ETV Bharat / state

ଶନିବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ପଦ୍ମବେଶ, ଆଶଙ୍କାରେ ସାଧାରଣ ଦର୍ଶନ - ଜଗନ୍ନାଧଙ୍କ ପଦ୍ମବେଶ

ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ ପାଇଁ ବେସ୍ ନିଷ୍ଠାର ସହ ଲାଗିପଡିଛନ୍ତି ବେଶ କାରିଗର । ଆଉ କେଇଟା ଦିନ ପରେ ପଦ୍ମ ବେଶରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ଅଧିକ ପଢନ୍ତୁ...

ଶେଷ ପର୍ଯ୍ୟାୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପଦ୍ମ ବେଶ ପ୍ରସ୍ତୁତି

author img

By

Published : Feb 9, 2021, 8:33 PM IST

ପୁରୀ: ଆଉ କେଇଟା ଦିନ ପରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ଆସନ୍ତା ୧୩ ତାରିଖ ଶନିବାର ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହେବେ । ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପାରିକ ସେବାୟତମାନେ ବେଶ୍ ନିଷ୍ଠାର ସହ ବେଶ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି । ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ୱେତଗଙ୍ଗା ପୁଷ୍କରିଣୀ ନିକଟ ଗଣେଶ ଘରେ ବେଶ କାରିଗରମାନେ ହବିଷାନ୍ନ ଗ୍ରହଣ କରି ପଣ୍ଡୁ ପୂର୍ଣ୍ଣିମା ଠାରୁ ଅତି ନିଷ୍ଠାର ସହ, ବେଶ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ।

ଶେଷ ପର୍ଯ୍ୟାୟରେ ଚତୁର୍ଦ୍ଦାମୂର୍ତ୍ତିଙ୍କ ପଦ୍ମ ବେଶ ପ୍ରସ୍ତୁତି

କରପଲ୍ଲଭ, ହଂସ ଓ ଡ଼ାଳିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଥିବାବେଳେ ଶ୍ରୀମୁଖ ପଦ୍ମ ଯୋଡ଼ାଯିବା କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହୋଇଯିବ ବୋଲି କହିଛନ୍ତି ବେଶ କାରିଗର । କିମ୍ୱଦନ୍ତୀ ଅନୁଯାୟୀ ପୂର୍ବ କାଳରେ ସନ‌୍ଥ ମନୋହର ଦାସ ନାମକ ଜଣେ ଭକ୍ତ ଦକ୍ଷିଣ ଭାରତରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ବାଟରେ ଏକ ପୁଷ୍କରିଣୀରେ ପଦ୍ମ ଫୁଲ ଫୁଟିଥିବା ଦେଖି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପାଇଁ ଫୁଲ ଆଣିଥିଲେ । ମନ୍ଦିରରେ ପହଞ୍ଚିବା ପୂର୍ବରୁ ଫୁଲଗୁଡ଼ିକ ମଉଳି ଯାଇଥିବାରୁ ପଣ୍ଡାମାନେ ମନୋହରଙ୍କୁ ସେହିଠାରୁ ଫେରାଇ ଦେଇଥିଲେ । ମାତ୍ର ଭକ୍ତ ବିନୋଦିଆ କଳା ଠାକୁର ଏସବୁକୁ ସହିପାରି ନ ଥିଲେ । ସଙ୍ଗେ ସଙ୍ଗେ ମହାପ୍ରଭୁ ଗଜପତିଙ୍କୁ ସ୍ୱପ୍ନାଦେଶ ଦେଇ ମନୋହର ଆଣିଥିବା ପଦ୍ମଫୁଲକୁ ତାଙ୍କ ମୁଖରେ ଲଗି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେବେ ଠାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପଦ୍ମ ବେଶ ଅନୁଷ୍ଠିତ ହେଉଛି ।

ଅନ୍ୟପଟେ ପଦ୍ମ ବେଶ ପରଦିନ ରବିବାର ପଡ଼ୁଥିବାରୁ ସାଧାରଣ ଭକ୍ତ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ରହିବେ ବୋଲି ଅଶଙ୍କା କରାଯାଉଛି । ତେଣୁ ସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଗଲେ ବେସ୍ ଭଲ ହୁଅନ୍ତା ବୋଲି ଚର୍ଚ୍ଚା ହେଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.