ETV Bharat / state

ଲୋକନାଥ ମନ୍ଦିରରେ ଆଜିଠୁ ଜାଗର ଯାଏଁ ଜଳିବ ବିଶାଳ ଦୀପ

author img

By

Published : Feb 19, 2020, 6:41 PM IST

ଶିବରାତ୍ରି ପାଇଁ ସଜେଇ ହେଉଛି ଲୋକନାଥ ମନ୍ଦିର । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ସେପଟେ ଆଜି ଠୁ ଜାଗର ପର୍ଯ୍ୟନ୍ତ ଜଳିବ 4 ଫୁଟିଆ ‘ଜଗତ ମଙ୍ଗଳ ଜାଗର ଦୀପ’ । ଅଧିକ ପଢନ୍ତୁ...

prepairtion-in-lokanatha-temple
prepairtion-in-lokanatha-temple

ପୁରୀ: ଆସନ୍ତା ଶୁକ୍ରବାର ମହାଶିବରାତ୍ରି ତଥା ଜାଗର। ବାବା ଲୋକନାଥଙ୍କ ପୀଠରେ ଜାଗର ପାଳନ ନେଇ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିପାଇଁ ପ୍ରଶାସନର ପ୍ରସ୍ତୁତି ଶେଷ ହୋଇଛି। ଜାଗର ଦିନ ଲୋକନାଥଙ୍କ ପୀଠରେ ରାତି 3 ଟାରେ ଉଠିବ ମହାଦୀପ ।

ଲୋକନାଥ ମନ୍ଦିରରେ ଆଜିଠୁ ଜାଗର ପର୍ଯ୍ୟନ୍ତ ଜଳିବ ବିଶାଳ ଦୀପ

ଭକ୍ତଙ୍କ ଦର୍ଶନ ନିମନ୍ତେ ବ୍ୟାରିକେଡ ସହ ଅଲୋକ, ପାନୀୟ ଜଳ, ସଫେଇ ନେଇ ବିଭିନ୍ନ ବିଭାଗ ଦାୟିତ୍ବ ଦିଆଯାଇଛି । କିନ୍ତୁ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେବ କଟକରୁ ଆସିଥିବା ବିଶାଳ ଦୀପ। ଯାହାକି ପଙ୍କ ଉଦ୍ଧାର ଏକଦଶୀ ଠାରୁ ଜାଗର ପର୍ଯ୍ୟନ୍ତ ଜଳିବ ଏହି ଦୀପ ।

ଏହି ଦୀପର ଲମ୍ବ ସାଢେ 6 ଫୁଟ ରହିଥିବାବେଳେ ଏବଂ ଏହାର ଓସାର ରହିଛି ସାଢେ 4 ଫୁଟ । ସେହିପରି ଦୀପର ଗଭୀରତା ରହିଛି 2 ଫୁଟ। ଏହି ଦୀପ ଦେଢ କୁଇଣ୍ଟାଲ ଘିଅ ଧାରଣ କରିବାର କ୍ଷମତା ରହିଛି । ଆଜିଠାରୁ ଦୀପ ଜଳିବାକୁ ବ୍ୟବସ୍ଥା ରହିଥିବା ବେଳେ ସମୁଦାୟ 4 ସହ କିଲୋ ଘିଅ ଜଳିବ। ‘ଜଗତ ମଙ୍ଗଳ ଜାଗର ଦୀପ’ ନାମରେ ଏହି ଦୀପକୁ ରାମକୃଷ୍ଣ ହୋତା ନାମକ ଜଣେ ସମାଜସେବୀ ଲୋକନାଥ ପୀଠରେ ଦୀପ ଜାଳିବା ନେଇ ବ୍ୟବସ୍ଥା କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.