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ଭକ୍ତମାନେ ଏକତ୍ରିତ ହୋଇ ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପ୍ରଦକ୍ଷିଣ କରୁଥିବା ଦେଖିବାକୁ ମିଳିଛି ।

ଲୋକାର୍ପିତ ହେବାକୁ ଥିବା ଶିଳାକୁ ମଧ୍ୟ ବ୍ରାହ୍ମଣ ମାନଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଛି। ଆଜି ପୌଷ ଶୁକ୍ଳ ପଞ୍ଚମୀ ତିଥିରେ ସକାଳ ୭ଟା ୩୭ରେ ଅଖଣ୍ଡ ଦୀପ ସ୍ଥାପନ କରାଯାଇ ପଞ୍ଚକର୍ମ, ବ୍ରାହ୍ମଣ ବରଣ ସହ ମଣ୍ଡଳ ପୂଜନ ହୋଇଥିଲା। ଶ୍ରୀମନ୍ଦିର ଚାରିଦ୍ଵାରରେ ବେଦ ପାରାୟଣ ଏବଂ ନାମ ସଂକୀର୍ତ୍ତନ ମଧ୍ୟ ଆୟୋଜନ କରାଯାଇଛି। ବୈଷ୍ଣ ବାଗ୍ନି ସଂସ୍କାର, ହବନ, ଆରତୀ, ପୁଷ୍ପାଞ୍ଜଳି, ପ୍ରଦକ୍ଷୀଣ ଅନୁଷ୍ଠିତ ହୋଇଥିଲା । ଆଜି ମକର ସଂକ୍ରାନ୍ତି ଭଳି ଏକ ପବିତ୍ର ଦିବସରେ ମହାଯଜ୍ଞ ଆରମ୍ଭ ହୋଇଥିବାରୁ ଏହା ସମସ୍ତଙ୍କ ପାଇଁ ପରମ ସୌଭାଗ୍ୟର ବିଷୟ ବୋଲି ଆଚାର୍ଯ୍ୟ ବ୍ରାହ୍ମଣ ମାନେ କହିଛନ୍ତି ।

ଏହା ବି ପଢନ୍ତୁ- ଆଉ ହାତରେ 2ଦିନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ପୋଲିସ ଡିଜି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ନେଇ ଐଶାନ୍ୟ କୋଣରେ ମହାଯଜ୍ଞ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ । ‌ ଲୋକାର୍ପଣ ଉତ୍ସବ କିଭଳି ସଫଳ ହୋଇପାରିବ ତାହାକୁ ନେଇ ତନ୍ନ ତନ୍ନ ଅନୁଧ୍ୟାନ କରୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଥିବା ବେଳେ ଆସନ୍ତାକାଲି ସୁଦ୍ଧା ନିମନ୍ତ୍ରିତ ଅତିଥିମାନେ ଆସି ପୁରୀରେ ପହଞ୍ଚିଯିବେ ବୋଲି କହିଛନ୍ତି ଜିଲ୍ଲାପାଳ।

ସେହିପରି ସମଙ୍ଗ ପାର୍କିଂ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ଏବଂ ଶ୍ରୀମାର୍ଗ ରାସ୍ତା ମଧ୍ୟ ଭକ୍ତଙ୍କୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି । ସେପଟେ ଶ୍ରୀସେତୁଠାରୁ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଏବଂ ସେଠାରୁ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ଯାଏଁ ଭକ୍ତଙ୍କ ଯାତାୟତ ପାଇଁ ବ୍ୟାଟେରୀ ଚାଳିତ ବସ ଏବଂ ଅଟୋ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ଓବିସିସି ଜିଏମ ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସୁନ୍ଦର ବଗିଚା ସହ, ପ୍ରଶସ୍ତ ପ୍ରଦକ୍ଷଣ ରାସ୍ତା, ଟଏଲେଟ, ପାନୀୟ ଜଳ ବ୍ୟବସ୍ଥା ସହିତ ସୁନ୍ଦର କଳାକୃତି ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କୁ ଏକ ନୂଆ ଅନୁଭୂତି ଦେବ ବୋଲି କହିଛନ୍ତି ଓବିସିସି ଜିଏମ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୌଷ ମାସରେ ଶୁଭକାର୍ଯ୍ୟ କରିବା ଶାସ୍ତ୍ର ବିରୋଧୀ କହିଲା ଓଡ଼ିଶା ବ୍ରାହ୍ମଣ ସମାଜ

ଆସନ୍ତାକାଲି ପୌଷ ଶୁକ୍ଳ ଷଷ୍ଠୀରେ ମଧ୍ୟ ସୂର୍ଯ୍ୟପୂଜା ସହିତ ମହାଯଜ୍ଞ, ବେଦ ପାରାୟଣ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । ତେବେ ଆସନ୍ତା ବୁଧବାର ପୌଷ ଶୁକ୍ଳ ସପ୍ତମୀ ତିଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ହେବ। ବୁଧବାର ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହାପରେ ସାଧାରଣ ଭକ୍ତଙ୍କ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ ପାଇଁ ଖୋଲି ଦିଆଯିବ।

ଇଟିଭି ଭାରତ, ପୁରୀ

Last Updated : Jan 15, 2024, 8:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.