ETV Bharat / state

ଦାରୁବ୍ରହ୍ମଙ୍କ ପରମଭକ୍ତ: ଏବେବି ଦାସିଆ ହାତରୁ ତୁଳସୀ ନିଅନ୍ତି ଜଗନ୍ନାଥ ! - ପିପିଲି ବାଲିଗାଁ

ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ହେଉଛନ୍ତି ଭକ୍ତ ଶିରୋମଣି ଦାସିଆ ବାଉରୀ। ଶ୍ରୀଜଗନ୍ନାଥଙ୍କ ଜଣେ ଶ୍ରେଷ୍ଠ ଭକ୍ତ ଭାବେ ଭକ୍ତ ଦାସିଆ ସର୍ଵଜନବିଦିତ । ପଢନ୍ତୁ ଦାସିଆପୀଠର ସମ୍ପୂର୍ଣ୍ଣ କାହାଣୀ...

dasia bauri
dasia bauri
author img

By

Published : Mar 20, 2020, 11:11 PM IST

ପୁରୀ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ହେଉଛନ୍ତି ଭକ୍ତ ଶିରୋମଣି ଦାସିଆ ବାଉରୀ। ଶ୍ରୀଜଗନ୍ନାଥଙ୍କ ଜଣେ ଶ୍ରେଷ୍ଠ ଭକ୍ତ ଭାବେ ଭକ୍ତ ଦାସିଆ ସର୍ଵଜନବିଦିତ। ଏହି ପରମ ଭକ୍ତ ପୁରୀ ଜିଲା ପିପିଲି ର ବାଲିଗାଁ ରେ 15 ଶହ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ। ପୁରୀ ଭୁବନେଶ୍ୱର ଜାତୀୟ ରାଜ ପଥର ପିପିଲି ପରବର୍ତ୍ତୀ ନିର୍ମଳା ଛକ ନିକଟ ରୁ 3 କିମି ଗଲେ ପଡେ ଭକ୍ତ ଦାସିଆ ପୀଠ ବାଲିଗାଁ। ଦାସିଆଙ୍କ ଜନ୍ମ ସ୍ଥାନ ରେ ଏବେ ଭକ୍ତ ଦାସିଆଙ୍କ ସମାଧି ପୀଠ ପୂଜା ପାଉଛି ।

ଦାରୁବ୍ରହ୍ମଙ୍କ ପରମଭକ୍ତ ଦାସିଆ ବାଉରୀଙ୍କ କାହାଣୀ

2009 ମସିହାରେ ରାଜ୍ୟ ସଂସ୍କୃତି ବିଭାଗ ଏଠାରେ ଜଗନ୍ନାଥ ମନ୍ଦିର ସହ ଭକ୍ତ ଦାସିଆ ପ୍ରଭୁ ଜଗନ୍ନାଥଙ୍କୁ ନଡିଆ ଅର୍ପଣ କରୁଥିବା ଏକ ବଡ ବ୍ରୋଞ୍ଜ ପ୍ରତିମୂର୍ତ୍ତି ରହିଛି। ଏଥି ସହିତ ସେଠରେ ଲକ୍ଷ୍ମୀ ମନ୍ଦିର ସମେତ ବିମଳା ମନ୍ଦିର, ଗଣେଶ ମନ୍ଦିର, ତୁଳସୀ ବଗିଚା ପ୍ରଭୃତି ରହିଛି। ପୁରୀ ଆସୁଥିବା ଜଗନ୍ନାଥ ପ୍ରେମୀ ଦାସିଆ ପୀଠକୁ ଯାଇ ପୂଜାର୍ଚ୍ଚନା ସମେତ ମାନସିକ ମଧ୍ୟ ରଖିଥାନ୍ତି। ଭକ୍ତ ଦାସିଆଙ୍କ ଜନ୍ମତିଥୀ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ।

