ପୁରୀ: ବ୍ରହ୍ମଗିରି ସ୍ଥିତ ହାଇସ୍କୁଲ ନିକଟ ପ୍ରତ୍ୟକ୍ଷ ବଟ ମହାବୀର ମନ୍ଦିରରୁ ସୋମବାର ରାତିରେ ଚୋରି ହୋଇଥିବା ଜଣାପଡିଛି। ଏନେଇ ମନ୍ଦିର କମିଟି ପକ୍ଷରୁ ବ୍ରହ୍ମଗିରି ଥାନାରେ ଅଭିଯୋଗ କରାଯାଇଛି।
ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ କିରୀଟି, ଛତି ଆଦି ନାନା ଆସବାବପତ୍ର ଓ ଦାନ ବାକ୍ସରୁ ଟଙ୍କା ଚୋରି ହୋଇଯାଇଛି। ଦେଢ ମାସ ମଧ୍ୟରେ ଏହା 3 ଥର ଚୋରି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରହିଛି।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