ETV Bharat / state

ଆଜିଠୁ ପଞ୍ଚୁକ ବ୍ରତ: ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଆଜିଠୁ ଆରମ୍ଭ ହେଉଛି ମହା କାର୍ତ୍ତିକର ପଞ୍ଚୁକ ବ୍ରତ । ପଞ୍ଚୁକର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଅଧିକ ପଢନ୍ତୁ

ଆଜିଠୁ ପଞ୍ଚୁକ ବ୍ରତ: ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ
ଆଜିଠୁ ପଞ୍ଚୁକ ବ୍ରତ: ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ
author img

By

Published : Nov 4, 2022, 8:18 AM IST

ପୁରୀ: ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସହ ବେଶ ମଧ୍ୟ ଅନୁଷ୍ଠିତ ହେବ । ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଆଜି ହରି ଉତ୍ଥାପନ ଏକାଦଶୀ ସହ ଶ୍ରୀଜୀଉଙ୍କର ଲକ୍ଷ୍ମୀନାରାୟଣ ବେଶ(Laxminarayan Besha Of Lord Jagannath) ଅନୁଷ୍ଠିତ ହୋଇଥାଏ । ଏହି ବେଶକୁ ମହାପ୍ରଭୁଙ୍କ ଠିଆକିଆ ବେଶ ମଧ୍ୟ କହନ୍ତି ।

ଆଜିଠୁ ପଞ୍ଚୁକ ବ୍ରତ: ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଆସନ୍ତାକାଲି ଶନିବାର ଅବସରରେ ବାଙ୍କଚୁଡ ବେଶ, ରବିବାର ତ୍ରିବିକ୍ରମ ବେଶ, ସୋମବାର ଲକ୍ଷ୍ମୀନୃସିଂହ ବେଶ ସହ ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପବିତ୍ର କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ପଞ୍ଚୁକର ପାଞ୍ଚ ଦିନ ଭିନ୍ନ ଭିନ୍ନ ବେଶରେ ସଜେଇ ହେବେ ମହାପ୍ରଭୁ । ତେବେ ପବିତ୍ର ପଞ୍ଚୁକ ଅବସରରେ ଅତି ନିଷ୍ଠାର ସହ ଯେଉଁମାନେ ଏହି ବ୍ରତ ପାଳନ କରିଥାନ୍ତି ସେମାନଙ୍କୁ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.