ଭକ୍ତ ଦାସିଆଙ୍କ ଭକ୍ତିର କାହାଣୀ ଅନନ୍ୟ। ଦାସିଆ ଏକ ନିଚ୍ଚ ଜାତିରେ ଜନ୍ମ ଗ୍ରହଣ କରିଥିବାରୁ ସେତେବେଳେ ଜାତିପ୍ରାଥର ଭେଦଭାବର ଶିକାର ହୋଇ ଥିଲେ। ଯଦ୍ବାରା ସେ ପ୍ରଭୁଙ୍କ ଦର୍ଶନ କରିନଥିଲେ । ପିଲାଟି ଦିନରୁ ପ୍ରଭୁ ଜଗନ୍ନାଥଙ୍କ ଭଜନ, ଜଣାଣ ଶୁଣିବା ସହ ସବୁ ବେଳେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ ଥିଲେ। ଇତିହାସ କୁହେ ଏକଦା ତାଙ୍କ ଗ୍ରାମରୁ ଜଣେ ବ୍ରାହ୍ମଣ ଶ୍ରୀମନ୍ଦିର କୁ ଯାଉ ଥିବା ବେଳେ ସେ ତାଙ୍କ ହାତରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନଡିଆ ପଠାଇ ଥିଲେ। ଏହାସହ କହିଥିଲେ ପ୍ରଭୁଙ୍କୁ କହିବ ତୁମ ଭକ୍ତ ଦାସିଆ ପଠାଇଛି। ଯଦି ପ୍ରଭୁ ନଡିଆ ନ ନିଅନ୍ତି ଫେରାଇ ଆଣିବ। ବ୍ରାହ୍ମଣ ଜଣଙ୍କ ଶ୍ରୀମନ୍ଦିର ଗରୁଡ ସ୍ତମ୍ଭ ନିକଟରେ ଏହି କଥା କହି ପ୍ରଭୁ ଜଗନ୍ନାଥଙ୍କୁ ନଡିଆ ଅର୍ପଣ କରିଥିଲେ । ପରେ ଯାହା ସେ ଦେଖିଥିଲେ ସେଥିରେ ବିସ୍ମିତ ହୋଇ ଯାଇଥିଲେ। କାରଣ ତାଙ୍କ ହାତରୁ ନଡିଆଟି ଉଭାନ ହୋଇ ଯାଇଥିଲା। ଯାହାକି ଭକ୍ତ ଦାସିଆଙ୍କ ପ୍ରଭୁ ଜଗନ୍ନାଥଙ୍କ ଉପରେ ଅଗାଢ ଭକ୍ତିର ପ୍ରମାଣ ।

ଏକ ଗରିବ ପରିବାରରେ ଜନ୍ମ ନେଇଥିଲେ ଭକ୍ତ ଦାସିଆ । କୌଳିକ ବୃତ୍ତି ବ୍ୟତୀତ ପ୍ରଭୁ ଜଗନ୍ନାଥଙ୍କ ଭୋଜନ ଜଣାଣରେ ବ୍ୟସ୍ତ ରହୁଥିଲେ । ଭକ୍ତ ଦାସିଆ ର ଏହି ଭକ୍ତି ଭାବନା ପ୍ରଚାର ପରେ ସେ ଯୁଗର ପଞ୍ଚ ସଖା ଜଗନ୍ନାଥ ଦାସ , ବଳରାମ ଦାସ , ଅନନ୍ତ ଦାସ , ଅଚ୍ୟୁତ ଦାସ ଓ ଯଶୋବନ୍ତ ଦାସ ଦାସିଆଙ୍କ ଭକ୍ତି ପରୀକ୍ଷା କରିଥିଲେ। ଗାଁ ମୁଣ୍ଡରେ ଥିବା ଗୋଠ ଗଡିଆ ପୋଖରୀରେ ଦାସିଆ ପଞ୍ଚସଖାଙ୍କୁ ଦାରୁବ୍ରହ୍ମଙ୍କ ମତ୍ସ୍ୟ ଅବତାର ଦର୍ଶନ କରାଇଥିଲେ। କେବଳ ସେତିକି ନୁହେଁ କେବେ ରଥଯାତ୍ରା ଦେଖିବା ନଥିବା ନିଜ ପତ୍ନୀଙ୍କୁ ମଧ୍ୟ ଉକ୍ତ ପୋଖରୀ ଜଳ ରାଶିରେ ରଥଯାତ୍ରା ଦେଖାଇଥିଲେ। ସେହି ପବିତ୍ର ପୋଖରୀରେ ଆଜି ବି ଭକ୍ତ ମାନେ ସ୍ନାନ କରିବା ସହ ଏହାର ପଙ୍କ ଦେହରେ ବୋଳି ହୋଇଥାନ୍ତି। ଏହାଦ୍ୱାରା ସବୁ ରିଷ୍ଟ ଖଣ୍ଡନ ହୋଇ ଥାଏ ବୋଲି ବିଶ୍ୱାସ ରହିଛି।

କିମ୍ବଦନ୍ତୀ କୁହେ ମାଘ ଶୁକ୍ଳ ଏକାଦଶୀ ଦିନ ଭକ୍ତ ଦାସିଆ ପ୍ରାଣତ୍ୟାଗ କରିଥିଲେ। ସେହି ଦିନ ଠାରୁ ତାଙ୍କର ସମାଧି ପୂଜା ପାଉଛି। ପ୍ରତିବର୍ଷ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାସିଆ ପୀଠରୁ ତୁଳସୀ ଯାଇଥାଏ ଶ୍ରୀକ୍ଷେତ୍ରକୁ । ତେବେ ଏହି ଦାସିଆ ପୀଠ ଏବେ ଜଗନ୍ନାଥ ପ୍ରେମୀଙ୍କ ଏକ ପ୍ରମୁଖ ପୀଠ ପାଲଟିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.