ETV Bharat / state

ରାତିଅଧିଆ ଆକ୍ରମଣ କରି ପେଟ୍ରୋଲ ପମ୍ପରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ପୁରୀରେ ବଢି ଚାଲିଛି ଲୁଟ, ଡକାୟତି ଭଳି ଅପରାଧ । ଏବେ ଦୃର୍ବୃତ୍ତଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ । ଗତ ରାତିରେ ନିମାପଡା-ବଳଙ୍ଗା ପେଟ୍ରୋଲ ପମ୍ପରେ ପଶି ଦୁର୍ବୃତ୍ତ ଲୁଟି ନେଇଛନ୍ତି ଟଙ୍କା । କର୍ମଚାରୀଙ୍କୁ ଖଣ୍ଡା ଦେଖାଇ କରିଥିଲେ ଲୁଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Mar 26, 2019, 7:46 PM IST

ପୁରୀ : ପୁଣି ପେଟ୍ରୋଲ ପମ୍ପକୁ ଟାର୍ଗେଟ କଲେ ଦୁର୍ବୃତ୍ତ । ସୋମବାର ରାତିରେ ପୁରୀ ବଳଙ୍ଗା-ନିମାପଡା ରାସ୍ତାରେ ଥିବା ସାଗର ପେଟ୍ରୋଲ ପମ୍ପରୁଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରି 3 ଜଣ ଯୁବକ ଟଙ୍କା ଲୁଟି ନେଇଛନ୍ତି। । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଦୁଇରୁ ଅଧିକ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି ।

ହେଲେ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ଟେର ପାଇ ପାରିନାହିଁ ପୋଲିସ । ପିପିଲି ଏସଡିପିଓ ଏବଂ ବଳଙ୍ଗା ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.