ETV Bharat / state

ଦେବ ଦୀପାବଳି: ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବେ ମହାପ୍ରଭୁ - ଦେବ ଦୀପାବଳିର ଦ୍ବିତୀୟ ଦିନ

ମଙ୍ଗଳବାର ଦେବ ଦୀପାବଳିର ଦ୍ବିତୀୟ ଦିନ । ପରମ୍ପରା ଅନୁଯାୟୀ ଏହି ପବିତ୍ର ଦିନରେ ମହାପ୍ରଭୁ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବେ ।

Lord jagannath will donate diya for kousalya and dasarath
ଫାଇଲ ଫଟୋ
author img

By

Published : Nov 26, 2019, 7:14 PM IST

ପୁରୀ: ମଙ୍ଗଳବାର ହେଉଛି ମାର୍ଗଶୀର ମାସ କୃଷ୍ଣ ଅମାବାସ୍ୟା ତିଥି । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ପାଳିତ ହୋଇଥାଏ । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନିତିକାନ୍ତି ଅନୁଷ୍ଠିତ ହେଉଛି ।

ମହାପ୍ରଭୁ ସୋମବାର ପ୍ରଥମ ଦେବ ଦୀପାବଳି ତିଥିରେ ଅଦିତି ଓ କତ୍ସପଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବାବେଳେ ମଙ୍ଗଳବାର ପବିତ୍ର ଦେବ ଦୀପାବଳି ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବେ । ଦୀପ ଆଲୋକରେ ଉଜ୍ଜ୍ବଳମୟ ହୋଇଉଠିବ ଶ୍ରୀମନ୍ଦିର ପରିସର । ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିଥାନ୍ତି । ସୋମବାର ଚତୁର୍ଦ୍ଦଶୀ ଭଳି ଅମାବାସ୍ୟାରେ ମଧ୍ୟ ଅନୁରୂପ ଭାବେ ଦ୍ବିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସନ୍ଧ୍ୟା ଧୂପ ପରେ ପୂଜାପଣ୍ଡା ସେବକଙ୍କ ଦ୍ବାରା ସଂସ୍କାର ହୋଇଥିବା ତିନୋଟି ମହାଦ୍ବୀପକୁ ଚୁନରା ସେବକଙ୍କୁ ଦିଆଯାଏ ।

ଚୁନରା ସେବକ ଏହି ତିନୋଟି ମହାଦ୍ବୀପକୁ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପ ଉପରେ ଜାଳିଥାନ୍ତି । ରତ୍ନ ସିଂହାସନ ତଳେ ଅରୁଆ ଚାଉଳରେ ପ୍ରସ୍ତୁତ ଗଛଟିଏ ଓ ୨୮ ଟି ଦ୍ବୀପ ସଂସ୍କାର ହୋଇ ରହିଥାଏ । ଯାହା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗି ହୋଇଥାଏ । 9ଟି ଦୀପ ବଳଭଦ୍ର, 10ଟି ଜଗନ୍ନାଥ ଓ 9ଟି ଦେବୀ ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ଲାଗି ହୋଇଥାଏ । ସେହିପରି ଜୟବିଜୟ ଦ୍ବାର ନିକଟରେ ମଧ୍ୟ ଚାଉଳ ଗଛ ସହ ଦୀପଦାନ କରାଯାଏ ।

ପରମ୍ପରା ଅନୁଯାୟୀ ଦେବ ଦୀପାବଳିର ଚତୁର୍ଦ୍ଦଶୀ ତୀଥିରେ ମହାପ୍ରଭୁ ଅଦିତି ଓ କତ୍ସପଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବା ବେଳେ ଅମାବାସ୍ୟା ଦିନ ଦଶରଥ ଓ କୌଶଲ୍ୟା ଓ ତା' ପରଦିନ ନନ୍ଦ ଓ ଯଶୋଦା, ଦେବକୀ ଓ ବସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଦେବ ଦୀପାବଳି ଦ୍ୱିତୀୟ ଦିନ Body:ଆଜି ହେଉଛି ମାର୍ଗଶିର ମାସ କୃଷ୍ଣ ଅମାବାସ୍ୟା ତିଥି। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଦେବ ଦୀପାବଳି ହୋଇଥାଏ । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତିକ୍ରାନ୍ତି ଅନୁଷ୍ଠିତ ହେଉଛି । ମହାପ୍ରଭୁ ଗତକାଲି ପ୍ରଥମ ଦେବ ଦୀପାବଳୀ ତିଥି ରେ ଅଦ୍ୱିତି ଓ କାଶ୍ୟପ ଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବା ବେଳେ ଆଜି ପବିତ୍ର ଦେବ ଦୀପାବଳିର ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବେ। ଦୀପ ଆଲୋକରେ ଉଜ୍ଜ୍ୱଳମୟ ହୋଇଉଠିବ ଶ୍ରୀମନ୍ଦିର ପରିସର। ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିଥାନ୍ତି । ଆଜି ଚତୁର୍ଦ୍ଦଶୀ ଭଳି ଅମାବାସ୍ୟାରେ ମଧ୍ୟ ଅନୁରୂପ ଭାବେ ଦ୍ୱିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସଂନ୍ଧ୍ୟା ଧୂପ ପରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ସଂସ୍କାର ହୋଇଥିବା ତିନୋଟି ମହାଦ୍ୱୀପକୁ ଚୁନରା ସେବକଙ୍କୁ ଦିଆଯାଏ।
ଚୁନରା ସେବକ ଏହି ତିନୋଟି ମହାଦ୍ୱୀପକୁ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପ ଉପରେ ଜାଳିଥାନ୍ତି । ରତ୍ନ ସିଂହାସନ ତଳେ ଅରୁଆ ଚାଉଳରେ ପ୍ରସ୍ତୁତ ଗଛଟିଏ ଓ ୨୮ଟି ଦ୍ୱୀପ ସଂସ୍କାର ହୋଇ ରହିଥାଏ। ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗି ହୋଇଥାଏ। ନଅଟି ଦୀପ ବଳଭଦ୍ର, ଦଶଟି ଜଗନ୍ନାଥ ଓ ନଅଟି ଦେବୀ ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ଲାଗି ହୋଇଥାଏ। ସେହିପରି ଜୟବିଜୟ ଦ୍ୱାର ନିକଟରେ ମଧ୍ୟ ଚାଉଳ ଗଛ ସହ ଦୀପ ଦାନ କରାଯାଏ। ପରମ୍ପରା ଅନୁଯାୟୀ ଦେବ ଦୀପାବଳିର ଚତୁର୍ଦ୍ଦଶୀ ତୀଥିରେ ମହାପ୍ରଭୁ ଅଦ୍ୱିତି ଓ କତ୍ସପଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବା ବେଳେ ଅମାବାସ୍ୟା ଦିନ ଦଶରଥ ଓ କୌଶଲ୍ୟା ଓ ତା ପରଦିନ ନନ୍ଦ ଓ ଯଶୋଦା, ଦେବକୀ ଓ ବସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥାନ୍ତି ମହାପ୍ରଭୁ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ଶ୍ରୀମନ୍ଦିର ଫାଇଲ ଭିଯୁଆଲ ଏହି ଷ୍ଟୋରି ରେ ଲାଗିବ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.