ETV Bharat / state

ଶ୍ରୀକ୍ଷେତ୍ର ପରିକ୍ରମା କଲେ ପ୍ରଭୁ ବାଡ଼ି ନୃସିଂହ - ଶ୍ରୀକ୍ଷେତ୍ର

କୋରୋନା ମହାମାରୀ ଦୂର କରିବା ନେଇ ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥିରେ ପ୍ରଭୁ ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ବିଜେ କରିଛନ୍ତିି। ଅଧିକ ପଢନ୍ତୁ...

ଶ୍ରୀକ୍ଷେତ୍ର ପରିକ୍ରମା କଲେ ପ୍ରଭୁ ବାଡ଼ି ନୃସିଂହ

author img

By

Published : Jul 28, 2020, 10:46 PM IST

ପୁରୀ: ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥିରେ ପ୍ରଭୁ ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ବିଜେ କରିଛନ୍ତିି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ନୃସିଂହ ଠାକୁର ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ରହିଥିବା ବିମାନରେ ବିଜେ କରିଥିଲେ। ଏହାପରେ ନୃସିଂହ ଠାକୁର ଚାରି ଆଶ୍ରମ ଭ୍ରମଣରେ ବାହାରିଥିଲେ। ମାର୍କଣ୍ଡ ଆଶ୍ରମ, ଅଙ୍ଗିରା, କଣ୍ଡୁ ଓ ଭୃଗୁ ଆଶ୍ରମକୁ ଯାଇଥିଲେ। ପ୍ରତ୍ୟେକ ଆଶ୍ରମରେ ଶୀତଳ ଭୋଗ ହୋଇଥିଲା।

ଶ୍ରୀକ୍ଷେତ୍ର ପରିକ୍ରମା କଲେ ପ୍ରଭୁ ବାଡ଼ି ନୃସିଂହ

ଚାରି ଆଶ୍ରମ ପରିକ୍ରମା ପରେ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଖାଇ ନୃସିଂହ ଠାକୁର ଶ୍ରୀମନ୍ଦିର ଫେରିଥିଲେ। ପୂର୍ବରୁ ରଥଯାତ୍ରା ପରେ ପରେ ପୁରୀ ସହରରେ ଝାଡ଼ା ବାନ୍ତି ବ୍ୟାପୁଥିବାରୁ ଏହାକୁ ବାଡ଼ି ରୋଗ କୁହାଯାଉଥିଲା। ଏହି ରୋଗ ବ୍ୟାପିବାରୁ ନୃସିଂହ ଠାକୁର ପୁରୀ ସହର ପରିକ୍ରମା କରିଥିଲେ। ଏହା ଦ୍ୱାରା ରୋଗ ବିନାଶ ହେବା ସହ ଭକ୍ତ ମାନେ ସୁରକ୍ଷିତ ରହିଥିଲେ। ସେବେଠାରୁ ଏହି ପରମ୍ପରା ରହିଆସିଛିି। ତେବେ ପ୍ରଭୁ ବାଡ଼ି ନୃସିଂହ ଶ୍ରୀକ୍ଷେତ୍ର ପରିକ୍ରମା କରିବା ଅର୍ଥ ସାରା ବିଶ୍ୱ ପରିକ୍ରମା କରିବା। ଏହା ଧୀରେ ଧୀରେ ସାରା ବିଶ୍ୱ ରୁ କୋରୋନା ମହାମାରୀ ଦୂର ହେବ ବୋଲି ଶ୍ରୀମନ୍ଦିର ସେବାୟତ କହିଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.